ନବରାତ୍ରି ୨୦୨୦ : ବାସନ୍ତିକ ନବରାତ୍ର ୨୫ ଠାରୁ, ଜାଣନ୍ତୁ ପୂଜା ଆରମ୍ଭ କରିବାର ଶୁଭ ମୂହୁର୍ତ୍ତ

ପ୍ରତେକ ବର୍ଷ ରେ ମୁଖ୍ୟତଃ ଦୁଇଟି ନବରାତ୍ର ଆସିଥାଏ, ପ୍ରଥମ ନବରାତ୍ର ବାସନ୍ତିକ ଏବଂ ଦ୍ଵିତୀୟ ନବରାତ୍ର ଥଣ୍ଡା ଦିନରେ ଆସିଥାଏ । ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ନବମୀ ତିଥି ପର୍ଯ୍ୟନ୍ତ କାଳ ବାସନ୍ତିକ ନବରାତ୍ରି କୁହାଯାଏ, ବାସନ୍ତିକ ନବରାତ୍ର ସହ ୯ବ ଚନ୍ଦ୍ର ସମ୍ବତ୍ସର ପ୍ରାରମ୍ଭ ହୋଇଥାଏ । ଧର୍ମଶାସ୍ତ୍ରୀୟ ମାନ୍ୟତା ଅନୁଯାଇ ନବରାତ୍ର ପବିତ୍ର ପର୍ବ କାଳରେ ପୂଜା ପାଠ କରାଯାଏ ।

ଦୂର୍ଗା ପୂଜା ଆମ ଦେଶରେ ବହୁତ ଧୂମଧାମ ସହ ଓ ଦୂର୍ଗା ପୂଜା ର ବହୁତ ମାନ୍ୟତା ମଧ୍ୟ ଥାଏ, ଲୋକଙ୍କ ମା ଉପରେ ବହୁତ ଶ୍ରଦ୍ଧା ଅଟେ ।

ବାସ୍ତନ୍ତିକ ନବରାତ୍ର ବୁଧବାର ୨୫ ମାର୍ଚ୍ଚ ଠାରୁ ଆରମ୍ଭ ହଉଛି, ଆସନ୍ତା ନବରାତ୍ରରେ କୌଣସି ତିଥି ହାନି ହବ ନାହିଁ, ଏହି ନବରାତ୍ରି ୯ ଦିନର ଅଟେ, ପ୍ରତିପଦା ତିଥି ୨୪ ମାର୍ଚ୍ଚ ମଙ୍ଗଳବାର କୁ ଅପରାହ୍ନ ୧:୪୩ ରେ ଲାଗିବ ଓ ବୁଧବାର ୨୫ ମାର୍ଚ୍ଚ ଅପରାହ୍ନ ୩:୫୧ରେ ସମାପ୍ତ ହବ । ବୁଧବାର ଦିନ ରେବତି ନକ୍ଷତ୍ର ଅନୁଯାଇ ବ୍ରହ୍ମ ଯୋଗ ଅଟେ ଯାହା କଳଶ ସ୍ଥାପନା ପାଇଁ ଉତ୍ତମ ମୁହୂର୍ତ ଅଟେ ।

କଳଶ ସ୍ଥାପନା ପାଇଁ ଅନୁକୂଳ ସମୟ ପ୍ରତିପଦା ତିଥି ରେ ପ୍ରାତଃ ୫:୫୭ ଠାରୁ ଅପରାହ୍ନ ୩:୪୫ ଅଟେ, ଉତ୍ତମ ଅଭିଜିତ ମୁହୂର୍ତ ଦିବା ୧୧:୩୫ ଠାରୁ ଦିବା ୧୨:୨୩ ପର୍ଯ୍ୟନ୍ତ ଅଟେ । ଏହି ନବରାତ୍ର କାଳରେ ଭଗବାନ ଭାସ୍କର ଆରାଧନା ହେତୁ ଚୈତ୍ର ମାସ ଛଠ ପୂଜା ମଧ୍ୟ କରା ଯାଇଥାଏ । ଏହି ନବରାତ୍ରି ଶେଷ ତିଥି କିଛି ଏହି ପ୍ରକାର ରହିବ ତେବେ ଆସନ୍ତୁ ଜାଣିବା ତିଥି ଗୁଡିକ ସମୟ ବିଷୟରେ ।

୨୬ ମାର୍ଚ୍ଚକୁ ନବରାତ୍ର ଦ୍ଵିତୀୟ ଦିନ ଦ୍ଵିତୀୟ ତିଥି ସନ୍ଧ୍ୟା ୫:୫୩ ପର୍ଯ୍ୟନ୍ତ ଅଟେ ଓ ଏହା ପରେ ତୃତୀୟ ତିଥି ଆର୍ଭ ହୋଇଯାଏ । ଶୁକ୍ରବାର ଦିନ ୨୭ ମାର୍ଚ୍ଚକୁ ତୃତୀୟ ତିତି ରାତ୍ରି ୭:୩୯ ପରେ ଚତୁର୍ଥୀ ଆରମ୍ଭ ହୋଇଯିବ । ଶନିବାର ୨୮ ମାର୍ଚ୍ଚ ନବରାତ୍ର ଚତୁର୍ଥୀ ଦିନ, ଚତୁର୍ଥୀ ତିଥି ରାତ୍ରି ୯: ୦୩ ରେ ସମାପ୍ତ ହବ ଓ ଏହା ପରେ ସୋମବାର ଦିନ ୩୦ ମରାଚ ରେ ଷଷ୍ଠି ଓ ଏହି ପ୍ରକାର ଶୁଭ ତିଥି ଅନୁଯାଇ ଆପଣଙ୍କୁ ମାଙ୍କ ପୂଜା ଅର୍ଚନା ଓ ଆରାଧନା କରିବା ପାଇଁ ଉଚିତ ସମୟ ପ୍ରାପ୍ତ ହବ ।

Leave a Reply

Your email address will not be published. Required fields are marked *