ଯଦି ଅନର୍ଥ ଆପଣଙ୍କ ପିଛା ଛାଡୁନାହିଁ, ତେବେ କରନ୍ତୁ ନାଲି ଲଙ୍କାର ଏହି ଉପାୟ – ଦୂର ହେବ ସବୁ ସମସ୍ୟା

ସାଧାରଣତଃ ଆମେ ଜାଣିଥାଉ ନାଲି ଲଙ୍କା ରୋଷେଇଘରେ ବ୍ୟବହୃତ ହେଇଥାଏ । ଏଥିରେ ଆମେ ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିଥାଉ । ନାଲି ଲଙ୍କାର ପ୍ରୟୋଗ ଦ୍ଵାରା ଖାଦ୍ୟ ସ୍ୱଳ୍ପ ରାଗ ହେଇଥାଏ, ତେଣୁ ଖାଦ୍ୟ ଅଧିକ ସ୍ଵାଦିଷ୍ଟ ହେଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଲଙ୍କା କେବଳ ଖାଦ୍ୟ ନୁହଁ ଏହା ଗୁଣୀ ଗାରେଡି, ଯାଦୁଟୋନାରେ ମଧ୍ୟ ଉପଯୋଗ ହେଇଥାଏ । କୁହାଯାଏକି ଯଦି କୌଣସି ବ୍ୟକ୍ତି ଉପରେ କିଛି ବିପଦ ପଡିଥାଏ ତେବେ ନାଲି ଳଙ୍କାର ଧୂଆଁ ଦେଇ ସେଥିରୁ ମୁକ୍ତି ମିଳିପାରେ ।

Image Courtesy: Google

ଯଦି ଆପଣଙ୍କ ଜୀବନରେ ମଧ୍ୟ ଏମିତି ଅନର୍ଥ ଚାଲିଛି ଏବଂ ଏଥିରୁ ଆପଣ ମୁକ୍ତ ହେବାକୁ ଚହୁଁଛନ୍ତି ଓ ଆପଣଙ୍କର ସମସ୍ତ ପ୍ରଚେଷ୍ଟା ବିଫଳ ହେଇ ସାରିଛି ତେବେ ଆଜି ଆପଣଙ୍କୁ ନାଲି ଲଙ୍କାର ଏପରି ଉପାୟ ବିଷୟରେ କହିବୁ, ଯାହାଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହେଇଯିବ । ନାଲିଲଙ୍କାର ଏହି ଉପାୟ ଅତ୍ୟନ୍ତ ସରଳ ଏବଂ ଆପଣ ଏହାକୁ ନିଯ ଘରେ କରି ନିଜର ସମସ୍ତ ଅନର୍ଥରୁ ମୁକ୍ତି ପାଇ ପାରିବେ ।

ଆସନ୍ତୁ ଜାଣିବା ସେଇ ଉପାୟ ବିଷୟରେ –

ଯଦି କୌଣସି ବ୍ୟକ୍ତିର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ରହୁଛି ତେବେ ଗୋଟେ କପଡାରେ ୫ଟି ନାଲିଲଙ୍କା ବାନ୍ଧି ତାକୁ ଶେଯ ତଳେ ରଖି ଦିଅନ୍ତୁ, ଦେଖିବେ ତାଙ୍କର ସ୍ୱାସ୍ଥ୍ୟ କେବେବି ଖରାପ ହେବ ନାହିଁ । ଯଦି ଆପଣଙ୍କ ପରିବାରର କୌଣସି ଛୋଟ ଛୁଆଙ୍କୁ ବାହାରର ଖରାପ ନଜର ଲାଗିଥିବ ତେବେ ଆପଣ ନାଲିଳଙ୍କାର ଉପାୟ କରିପାରିବେ ।

Image Courtesy: Google

ଏହା ଏକ ବହୁତ ସରଳ ଉପାୟ, ପ୍ରଥମେ କିଛି ନାଲିଲଙ୍କା ନେଇ ନଜର ଲାଗିଥିବା ବ୍ୟକ୍ତିର ଚତୁର୍ପାର୍ଶ୍ବରେ ଓଲଟା କ୍ରମରେ ୭ଥର ବୁଲାଇ ତାକୁ ଜଳୁଥିବା ଚୂଲିରେ ପକାଇଦିଅନ୍ତୁ, ଏମିତି କଲେ ଖରାପ ନଜରର ପ୍ରଭାବ ଦୂର ହେଇଯିବ । ଯଦି କୌଣସି ବ୍ୟକ୍ତିର କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ସମସ୍ୟା ଆସୁଛି ତେବେ ଆପଣ ନାଲିଳଙ୍କାର ଉପାୟ କରିପାରିବେ । ଏଥିପାଇଁ ପ୍ରଥମେ ୨୧ଟି ନାଲିଲଙ୍କା ନେଇ ତାକୁ ଗୋଟେ ଢାଳ କିମ୍ବା ଯଗରେ ପାଣି ଭର୍ତି କରି ରଖନ୍ତୁ ।

Image Courtesy: Google

ଏବେ ସେହି ପାଣିକୁ ନିଜ ଉପରେ ୭ଥର ଛିଞ୍ଚି ଘର ବାହାରେ ରାସ୍ତାରେ ଫୋପାଡି ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ସମସ୍ୟା ଦୂରହେବ । ଯଦି ଆପଣଙ୍କ ଘରେ ଧନ ଆସୁଥିଲେ ମଧ୍ୟ ସଞ୍ଚୟ ହୋଇପାରୁନି ତେବେ ଆପଣ ଗୋଟେ ରୁମାଲରେ ୭ଟି ନାଲିଲଙ୍କା ନେଇ ବାନ୍ଧିଦିଅନ୍ତୁ ଏବଂ ତାକୁ ପଇସା ରଖିବା ସ୍ଥାନରେ ରଖିଦିଅନ୍ତୁ । ଏହା କରିବା ଦ୍ଵାରା ଧନ ସଞ୍ଚୟ ହେଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *