ନାମର ପ୍ରଥମ ଅକ୍ଷର S ହୋଇଥିଲେ ଜାଣି ନିଅନ୍ତୁ ଭାଗ୍ୟ, ଭବିଷ୍ୟତ ।

ନମସ୍କାର ବନ୍ଧୁଗଣ । ଏ ଜଗତରେ ଜନ୍ମ ଗ୍ରହଣ କରିଥିବା ପଶୁପକ୍ଷୀ ଜୀବଜନ୍ତୁଙ୍କର ନାମ ରଖାଯାଇଥାଏ । କାରଣ ନାମ ଦ୍ଵାରା ସେମାନଙ୍କୁ ପରିଚୟ ମିଳିଥାଏ । ଜ୍ଯୋତିଷ୍ୟ ଶାସ୍ତ୍ର ଅନୁସାରେ ମଧ୍ୟ ରାଶି ଅନୁଯାୟୀ ବ୍ୟକ୍ତିର ନାମକାରଣ କରାଯାଇଥାଏ । କାରଣ ନାମ ବ୍ୟକ୍ତିର ସ୍ଵଭାବ ,ଚରିତ୍ର , ବ୍ୟକ୍ତିତ୍ବ ଆଦିକୁ କହିଥାଏ । ଏଣୁ ପିତାମାତାମାନେ ନାଁ ଦେବା ବେଳେ ଭାବିଛିନ୍ତି ରଖିଥାନ୍ତି ।

କାରଣ ପିଲାଟି ବଡ ହେଲା ପରେ ସେହିପ୍ରକାରର ଜୀବନ ଅତିବାହିତ କରୁ ବୋଲି । ତେବେ ଆଜି ଆମେ ଆପଣମାନଙ୍କୁ s ଅକ୍ଷର ଥିବା ବ୍ୟକ୍ତିବିଶେଷଙ୍କ ବିଷୟରେ କହିବୁ । ଆପଣ ପୂର୍ବା ଭଳି ପୋଷ୍ଟ ଭାବନ୍ତୁ ନାହିଁ । ଏଥିରେ S  ବ୍ୟକ୍ତିଙ୍କର ଭାଗ୍ୟ ଓ ଭବିଷ୍ୟତ ସମ୍ବନ୍ଧରେ କହିବୁ । S ଅକ୍ଷର ଥିବା ଲୋକମାନେ ରାଶିଚକ୍ର  ଅନୁଯାୟୀ କୁମ୍ଭ ରାଶିର ହୋଇଥାନ୍ତି ।

ଏମାନଙ୍କ ସ୍ଵଭାବ ସିଂହ ପରି ହୋଇଥାଏ କାରଣ ସିଂହ ଯେପରି କୋଣସି କାମ କରିବା ପୂର୍ବରୁ ଗୋଟିଏ ପାଦ ପଛକୁ ଯାଇଥାଏ । ଠିକ ସେହିପରି S ନାମ ଥିବା ବ୍ୟକ୍ତିମାନେ ସମସ୍ୟା ସମୟରେ ଗୋଟିଏ ପାଦ ପଛକୁ ଯାଇ ସୁବିଦ୍ଧି ସହକାରେ ସାମ୍ନା କରନ୍ତି । କଠିନ ପରିସ୍ଥିତିରେ ମାର୍ଗ ଖୋଜିବା ବଦଳରେ ନିଜର ଅଲଗା ପଥ ଗଢିଥାନ୍ତି । ଏମାନେ ଯେଉଁ ସ୍ଥାନକୁ ଯାଇଥାନ୍ତି ସେଠାରେ ନିଜର ଛାପ ଛାଡିକି ଆସିଥାନ୍ତି ।

ସାଧାରଣ ବ୍ୟକ୍ତିମାନେ ଏହି ଜଗତକୁ ଆସି ଚାଲିଯାଇଥାନ୍ତି କିନ୍ତୁ S ଅକ୍ଷର ଥିବା ବ୍ୟକ୍ତି ନିଜର ବିଶେଷ ପରିଚୟ ସୃଷ୍ଟି କରିଥାନ୍ତି ଯାହା ଫଳରେ ସେ ଗଲା ପରେ ବି ମଣିଷ ତାଙ୍କୁ ଯୁଗ ଯୁଗ ପାଇଁ ମନେ ରଖିଥାନ୍ତି । ପରିଚୟ ସୃଷ୍ଟି କରିବା ଏମାନଙ୍କର ପ୍ରିୟ ରୁଚି ରହିଥାଏ । ଅନେକ ଲୋକେ ଶୋଇକି ସ୍ଵପ୍ନ ଦେଖିଥାନ୍ତି କିନ୍ତୁ S ଅକ୍ଷର ଥିବା ବ୍ୟକ୍ତିଙ୍କ ସ୍ଵପ୍ନ ତାଙ୍କୁ ଶୋଇବାକୁ ଦେଇନଥାଏ ।

ଏଣୁ ଦିବାରାତ୍ରି ଅକ୍ଲାନ୍ତ ପରିଶ୍ରମ କରି ସ୍ଵପ୍ନକୁ ବାସ୍ତବିକତାରେ ପରିଣତ କରିଥାନ୍ତି । ଏହି ଅକ୍ଷର ଥିବା ବ୍ୟକ୍ତିମାନଙ୍କ ହୃଦୟ ସ୍ଵଚ୍ଛ ଓ କୋମଳ ପ୍ରକୃତିର ହୋଇଥାଏ । ଏମାନଙ୍କ ବନ୍ଧୁର ପରିମାଣ ଅଧିକ ଥାଏ କାରଣ ଏମାନେ ଯେକୋଣସି ସ୍ଥାନକୁ ଯାଇଥାନ୍ତି ସେଠାରେ ବନ୍ଧୁ ଗଠନ କରନ୍ତି । ଏମାନଙ୍କୁ ଦେଖୁଥିବା ବ୍ୟକ୍ତି ତୁରନ୍ତ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ଏମାନେ ନିଜ ବୁଦ୍ଧିବଳରେ ସବୁ କିଛି ହାସଲ କରିଥାନ୍ତି ।

ଏମାନେ ବନ୍ଧୁମାନଙ୍କ ଖରାପ ସମୟରେ ଢାଲ ସ୍ୱରୂପ ଛିଡା ହୋଇଥାନ୍ତି । ମିତ୍ରାମାନଙ୍କୁ ସହଯୋଗ କରିବା କ୍ଷେତ୍ରରରେ ସର୍ବଦା ଆଗ ଧାଡିରେ ଛିଡା ହୋଇଥାନ୍ତି ଏବଂ ଏମାନଙ୍କୁ ଅଭିନୟ କରିବା ଆଦୌ ପସନ୍ଦ ହୋଇନଥାଏ । ବୈବାହିକ କ୍ଷେତ୍ରରେ ଏମାନେ ବିଶେଷ ପ୍ରଭାବଶାଳି ହୋଇଥାନ୍ତି । Sଅକ୍ଷର ଥିବା ମହିଳାମାନେ ସ୍ଵାମୀଙ୍କ ଠାରୁ ଅଧିକ ଭଲ ପାଇବା ପାଇଥାନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କାମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *