ଶାସ୍ତ୍ର ଏବଂ ବହୁତ ବହିରେ ସ୍ତ୍ରୀମାନଙ୍କର ଚରିତ୍ର ଏବଂ ତାଙ୍କର ବ୍ୟବହାର ବିଷୟରେ ଲେଖା ଯାଇଛି ଯେଉଁଥିରୁ ସ୍ତ୍ରୀମାନଙ୍କ ବିଷୟରେ ବହୁତ ସାରା କଥା ଜଣା ପଡିଥାଏ । ମହାଭାରତରେ ବି ପିତାମହ ଭୀଷ୍ମ ଯୁଧିଷ୍ଟିରଙ୍କୁ ସ୍ତ୍ରୀମାନଙ୍କ ବିଷୟରେ କିଛି ଏମିତି କଥା କହିଛନ୍ତି ଯାହା ବିଷୟରେ ଜାଣି କିଏ ବି ମଣିଷ ଆଶ୍ଚର୍ଯ୍ୟ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ସବୁ କଥା ବିଷୟରେ ଯାହା ଭୀଷ୍ମ ପିତାମହ କହିଯାଇଛନ୍ତି ।
୧ -ପିତାମହ ଭୀଷ୍ମ କହିଛନ୍ତି କି ସ୍ତ୍ରୀମାନଙ୍କୁ କେବେବି ଦୁଖୀ କରିବେ ନାହିଁ । ଏମାନଙ୍କୁ ସବୁବେଳେ ଖୁସିରେ ରଖିବା ଦରକାର କାରଣ ଯଦି ସ୍ତ୍ରୀ ସୁଖରେ ରହିବେ ନାହିଁ ତାହେଲେ ପୁରୁଷଙ୍କୁ ବି ସୁଖରେ ରହିବାକୁ ଦେବେ ନାହିଁ ।
୨ -ପିତାମହ ଭୀଷ୍ମ କହିଛନ୍ତି କି କୌଣସି ବି ଘରେ ସ୍ତ୍ରୀମାନଙ୍କର ଅପମାନ କରିବା ଉଚିତ ନୁହେଁ । ଏହା ଫଳରେ ଘରେ ସବୁବେଳେ ଲଢେଇ ଏବଂ ଝଗଡା ଲାଗି ରହିଥାଏ ।
୩ -ଯଦି ସ୍ତ୍ରୀମାନେ ରାଗି ଅଭିଶାପ ଦେଇଦିଏ ତାହେଲେ ସେହି ଘରର ନାଶ ହୋଇଥାଏ ଏବଂ ସବୁ ଲୋକ ବରବାଦ ହୋଇଯାନ୍ତି । ଏଥିପାଇଁ ସବୁବେଳେ ସ୍ତ୍ରୀମାନଙ୍କୁ ମାନ ସନମ୍ମା ଏବଂ ଖୁସିରେ ରଖିବା ଉଚିତ ।
୪ -ସନ୍ତାନର ଜନ୍ମ ,ତାର ପାଳନ ପୋଷଣ କରିବା ଆଦି ସ୍ତ୍ରୀ ଉପରେ ନିର୍ଭର କରିଥାଏ । ଏଥିପାଇଁ ସ୍ତ୍ରୀମାନଙ୍କର ଦେଖାଶୁଣା ଏବଂ ଖୁସିରେ ରଖିବା ଜିମେଦାରି ପୁରୁଷର ହିଁ ହୋଇଥାଏ ।
୫ -ପିତାମହ ଭୀଷ୍ମ କହିଛନ୍ତି କି ସ୍ତ୍ରୀମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି ଏବଂ ଯେଉଁଠାରେ ତାର ଆଦର ହୋଇଥାଏ ସେଠାରେ ଦେବୀ ଦେବତା ମାନଙ୍କର ଆଗମନ ହୋଇଥାଏ । ଏଥିପାଇଁ କେବେ ବି ସ୍ତ୍ରୀମାନଙ୍କୁ ଦୁଖଃରେ ରଖିବା ଉଚିତ ନୁହେଁ । ଏହି କଥା ପିତାମହ ଭୀଷ୍ମ ମରିବା ପୂର୍ବରୁ ଯୁଧିଷ୍ଟିର ଙ୍କୁ କହିଥିଲେ ।