ବର କନ୍ୟା ବିବାହ ବେଦୀ ଛାଡ଼ି ପହଞ୍ଚିଗଲେ ହସ୍ପିଟାଲ, କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବିବାହ ପ୍ରତ୍ୟେକ ଯୋଡ଼ି ଙ୍କ ଏକ ସ୍ବପ୍ନ ଅଟେ । ନିଜର ବିବାହର ଦିନକୁ ଖାସ ବନାଇବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି । ବିବାହ ଦିନ ବର ଓ କନ୍ୟା ଉଭୟ ବହୁତ ଖୁସି ଥାଆନ୍ତି ଏବଂ ଏହି ଦିନ ସେମାନେ ଖୁବ ବ୍ୟସ୍ତ ମଧ୍ୟ ରୁହନ୍ତି । ଏହି ଦିନରେ ସେମାନେ ନିଜର ଜରୁରୀ କାମ ଗୁଡ଼ିକୁ ମଧ୍ୟ ରଦ୍ଦ କରି ଦିଅନ୍ତି, କେବଳ ନିଜର ବିବାହ କୁ ଖାସ ବନାଇବା ପାଇଁ । ସେମାନଙ୍କ ସମ୍ପୂର୍ଣ୍ଣ ଧ୍ୟାନ ବିବାହ ଏବଂ ବିବାହ ସହ ଜଡ଼ିତ ରୀତି ନୀତି ଉପରେ ରହିଥାଏ ।

କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଯୋଡ଼ିଙ୍କ ସମ୍ବନ୍ଧରେ କହିବୁ ଯିଏ ନିଜ ବିବାହ ର ସମସ୍ତ ରୀତି କୁ ଛାଡି ଜଣେ ଛୋଟ ଝିଅ ର ଜୀବନ ବଞ୍ଚାଇବା ପାଇଁ ପହଞ୍ଚି ଯାଇଥିଲେ ହସ୍ପିଟାଲ । ବନ୍ଧୁଗଣ ଅସଲରେ ସେହି ଛୋଟ ଝିଅ କୁ ରକ୍ତ ର ଜରୁରୀ ଆବଶ୍ୟକତା ରହିଥିଲା ।

କିନ୍ତୁ ତା’ର ବ୍ଲଡ଼ ଗ୍ରୁପ ମ୍ୟାଚ କରୁଥିବା କୌଣସି ବ୍ୟକ୍ତି ମିଳୁ ନଥିଲେ ଏବଂ ଯିଏ ବି ମିଳୁଥିଲେ ସେମାନେ ରକ୍ତ ଦାନ କରିବା ନିମନ୍ତେ ପ୍ରତ୍ୟାଖ୍ୟାନ କରି ଦେଉଥିଲେ । ଯେତେବେଳେ ଏହି ଖବର ସେହି ବର ଓ କନ୍ୟା ଙ୍କୁ ମିଳିଥିଲା, ସେତେବେଳେ ସେ କୌଣସି କଥାକୁ ନଭାବି ନିଜର ବିବାହ ର ସମସ୍ତ ରୀତି କୁ ଅଧାରୁ ହିଁ ଛାଡି ହସ୍ପିଟାଲ ବ୍ଲଡ଼ ଡୋନେଟ କରିବା ନିମନ୍ତେ ଯାଇଥିଲେ । ବର୍ତ୍ତମାନ ଏହି ଯୋଡ଼ିଙ୍କ ପ୍ରଶଂସା ସୋସିଆଲ ମିଡିଆ ରେ ଖୁବ ମାତ୍ରାରେ ହେଉଛି । ଏହି ମାମଲା ର ସୂଚନା ଉତ୍ତର ପ୍ରଦେଶ ର ପୋଲିସ ଅଧିକାରୀ ଆଶିଷ ମିଶ୍ର ନିଜର ଟ୍ୱିଟର ଆକାଉଣ୍ଟ ହାଣ୍ଡେଲ ରେ ଦେଇଛନ୍ତି ।

ବର ଓ କନ୍ୟା ଯେତେବେଳେ ରକ୍ତ ଦାନ କରୁଥିଲେ, ସେତେବେଳେ ଏକ ଫଟୋ ଉଠାଇ ସେହି ଫଟୋ କୁ ସୋସିଆଲ ମିଡିଆ ରେ ପୋଷ୍ଟ କରି ସେ ଲେଖିଛନ୍ତି- ‘ମେରା ଭାରତ ମହାନ’ । ସେ ଏହା ମଧ୍ୟ ଲେଖିଛନ୍ତି ଯେ, ଏହି ଛୋଟ ଝିଅକୁ ରକ୍ତ ର ଜରୁରୀକାଳୀନ ଆବଶ୍ୟକତା ଥିଲା । କିନ୍ତୁ କୌଣସି ବ୍ୟକ୍ତି ତା’କୁ ରକ୍ତ ଦେଇ ନଥିଲେ ଏବଂ ପ୍ରତ୍ୟାଖ୍ୟାନ କରିଥିଲେ । ହୁଏତ ଏହି ଝିଅ ପର ର ବୋଲି । କିନ୍ତୁ ଏହି ଯୋଡ଼ି ଛୋଟ ଝିଅ ଟି କୁ ରକ୍ତଦାନ କରି ତା’ର ଜୀବନ ବଞ୍ଚାଇଛନ୍ତି । ‘

ବନ୍ଧୁଗଣ ଆପଣ ମାନେ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ ଯେ, ବର କିପରି ଏକ ଷ୍ଟ୍ରେଚର ରେ ଶୋଇ ରକ୍ତଦାନ କରୁଛି ଏବଂ କନ୍ୟା ମଧ୍ୟ ବିବାହ ଯୋଡ଼ା ରେ ବର ପାଖରେ ଛିଡ଼ା ହୋଇଛି । ଏହି ବର ଓ କନ୍ୟା ଙ୍କ ଏହି ମହାନ କୃତ୍ୟର ସୋସିଆଲ ମିଡିଆ ରେ ଭରପୁର ମାତ୍ରାରେ ପ୍ରଶଂସା ହେଉଛି । ସମସ୍ତ ବ୍ୟକ୍ତି ଙ୍କ କହିବାନୁସାରେ ଏହି ବର ଓ କନ୍ୟା ଙ୍କ ଏହି ମହାନ କାର୍ଯ୍ୟ ସେମାନଙ୍କ ପାଇଁ ଏକ ଉଦାହରଣ ତଥା ମିସାଲ ଅଟେ, ଯେଉଁମାନେ ରକ୍ତଦାନ କରିବା ନିମନ୍ତେ ଆପତ୍ତି କରନ୍ତି ।

Leave a Reply

Your email address will not be published. Required fields are marked *