ଏହି କାରଣରୁ ଶିବଙ୍କ ଭକ୍ତ ନନ୍ଦୀଙ୍କ କାନରେ କୁହନ୍ତି ନିଜର ମନୋକାମନା- ଜାଣନ୍ତୁ ନନ୍ଦୀ କିଏ ଓ କାହିଁକି ଶିବଙ୍କ ଠିକ ସାମ୍ନା ରେ ରଖାଯାଏ ତାଙ୍କର ମୂର୍ତ୍ତି

ଭଗବାନ ଶିବଙ୍କର ସବୁ ମନ୍ଦିରରେ ନନ୍ଦୀଙ୍କର ମୂର୍ତ୍ତି ଠିକ ତାଙ୍କ ସାମ୍ନାରେ ଥାଏ । ଯିଏ ବି ଶିବଙ୍କ ମନ୍ଦିରକୁ ଯାଆନ୍ତି ସେ ନିଜର ମନୋକାମନାକୁ ନନ୍ଦୀଙ୍କ କାନରେ କହିଥାନ୍ତି । କାରଣ ନନ୍ଦୀ ଭକ୍ତମାନଙ୍କର ପ୍ରାର୍ଥନାକୁ ସିଧା ଶିବଙ୍କ ନିକଟକୁ ପହଞ୍ଚାଇ ଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି କାହିଁକି ଶିବଙ୍କ ମନ୍ଦିରର ଠିକ ସାମ୍ନାରେ ନନ୍ଦୀଙ୍କ ମୂର୍ତ୍ତି ରଖାଯାଏ ଓ ଭକ୍ତମାନେ ନନ୍ଦୀଙ୍କ କାନରେ କାହିଁକି ନିଜର ସବୁ ମନୋକାମନାକୁ କହିଥାନ୍ତି । ଏହା କରିବା ପଛରେ ଗୋଟିଏ କଥା ଜଡିତ ଅଛି ଓ ସେହି କଥା କିଛି ଏହିଭଳି ଅଟେ-

ନନ୍ଦୀ ଭଗବାନଙ୍କର କଥା

କୁହାଯାଏ କି ଶିଲାଦ ମୁନି ସବୁ ସମୟରେ ତପସ୍ୟାରେ ହିଁ ଲୀନ ରହୁଥିଲେ ଏବଂ ସେ ବିବାହ ମଧ୍ୟ କରି ନ ଥିଲେ, ଯେଉଁ କାରଣରୁ ତାଙ୍କ ପିତାଙ୍କର ଚିନ୍ତା ଥିଲା କି ତାଙ୍କ ବଂଶ ଆଗକୁ କେମିତି ବଢିବ । ପିତାଙ୍କର ଏହି ଚିନ୍ତାର ଉପାୟ ବାହାର କରିବା ପାଇଁ ଶିଲାଦ ମୁନି ତପସ୍ୟା କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କଲେ । ଯାହା ଦ୍ଵାରା ଭଗବାନ ଶିବ ତାଙ୍କୁ ଏମିତି ଏକ ସନ୍ତାନ ଦେବେ ଯିଏ ଜନ୍ମ ଓ ମୁର୍ତ୍ୟୁର ବନ୍ଧନରୁ ମୁକ୍ତ ଥିବ । ଏହା ପରେ ଭଗବାନ ଶିବ ଶିଲାଦଙ୍କୁ ଦର୍ଶନ ଦେଲେ ଏବଂ ତାଙ୍କୁ ପୁତ୍ର ପ୍ରାପ୍ତିର ବରଦାନ ଦେଲେ ।

ହେଲା ନନ୍ଦୀଙ୍କର ଜନ୍ମ

ଭଗବାନ ଶଙ୍କରଙ୍କ ବରଦାନ ମିଳିବାର କିଛି ସମୟ ପରେ ଭୂମିରେ ଶିଲାଦଙ୍କୁ ଏକ ବାଳକ ମିଳିଲା ଏବଂ ସେ ସେହି ବାଳକର ନାମ ନନ୍ଦୀ ରଖିଲେ । ଏହାପରେ ଯେତେବେଳେ ନନ୍ଦୀ ବଡ ହେଲେ ତେବେ ମୁନିମାନେ ତାଙ୍କର ଭବିଷ୍ୟବାଣୀ କଲେ ଓ କହିଲେ ତାଙ୍କର ଜୀବନ ଅଧିକ ଲମ୍ବା ହେବ ନାହିଁ । ଏହା ପରେ ନନ୍ଦୀ ଭଗବାନ ଶିବଙ୍କର ପୂଜା କରିବା ଆରମ୍ଭ କରିଦେଲେ ଓ ଜଙ୍ଗଲରେ ଯାଇ ତପସ୍ୟା କରିବାକୁ ଲାଗିଲେ ।

ଭଗବାନ ଶିବ ନନ୍ଦୀଙ୍କର ତପସ୍ୟାରେ ଖୁସି ହୋଇ ତାଙ୍କୁ ଦର୍ଶନ ଦେଲେ । ନନ୍ଦୀ ଭଗବାନ ଶିବଙ୍କ ସହିତ ସବୁବେଳେ ରହିବା ପାଇଁ ଓ ଅମର ହେବାର ବରଦାନ ମାଗିଲେ । ଶିବ, ନନ୍ଦୀଙ୍କୁ ଏହି ଦୁଇଟି ବରଦାନ ଦେଲେ ଓ କହିଲେ କି ଆଜିଠାରୁ ଯେଉଁଠି ତାଙ୍କର ନିବାସ ହେବ ସେଠି ନନ୍ଦୀଙ୍କର ନିବାସ ହେବ ଓ ନନ୍ଦୀଙ୍କୁ ଭଗବାନ ଶିବ ନିଜର ଦ୍ଵାରାପାଳ ମଧ୍ୟ କଲେ । ଯାହାପରେ ଯେ କୌଣସି ଲୋକ ଭଗବାନ ଶିବଙ୍କୁ ଦେଖା କରିବା ପାଇଁ ଯାଆନ୍ତି ସେ ପ୍ରଥମେ ନନ୍ଦୀ ସହିତ ଦେଖା କରନ୍ତି । ନନ୍ଦୀ କିଛି ଦିନ ପରେ ମରୁତୋଂଙ୍କର ପୁତ୍ରୀ ସୁୟଶାଙ୍କ ସହିତ ବିବାହ କରି ନେଲେ ।

ଶିବଙ୍କ ଦ୍ଵାରା ଦିଆଯାଇଥିବା ଏହି ବରଦାନ ଅନୁସାରେ ସବୁ ମନ୍ଦିରରେ ନନ୍ଦୀଙ୍କର ମୂର୍ତ୍ତି ତାଙ୍କ ସାମ୍ନାରେ ରଖା ଯାଇଥାଏ । ଶଙ୍କର ଭଗବାନ ତପସ୍ଵୀ ଅଟନ୍ତି ଓ ସେ ସବୁବେଳେ ତପସ୍ୟାରେ ଲୀନ ରୁହନ୍ତି । ଯେଉଁ କାରଣରୁ ଶିବଙ୍କର ଭକ୍ତ ତାଙ୍କ ପରିବର୍ତ୍ତେ ନନ୍ଦୀଙ୍କ କାନରେ ନିଜର ସବୁ ମନୋକାମନାକୁ କୁହନ୍ତି । ଯାହାଦ୍ୱାରା ନନ୍ଦୀ ତାଙ୍କର ମନୋକାମନାକୁ ଶିବଙ୍କ ନିକଟରେ ପହଞ୍ଚାଇ ପାରିବେ ।

Leave a Reply

Your email address will not be published. Required fields are marked *