ନବ ଗ୍ରହଙ୍କର ୯ ପ୍ରକାର ରତ୍ନ, କେଉଁ ରୋଗ ପାଇଁ ପିନ୍ଧିବେ କେଉଁ ରତ୍ନ ଜାଣନ୍ତୁ- Ajira Anuchinta

ଶରୀରରୁ ରୋଗ କେବଳ ଔଷଧ ଖାଇବା ଦ୍ଵାରା ଭଲ ହେବ ଏହି କଥାଟି ପ୍ରାଚୀନ ମାନ୍ୟତାର ଖିଲାପ ହିଁ ଅଟେ । ଔଷଧ ଆମ ଜୀବନ ଶକ୍ତି ବା ରେଜିଷ୍ଟ୍ରେସ ପାୱାର କୁ ଦୁର୍ବଳ କରିଥାଏ । ଯୋଗ, ପ୍ରାଣାୟାମ, ସ୍ଵମୂତ୍ର ଚିକିତ୍ସା, ମଖନ, ମିଶ୍ରି, ସୁନା, ରୂପା, ତମ୍ବା ଓ ଲୁହା ପାତ୍ରର ପାଣିରେ ସୂର୍ଯ୍ୟଙ୍କ ରଶ୍ମି ରେ ଚିକିତ୍ସା ପଦ୍ଧତି, ରଙ୍ଗୀନ ବୋତଲରେ ତେଲ ଓ ପାଣି ରେ, ଲବଙ୍ଗ ଓ ମିଶ୍ରି ଚିକିତ୍ସା ଆଦି ଅନେକ ସହଜ ସରଳ ସାଧନ । ଯାହାଦ୍ୱାରା ବିନା ଔଷଧରେ ଶରୀରର ଉପଚାର ହୋଇପାରିବ ।

ବର୍ତ୍ତମାନ ମଧ୍ୟ ଗୋମୂତ୍ର ଚିକିତ୍ସା, ଚଣା, ମୁଗ, ମେଥି ଆଦି ଖାଇବା, ଅଧିକ ପାଣି ପିଇବା ଆଦି ପ୍ରୟୋଗ କାରାଯାଉଛି । ଏଥିରେ ଶୀଘ୍ର ଲାଭ ମିଳିଥାଏ । ଗୋଟିଏ ଗୋଟିଏ ଦିନ ଛାଡି ଏକ ଛୋଟ ମାଟି କୁଣ୍ଡରେ ଏକ ମୁଠା ଯଅ ବୁଣିବ । ଏହି ଯଅର ରସ ରେ ଟିବି., କ୍ୟାନ୍ସର ଭଳି ରୋଗକୁ ମଧ୍ୟ ଦୂର କରିପାରିବେ ।

ସେହିପରି ମୁନି ଋଷିମାନେ ମଧ୍ୟ ରତ୍ନ ମାଧ୍ୟମରେ ଅନେକ ରୋଗର ଉପଚାର ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ କୁହାଯାଇଛି । ଏହା ଜ୍ୟୋତିଷ ବିଦ୍ୟା ଏକ ଅଦ୍ଭୁତ ଚମତ୍କାର ଅଟେ ।

ରତ୍ନ ମଧ୍ୟରୁ ନବ ଗ୍ରହଙ୍କର ଏହି ୯ଟି ରତ୍ନ ପ୍ରମୁଖ ଅଟେ –

୧- ରବିଙ୍କର- ମାଣିକ୍ୟ । ୨- ଚନ୍ଦ୍ର- ମୋତି । ୩-ମଙ୍ଗଳ-ମୁଙ୍ଗା । ୪-ବୁଧ- ପାନ୍ନା । ୫-ଗୁରୁ-ପୋଖରାଜ । ୬-ଶୁକ୍ର-ହୀରା । ୭-ଶନି-ନୀଲମ । ୮-ରାହୁ-ଲହସୁନିଆ । ୯-କେତୁ-ଲାଜବତ ।

ମେଷ, ସିଂହ ଓ ଧନୁ ରାଶିର ବ୍ୟକ୍ତିମାନେ ଯଦି ରତ୍ନ ପିନ୍ଧୁଛନ୍ତି ତେବେ ରୂପାରେ ତିଆରି କରି ପିନ୍ଧିବା ଉଚିତ୍ । କର୍କଟ, ବିଛା, କୁମ୍ଭ ଓ ମୀନ ରାଶିର ବ୍ୟକ୍ତିମାନେ ସୁନାରେ ରତ୍ନ ଧାରଣ କରିବା ଉଚିତ୍ । ମଙ୍ଗଳଙ୍କର ରତ୍ନ ତମ୍ବାରେ ଧାରଣ କରିବା ଉଚିତ୍, କାରଣ ଏହି ଧାତୁ ବହୁତ ଗରମ ଅଟେ, ଯାହା କି ଏହି ରାଶିର ସ୍ଵଭାବ ଥଣ୍ଡା ଅଟେ । ଧାତୁରେ ୫୦ ପ୍ରତିଶତ ଲାଭ ହୁଏ ଓ ରତ୍ନରେ ଶତ ପ୍ରତିଶତ ଲାଭ ମିଳିଥାଏ ।

ଯଦି ରତ୍ନ କିଣିବାକୁ ସାମର୍ଥ ନ ଥାଏ ତେବେ ମଧ୍ୟ ସୁନା, ରୂପା ବା ତମ୍ବା ଧାତୁକୁ ଏକ ଲିଟର ପାଣିରେ ଫୁଟାଇ ୨୫୦ ଗ୍ରାମ କରିଦେବ । ତାକୁ ଥଣ୍ଡା କରି ପିଇଲେ ମଧ୍ୟ ଶରୀରକୁ ଲାଭ ମିଳିଥାଏ । ସେହିପରି ପ୍ରସ୍ତୁତ ତେଲ ମଧ୍ୟ ମାଲିସ କରିବା ଦ୍ଵାରା ଲାଭ ମିଳିଥାଏ ।

ତେବେ ଆସନ୍ତୁ ଜାଣିବା କିପରି ରତ୍ନ ଦ୍ଵାରା ରୋଗର ଉପଚାର ହେବ –

ହୀରା ରତ୍ନର ଭସ୍ମ ରେ କ୍ଷୟରୋଗ, ଜଳୋଦର, ମଧୁମେହ, ଭଗନ୍ଦର, ରକ୍ତବିକାର, ଘା ଆଦି ରୋଗ ଦୂର ହୋଇଥାଏ । ଏହା ବୀର୍ଯ୍ୟକୁ ବଢାଇବାର ଶକ୍ତି ଅଟେ । ଜଳୋଦର, ନପୁଂସକତା  ରୋଗରେ ବିଶେଷ ଲାଭକାରୀ ମିଳିଥାଏ ।

ମାଣିକ୍ୟ ଭସ୍ମ ଶରୀରର ଉଷ୍ଣତାକୁ ଦୂର କରିଥାଏ । ଏହା ରକ୍ତବର୍ଦ୍ଧକ ଓ ବାୟୁନାଶକ ଅଟେ । ଉଦାର ଶୂଳ, ଚକ୍ଷୁ ରୋଗ ଓ କୋଷ୍ଠବଦ୍ଧତା ରେ ମଧ୍ୟ ପ୍ରୟୋଗ ହୁଏ ଏବଂ ଏହାର ଭସ୍ମ ନପୁଂସକତାକୁ ମଧ୍ୟ ନଷ୍ଟ କରିଥାଏ । କ୍ୟାଲସିୟମ ବୃଦ୍ଧି କରିବାରେ ମୋତି ରତ୍ନ ବହୁତ ଲାଭଦାୟକ ହୋଇଥାଏ । ମୁକ୍ତ ରତ୍ନ ଭସ୍ମରେ କ୍ଷୟରୋଗ, ପୁରୁଣା ଜ୍ଵର, କାଶ, ଶ୍ଵାସ, ରକ୍ତଚାପ, ହୃଦରୋଗରେ ଲାଭ ମିଳିଥାଏ ।

ଯେଉଁ ମହିଳା ମାନଙ୍କର ଗର୍ଭ ନଷ୍ଟ ହୋଇଯାଉଛି ସେମାନେ ମୁଙ୍ଗାରତ୍ନକୁ ଘୋରି ମହିଳାଙ୍କ ପେଟରେ ଲଗାଇଲେ ଗର୍ଭ ନଷ୍ଟ ହୁଏ ନାହିଁ । ଏହାକୁ ଗୋଲାପ ଜଳରେ ବାଟି ସୁଖାଇବା ପରେ ତାକୁ ମହୁ ସହିତ ମିଶାଇ ଖାଇଲେ ଶରୀର ପୁଷ୍ଟ ହୁଏ । କାଶ, ଅଗ୍ନିମାନ୍ଧ୍ୟ, ପଣ୍ଡୁରୋଗ ପାଇଁ ଏହା ଉତ୍କୃଷ୍ଟ ଔଷଧ ଅଟେ ।

ପନ୍ନା ରତ୍ନ ମୁତ୍ରରୋଗ, ରକ୍ତବ୍ୟାଧି ଓ ହୃଦୟ ରୋଗରେ ଲାଭଦାୟକ ହୁଏ । ପନ୍ନା ଭସ୍ମ ଥଣ୍ଡା ଅଟେ, ଭୋକ ବଢାଏ, ହାଲିଆ, ଅଜିର୍ଣ, ଓ ପଣ୍ଡୁ ରୋଗରେ ଲାଭଦାୟକ ହୁଏ ।

ଶ୍ଵେତପୋଖରାଜ କୁ ଗୋଲାପ ଜଳରେ ଘୋରି ତାକୁ ଛାଇରେ ଶୁଖାଇବ । ଏହା ପୋଲିଓ, ଆମବାତ, କାଶ, ଶ୍ଵାସକଷ୍ଟ ଆଦି ରୋଗରେ ଲାଭକାରୀ ହୁଏ । ଏହାର ଭସ୍ମ ବିଷ ଓ ବିଷକ୍ତ କୀଟାଣୁ ମଧ୍ୟ ନଷ୍ଟ କରିଥାଏ ।

Leave a Reply

Your email address will not be published. Required fields are marked *