ମ୍ୟାଚ ସମୟରେ କୋହଲି ଙ୍କର ଦାୟିତ୍ଵହିନ ବୟାନ ,କହିଛନ୍ତି ‘ଯେତବେଳେ ଏହି ଭାରତ ଆସିବ ,ସେତବେଳେ ଦେଖାଇ ଦେବା’

ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ନୁଜିଲ୍ୟାଣ୍ଡ ବିପକ୍ଷରେ ଖରାପ ଭାବରେ ଫ୍ଲପ ରହିଛନ୍ତି । ଭାରତୀୟ ଟିମକୁ ନିୟୁଜଲ୍ୟାଣ୍ଡ ରେ ବନଡେ ଏବଂ ଟେଷ୍ଟ ସିରିଜରେ ଖରାପ ଭାବରେ ହାରର ସାମ୍ନା କରିବାକୁ ପଡିଲା ଏବଂ କେବଳ ହାର ହିଁ ନୁହେଁ ବରଂ ଟିମ ଇଣ୍ଡିଆକୁ ଦୁଇଟି ସିରିଜରେ କ୍ଳିନ ସ୍ୱ୍ବିପର ମୁହଁ ଦେଖିବାକୁ ପଡିଲା ।

କୋହଲି ନିୟୁଜଲ୍ୟାଣ୍ଡ ଠାରୁ ପ୍ରତିଶୋଧ ନେବାର କଥା କହିଲେ

ନିୟୁଜଲ୍ୟାଣ୍ଡ ବିରୁଦ୍ଧରେ କ୍ୟାପଟେନ ବିରାଟ କୋହଲି ନିଜର ପ୍ରଦର୍ଶନ ଛଡା ନିଜର ବ୍ୟବହାରକୁ ନେଇ ବି ଚର୍ଚାରେ ରହିଛନ୍ତି । ମଇଦାନ ଉପରେ କେତେ ଥର କୋହଲିଙ୍କୁ ଅଗ୍ରେସନ ରେ ଦେଖା ଯାଇଛି । ଏହା ସେତବେଳେ ହୋଇଥିଲା ,ଯେତବେଳେ ଶେଷ ଟେଷ୍ଟ ମ୍ୟାଚର ତୃତୀୟ ଦିନ କୋହଲି ନିଜର ସାଥି ଖେଳାଳିଙ୍କୁ କହିଲେ କି ଯେତବେଳେ ଏମାନେ ଇଣ୍ଡିଆକୁ ଆସିବେ ସେତବେଳେ ଦେଖାଇ ଦେବା । କୋହଲିଙ୍କର ଏହି କଥା ଜଣେ ସଭ୍ୟ ଖେଳ ଭାବନାର ନଜରରେ ଜମା ବି ଠିକ ନୁହେଁ । ବିରାଟ ନିୟୁଜଲ୍ୟାଣ୍ଡ ଟିମ ଠାରୁ ପ୍ରତିଶୋଧ ନେବାର କଥା କହିଛନ୍ତି ।

live ମ୍ୟାଚ ସମୟରେ କହିଲେ ଏହି କଥା

ଏକ ଇଂରାଜୀ ଖବର କାଗଜ ଅନୁସାରେ ବିରାଟ କୋହଲି କ୍ରାଇଷ୍ଟଚର୍ଚ ରେ ମ୍ୟାଚ ହରାଇବା ପୂର୍ବରୁ ନିୟୁଜଲ୍ୟାଣ୍ଡ ଠାରୁ ପ୍ରତିଶୋଧ ନେବା କଥା କହିଛନ୍ତି । live ମ୍ୟାଚ ସମୟରେ କୋହଲି କହିଲେ ଯେତବେଳେ ଭାରତକୁ ଏମାନେ ଆସିବେ ସେତବେଳେ ଦେଖାଇ ଦେବା । ବିରାଟ ଙ୍କ ଏହି କଥାରେ କୋଉଠି ନା କୋଉଠି ତାଙ୍କର କମଜୋରି ଦେଖାଉଛି ।

ମିଡିଆ ଉପରେ ବି ରାଗି ଯାଇଥିଲେ କୋହଲି

ବିରାଟ କୋହଲି ଙ୍କର ରାଗ ମଇଦାନ ଉପରେ ସେହି ସମୟରେ ବି ଦେଖାଯାଇ ଥିଲା ଯେତବେଳେ ବିଲିୟମସନ ଙ୍କୁ ଆଉଟ କରିବା ପରେ ସେ ଖୁସି ମନାଇ ଥିଲେ । କୋହଲି ଙ୍କର ଏହି ଖୁସି କେଉଁଠି ନା କେଉଁଠି ବିବାଦରେ ଆସି ଯାଇଥିଲା । ଏହାକୁ ନେଇ ମ୍ୟାଚ ପରେ ପ୍ରେସ କଂଫରେନ୍ସ ରେ ଯେତବେଳେ କୋହଲିଙ୍କୁ ମିଡିଆ ପ୍ରଶ୍ନ କଲେ ସେତବେଳେ ସେ ରାଗି ଗଲେ । କୋହଲି ପରେ କହିଲେ କି ମ୍ୟାଚ ରେଫରି ରଞ୍ଜନ ମଦୁଗଲେ ଏହା ଉପରେ କୌଣସି ପ୍ରଶ୍ନ କଲେ ନାହିଁ ।

Leave a Reply

Your email address will not be published. Required fields are marked *