ଯଦି ଆପଣଙ୍କ ନଖ ଊପରେ ଅଛି ଅର୍ଦ୍ଧଚନ୍ଦ୍ରର ଚିହ୍ନ ତେବେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ

ସାମୁଦ୍ରିକ ଶାସ୍ତ୍ରରେ ଶରୀରର କଳାଜାଇ ଓ କିଛି ଚିହ୍ନ ବିଷୟରେ ବହୁତ କିଛି କୁହାଯାଇଛି । ଏହା ସହିତ ସାମୁଦ୍ରିକ ଶାସ୍ତ୍ର ମାଧ୍ୟମରେ ଆପଣ ହାତର ରେଖା, ଚିହ୍ନ ଓ ହାତର ଆକାର, ହାତର ରଙ୍ଗ ଇତ୍ୟାଦିର ଅଧୟନ କରିହୁଏ ।

ଯାହା ଦ୍ଵାରା ମନୁଷ୍ୟର ଭବିଷ୍ୟତ, ଅତୀତ ଓ ବର୍ତ୍ତମାନ ବିଷୟରେ ଓ ମନୁଷ୍ୟର ସ୍ଵଭାବ ବ୍ୟକ୍ତିତ୍ବ ବିଷୟରେ ବି ଜାଣି ପାରିବେ । ଏହା ଛଡା ହାତର ଆଙ୍ଗୁଠିର ଉଚ୍ଛତା, ଆକାର ଓ ନଖ ମଧ୍ୟରେ ଥିବା ଚିହ୍ନ ବି ବ୍ୟକ୍ତିର ଶାରୀରିକ ସ୍ଥିତି ଓ ଭବିଷ୍ୟତ ବିଷୟରେ ବହୁତ କିଛି କହିଥାଏ । ଆଜି ଆମେ ହାତରେ ଦେଖାଯାଉଥିବା କିଛି ବିଶେଷ ଚିହ୍ନର ମହତ୍ଵ ବିଷୟରେ ଜାଣିବା । ଏହା ସହିତ ନଖ ଉପରେ ଅର୍ଦ୍ଧଚନ୍ଦ୍ର ଆକାର ଥିଲେ ଏହାର ଅର୍ଥ କଣ ହୋଇଥାଏ ଚାଳନ୍ତୁ ଜାଣିବା । ଯେଉଁ ଲୋକମାନଙ୍କ ହାତରେ ଶଙ୍ଖର ଚିହ୍ନ ହୋଇଥାଏ ସେମାନେ ନିଶ୍ଚିତ ରୂପରେ ଧନବାନ ହୋଇଥାନ୍ତି ।

ଏହିଭଳି ଲୋକମାନଙ୍କ ଜୀବନରେ କେବେ ବି ଅଭାବ ରହି ନ ଥାଏ । ଏମାନଙ୍କ ସ୍ଵଭାବ ଦୃଢ ବିଶ୍ଵାସ ସ୍ୱରୂପ ହୋଇଥାଏ । ଏହିଭଳି ହାତର ପାପୁଲିରେ ମାଛ ଭଳି ଚିହ୍ନ ସୋଭାଗ୍ୟ ଓ ଐଶ୍ୱର୍ୟାର ପ୍ରତୀକ ହୋଇଥାଏ । ଯେଉଁ ଲୋକମାନଙ୍କ ହାତରେ ମନ୍ଦିର ଭଳି ଚିହ୍ନ ହୋଇଥାଏ ସେମାନ ସବୁବେଳେ ସମାଜରେ ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି । ଏମାନଙ୍କ ଠାରୁ ଲୋକମାନେ ଉପଦେଶ ନେବାକୁ ଆସନ୍ତି । ଏମାନେ ବୁଦ୍ଧିମାନ ହେବା ସହିତ ମାର୍ଗଦର୍ଶକ ମଧ୍ୟ ହୋଇଥାନ୍ତି ।

ଚରିତ୍ରବାନ ଓ ଧାର୍ମିକ ପ୍ରବୃତି ବ୍ୟକ୍ତିମାନଙ୍କ ହାତରେ ପତାକାର ଚିହ୍ନ ଥାଏ । ଶ୍ଵାସତିକ ଚିହ୍ନ ବି ଶୁଭ ହୋଇଥାଏ । ଭାଲା ଓ ତ୍ରିଶୂଳ ଭଳି ଚିହ୍ନ ବାହାଦୁର ଓ ବୀର ମନୁଷ୍ୟଙ୍କ ହାତରେ ମିଳିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଆମ ନଖ ଉପରେ ସ୍ଥିତ ଅର୍ଦ୍ଧଚନ୍ଦ୍ର ଆକାରର କଣ ଅର୍ଥ ହୋଇଥାଏ । ଏହି ଆକୃତି ସମସ୍ତଙ୍କ ଆଙ୍ଗୁଠିର ନଖ ହୋଇ ନ ଥାଏ । ସେଥିପାଇଁ ଏହାର ଭିନ୍ନ ଭିନ୍ନ ମହତ୍ଵ ଅଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନଖ ଉପରେ ଧଳା ରଙ୍ଗର ଅର୍ଦ୍ଧଚନ୍ଦ୍ରର ଆକୃତି ବହୁତ ଶୁଭ ହୋଇଥାଏ ।

ଅନମିକା ଆଙ୍ଗୁଠିର ନଖରେ ଯଦି ଅର୍ଦ୍ଧଚନ୍ଦ୍ର ଚିହ୍ନ ଅଛି ତେବେ ସେହି ବ୍ୟକ୍ତିକୁ ସମାଜରେ ମାନ ସମ୍ମାନ ମିଳିଥାଏ । ପ୍ରତିଯୋଗୀତା ପରିକ୍ଷାରେ ସଫଳତା ମିଳିଥାଏ । ଯେଉଁ ଲୋକମାନଙ୍କ ମଧ୍ୟମା ଆଙ୍ଗୁଠିର ନଖ ଉପରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ଅଛି ସେମାନେ ବ୍ୟାପାର ଓ ବ୍ୟବସାୟରେ ପ୍ରଗତି କରିଥାନ୍ତି । ଏହି ଆଙ୍ଗୁଠି ଶନିଙ୍କ ହୋଇଥାଏ । ଯେଉଁ ଲୋକମାନଙ୍କର ତର୍ଜନୀ ଆଙ୍ଗୁଠିର ନଖ ଉପରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ଅଛି ତେବେ ସେହି ବ୍ୟକ୍ତିର ଜୀବନରେ ଧନର ବୁଦ୍ଧି ହୋଇଥାଏ । ବ୍ୟାପାର, ବ୍ୟବସାୟ ଓ ଚାକିରିରେ ବି ଉନ୍ନତି ମିଳିଥାଏ ।

ସେହିଭଲି ଯଦି ହାତର ବୁଢା ଆଙ୍ଗୁଠିରେ ଅର୍ଦ୍ଧଚନ୍ଦ୍ରର ଚିହ୍ନ ଥାଏ ତେବେ ସେହି ବ୍ୟକ୍ତି ଜଣକ ବୁଦ୍ଧିମାନ ଓ ଲିଡର ହେବାର କ୍ଷମତା ରଖିଥାଏ । ଏହିଭଲି ଲୋକମାନେ ଆଗକୁ ଯାଇ ଭଲ ପ୍ରବକ୍ତା ହୋଇଥାନ୍ତି ଓ ଅନ୍ୟ ଲୋକମାନଙ୍କୁ ପ୍ରଭାବିତ କରିଥାନ୍ତି । ଯଦି କୌଣସି ବ୍ୟକ୍ତିର ସବୁଠୁ ଛୋଟ ଆଙ୍ଗୁଠିରେ ନଖରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ଅଛି ତେବେ ଏହା ବହୁତ ହିଁ ଶୁଭ ହୋଇଥାଏ । ଏହିଭଲି ବ୍ୟକ୍ତିମାନେ ଜୀବନର ସମସ୍ତ ସମସ୍ୟାରୁ ବହୁତ ସହଜରେ ବାହାରି ଆସନ୍ତି ।

ଏମାନଙ୍କ ଭାଗ୍ୟ ବହୁତ ହିଁ ବଳବାନ ହୋଇଥାଏ । ଏମାନଙ୍କୁ ଜୀବନରେ ବହୁତ କମ ଦୁଃଖ ମିଳିଥାଏ । ଯେଉଁ ବ୍ୟକ୍ତିର ସବୁ ଆଙ୍ଗୁଠିର ନଖରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ଥାଏ ଓ ତାହାର ଆଙ୍ଗୁଠି ଲମ୍ବା ହୋଇଥାଏ ତେବେ ଏହିଭଲି ବ୍ୟକ୍ତି ନିଜ ଜୀବନରେ ସଂଘର୍ଷ କରି ଆଗକୁ ବଢିଥାନ୍ତି ।

Leave a Reply

Your email address will not be published. Required fields are marked *