ଗୋଟେ ରାତିରେ ଭଲ ହୋଇଯିବ ମୁହଁରେ ହୋଇଥିବା ଦାଗ ଓ ବ୍ରଣ – ବାସ୍ କରନ୍ତୁ ଏହି ଗୋଟେ ସହଜ ଉପାୟ

ନମସ୍କାର ବନ୍ଧୁଗଣ । ଆଜି ଆମ ପୁଣି ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଘରୋଇ ସ୍ୱାସ୍ଥ୍ୟ ଟିପ୍ସ । ଯାହା କରିବା ଦ୍ଵାରା ଆପଣଙ୍କ ମୁହଁରେ ଥିବା ସମସ୍ତ ଦାଗ ଓ ବ୍ରଣ ରାତାରତି ଗାୟବ ହୋଇଯିବ । ତେବେ ଚାଲନ୍ତୁ ଜାଣିବା ସେହି ସହଜ ସରଳ ଘରୋଇ ଉପଚାର ବିଷୟରେ । ଆପଣ ମାନେ ଜାଣିଛନ୍ତି ତ ଭଗବାନଙ୍କ ସୃଷ୍ଟିରେ ସମସ୍ତେ ସମାନ ନୁହଁନ୍ତି, ସବୁ ପ୍ରାଣୀଙ୍କର ଭାଗ୍ୟ ଭଗବାନ ନିଜେ ଲେଖିଛନ୍ତି । ଭଗବାନ ସଂସାରେ ସମସ୍ତଙ୍କୁ କିଛି ଭଲ ଗୁଣ ସହ କିଛି ଖରାପ ଗୁଣ ମଧ୍ୟ ଦେଇଛନ୍ତି । ଆଜିକାଲିର ଯୁବ ପିଢୀ ମଧ୍ୟରେ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଉଛି। କିନ୍ତୁ ନିଜର ବ୍ୟସ୍ତ ବହୁଳ ଜୀବନରେ ସେମାନେ ସେ ସବୁ ପ୍ରତି ଧ୍ୟାନ ଦେଇ ପାରୁ ନାହାନ୍ତି ।

ସେହିଭଳି ଏକ ସାଧାରଣ ସମସ୍ୟା ଯାହା ସମସ୍ତ ଯୁବପିଢୀ ମଧ୍ୟରେ ଦେଖିବାକୁ ମିଳୁଛି ତାହା ହେଲା ମୁହଁରେ ହେଉଥିବା ବ୍ରଣ ଓ ତା ସହ ଜଡିତ ଦାଗ । ଆଜିକା ଯୁବ ପିଢୀ ନିଜର ସୁନ୍ଦରତା ପାଇଁ ବହୁତ ଚିନ୍ତିତ । ସେଥିପାଇଁ ଯଦି କାହା ମୁହଁରେ ଏମିତି କିଛି ହୁଏ ତ ସେମାନେ ବ୍ୟସ୍ତ ହୋଇପଡନ୍ତି । ଅନେକ ଝିଅ ମାନେ ତ ଏହି ସବୁରୁ ମୁକ୍ତି ପାଇଁ ନାନା ପ୍ରକାରର କୋସମେଟିକ ବ୍ୟବହାର କରନ୍ତି । କିଛି କିଛି ପିଲାଙ୍କର ଏହା କାମ ଦିଏ ତ କିଛି କିଛି ପିଲାଙ୍କ ମୁହଁରେ ଏହା କାମ ଦିଏ ନାହିଁ ବରଂ ଯେତିକି ଥାଏ ତାହା ଆହୁରି ବି ବଢି ଯାଏ ।

ତେବେ ସେହି ସବୁ ସମସ୍ୟାରୁ ଏବେ ଆପଣ ସହଜ ଓ ସରଳ ଉପାୟରେ ଘରେ ବସି ମୁକ୍ତି ପାଇ ପାରିବେ । ଆଜି ଆମେ ଆପଣଙ୍କୁ କହିବୁ କେମିତି ଆପଣ ନିଜ ସୁନ୍ଦର ମୁହଁର ଯତ୍ନ ନେଇପାରିବେ । ସେହି ସବୁ ଉପାୟକୁ ଆପଣାଇ ଆପଣ ନିଜ ତ୍ଵଚାରେ ଥିବା ଦାଗ ଓ ବ୍ରଣରୁ ମୁକ୍ତି ପାଇପାରିବେ । ଓ ଆପଣଙ୍କ ଚେହେରା ମଧ୍ୟ ଚମକଦାର ହୋଇଯିବ ।

ଚନ୍ଦନ ଓ କ୍ଷୀର –

ଯଦି ଆପଣଙ୍କ ମୁହଁରେ କୌଣସି ଛୋଟମୋଟ ଦାଗ ହେଇଛି ତେବେ ଆପଣ ପ୍ରତ୍ୟକ ଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ଚନ୍ଦନ ଓ କ୍ଷୀରକୁ ମିଶାଇ ଯେଉଁ ପେଷ୍ଟ ପ୍ରସ୍ତୁତ ହେବ ତାହାକୁ ଲଗାଇ ସୁଅନ୍ତୁ । ଏହିଭଳି କିଛି ଦିନ କରିବା ପରେ ଆପଣଙ୍କ ଚେହେରାରେ ଥିବା ସେହି ଛୋଟମୋଟ ଦାଗ ସବୁ ଗାୟବ ହୋଇଯିବ ଓ ମୁହଁ ମଧ୍ୟ ଗ୍ଲୋ କରିବ ।

ମୁଲତାନୀ ମାଟି –

ମୁଲତାନି ମାଟିର ପେଷ୍ଟ କରି ଏହାକୁ ଫେସପ୍ୟାକ କରି ମୁହଁରେ ଲଗାନ୍ତୁ ଭଲଭାବେ ସୁଖିବା ପରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ । ଏହାକୁ ସପ୍ତାହରେ ୨ ରୁ ୩ ଥର କରନ୍ତୁ ଦେଖିବେ ଏହା ଆପଣଙ୍କ ତ୍ଵଚାର ତେଲ ଅଂସ କମ କରିବା ସହ ବ୍ରଣ ହେବାକୁ ଦେବ ନାହିଁ । ଏହା ସହ ହଳଦୀ କିମ୍ବା ଦହି ମିଶାଇ ଲଗାଇଲେ ଆହୁରି ଲାଭଦାୟକ ହେବ ।

ନିମ୍ବ ପତ୍ର –

ନିମ୍ବ ପତ୍ରରେ ଆଣ୍ଟିବ୍ୟକ୍ଟେରିୟ ଗୁଣ ଭାରି ରହିଛି ଯାହା ଆମ ଶରୀରରେ ଥିବା ଜୀବାଣୁଙ୍କୁ ମାରି ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଜ୍ଯ କରିଥାଏ । ଏହାକୁ ଆମେ ପେଷ୍ଟ କରି ମୁହଁରେ ଲଗାଇବା ସହ ଏହି ପତ୍ରକୁ ଶୁଖାଇ ଖାଦ୍ୟ ଭାବେ ମଧ୍ୟ ଗ୍ରହଣ କରି ପାରିବା । ଏହା ଦ୍ଵାରା ଆମର ରକ୍ତ ସଫା ହୁଏ ଓ ଯାହା ମୁହଁରେ ଥିବା ବ୍ରଣ ଓ ଦାଗ ମଧ୍ୟ ମିଟାଇ ଥାଏ  ଏବଂ ତ୍ଵଚାରେ ଗ୍ଲୋ ଆଣିଥାଏ ।

ଯଦିଆପଣଙ୍କୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଭଲ ଲାଗିଲା ତେବେ ଆମ  ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *