ଏହି ୯ଟି କଥା ଆପଣ ପିଲାକୁ କେବେ କୁହନ୍ତୁ ନହିଁ ?

କାର୍ଲ ପିକହରଡଟ ଜଣେ ମନୋବଜ୍ଞାନିକ ଓ ଜଣେ ଲେଖକ ଅଟନ୍ତି । ଯିଏ ପ୍ୟାରେଣ୍ଟିଂ ଉପରେ ୧୫ ରୁ ଅଧିକ ବହିଲେଖିଛନ୍ତି । ତାଙ୍କ କହିବା ଅନୁସାରେ ଯେଉଁ ପିଲାଙ୍କ ଭିତରେ ଆତ୍ମବିଶ୍ଵାସ ନଥାଏ ସେ କୌଣସିବି ନୂଆ ଜିନିଷ କରିବାକୁ ପଛ ଘୁଞ୍ଚା ଦେଇଥାଏ । ତାଙ୍କୁ ଅସଫଳ ହେବାର ଡର ରହିଥାଏ । ସେ ପିଲା ବଡ ହେଲେ ମଧ୍ୟ ଅନ୍ୟ ପିଲାଙ୍କଠୁ ପଛରେ ରାହିଜାଏ । ଗୋଟେ ଅଭିଭାବକ ଭାବେ ଜଣେ ଛୁଆକୁ ସବୁବେଳେ ସପୋର୍ଟ କରିବା ଉଚିତ । ତାଙ୍କୁ ପ୍ରତେକ କାର୍ଯ୍ୟ ପାଇଁ ପ୍ରୋସ୍ଥାହିତ କରିବା ଉଚିତ, କିଛି କଥା ଏମିତି ଅଛି ଯାହା ଛୁଆଙ୍କୁ କହିବା ଉଚିତ ନୁହେଁ । କାରଣ ଏମିତି କଥା ତାର ଆତ୍ମ ବିଶ୍ୱାସକୁ ଦୁର୍ବଳ କରିଥାଏ ।

Image Courtesy: Google

ପ୍ରଥମତଃ ଝିଅ ବା ପୁଅ ଏମିତି କରିବା କଥା ନୁହେଁ-

ଜଣେ ପିଲା କେବଳ ଜଣେ ସରଳ ପିଲା ଅଟେ । ସେ ଝିଏ ବା ପୁଅ ହୋଇ ନଥାଏ, ତାଙ୍କୁ ଜେଣ୍ଡର ରୁଲ ଶିଖାନ୍ତୁ ନାହିଁ । ତାକୁ ଯାହା କରିବା ପସନ୍ଦ କରିବାକୁ ଦିଅନ୍ତୁ, କୌଣସି ଜିନିଷ ଜାଣିବାକୁ ଚାହୁଁଛି ଯଦି ଜାଣିବାକୁ ଦିଅନ୍ତୁ । ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ପୁଅ ରୋଷେଇରେ ରୁଟି ବନେଇବା ସିଖୁଛି କରିବାକୁ ଦିଅନ୍ତୁ । ସେଠାରେ ଆପଣଙ୍କର କହିବାର ଆବଶ୍ୟକ ନାହିଁ ପୁଅମାନେ ରୁଟି ବନାନ୍ତି ନାହିଁ, ଓଲଟା ତାକୁ ରୁଟି ବନେଇବା ଶିଖାନ୍ତୁ । ଯେମିତି ପିଲାବେଳୁ ତା ମନରେ ପୁଅ ହେବାର ଦମ୍ଭ ନ ଭରିଯାଉ ।

ଦ୍ଵିତୀୟରେ ମୋ ସହ କଥା ହେବୁନି-

ନିଜ ପିଲା ସହିତ ସବୁବେଳେ କଥା ହେବାର ମାର୍ଗ ଖୋଲା ରଖନ୍ତୁ । ତାକୁ କେବେ କଥା ନ ହେବା ଓ ଝଗଡା କରିବା ଶିଖାନ୍ତୁ ନାହିଁ । ସେମାନଙ୍କୁ ପ୍ରଶ୍ନ ପଚାରିବାର ଜିଜ୍ଞାସା ସବୁବେଳେ ଦିଅନ୍ତୁ । ତାଙ୍କୁ କହିବାକୁ ଦିଅନ୍ତୁ ଯେମିତି ବିଭିନ କଥା ଉପରେ ମନ କଥା ପ୍ରକାଶ କରିବାକୁ ଦିଅନ୍ତୁ । ଯେମିତି ସେ କଣ ଚହୁଁଛନ୍ତି ଓ ଭାବୁଛନ୍ତି ।

Image Courtesy: Google

ତୃତୀୟରେ ବାପାକୁ ଆସିବାକୁ ଦେ –

ପିଲାଙ୍କୁ ଡରେଇବାର ବହୁତ ପୁରୁଣା ଉପାୟ ଅଟେ । ଏମିତି କରିବା ବହୁତ ଖରାପ ଅଟେ ଏମିତି କରିବା ଦ୍ଵାରା ପିଲାଙ୍କ ମନ ଭିତରେ ବହୁତ ଡର ଓ ଚିନ୍ତା ଆସେ । ସେ ଏହି ଡର କାରଣରୁ ବାପାଙ୍କ ଠାରୁ ବହୁତ ଦୂରତା ରଖେ । ଆପଣଙ୍କ ଅଜାଣତରେ ପିଲାକୁ ଏଇଆ ଶିଖାଉଛନ୍ତି କି ଆପଣଙ୍କ ଭିତରେ ପିଲାକୁ ସମ୍ଭାଳିବାର କ୍ଷମତା ନାହିଁ । ଯଦି ପିଲାହାତରୁ କିଛି ମୁଲ୍ୟବାନ ଜିନିଷ ପଡି ଭାଙ୍ଗିଯାଇଛି ତ ପିଲାଙ୍କୁ ଏହା କୁହନ୍ତୁ ନାହିଁ କି ରହ ତୋ ବାପା ଆସନ୍ତୁ । ଏମିତି ନ କହି କୁହନ୍ତୁ କି ତମେ ନିଜେ କହିବ ତୁମ ଭୁଲ ବିଷୟରେ, ପିଲାଙ୍କ ଭିତରେ ଏହି ସାହସ ବଢାନ୍ତୁ କି ବଡ ଲୋକଙ୍କ ଆଗରେ ସତ କହିବ ।

ଚତୁର୍ଥରେ ସିଧା କିଛି କୁହନ୍ତୁ ନାହିଁ

ଛୋଟ ପିଲାଙ୍କୁ କେବେ ସିଧା ନା କୁହନ୍ତୁ ନାହିଁ, ଏହା ଦ୍ଵାରା ସେ ନିଜ ଅଭିଭାବକ ଉପରେ ବିଶ୍ଵାସ ହରାଇ ବସନ୍ତୀ । ଯଦି ଆପଣଙ୍କ ପିଲାର କୌଣସି କଥା ଠିକ ନ ଲାଗେ, ତେବେ ତାଙ୍କୁ କିଛି ଅଲଗା ପ୍ରକାରେ ବୁଝାନ୍ତୁ । ଯେମିତି ଚିଲେଇ ନ କହି ଆରାମରେ କୁହନ୍ତୁ ।

Image Courtesy: Google

ପଞ୍ଚମରେ ତୁ ଏହା କରିପାରିବୁ ନାହିଁ –

ନିଜ ପିଲାର ଆତ୍ମବିଶ୍ବାସକୁ ଦୁର୍ବଳ କରନ୍ତୁ ନାହିଁ । ଏମିତି ବହୁତ ପରିସ୍ଥିତି ଆସିଥାଏ ଆପଣଙ୍କ ପିଲା କିଛି କରିବା ପାଇଁ ଜିଦ ଧରି ବସିଥାଏ । ଆପଣ ଜାଣିଛନ୍ତି ସେ ତାହା କରିପାରିବ ନାହିଁ, ତାଙ୍କୁ ସଫା ମନା ନ କରି ତାଙ୍କ ପାଖରେ ରହି ତାଙ୍କୁ ସାହାର୍ଯ୍ୟ କରନ୍ତୁ । ଯଦି ପିଲା ଚାହୁଁଛି କିଛି ଭାରି ଜିନିଷ ଉଠେଇବା ପାଇଁ ଆମେ ତାକୁ ମନା ନକରି କହିବା ଚାଲ ମୁଁ ତୋତେ ସାହାର୍ଯ୍ୟ କରିବି ଏହା କରିବା ଦ୍ଵାରା ତାଙ୍କର ଆତ୍ମବିଶ୍ଵାସ ବଢିବ । ଯଦି ଆପଣ ସବୁ କଥାରେ ମନା କରିବେ ତାଙ୍କ ମନରେ ନକରାତ୍ମକ ମନୋଭାବ ସୃଷ୍ଟି ହେବ । ଆଗକୁ କିଛି କାମ କରିବା ପାଇଁ ଭୟ କରିବ ।

ତୁମଭଳି ପିଲକୁ କେହି ପସନ୍ଦ କରନ୍ତି ନାହିଁ –

ନିଜ ପିଲାର ମନ ଭିତରେ ତାର ନକରାତ୍ମକ ଛବି ବନାନ୍ତୁ ନାହିଁ । ତାକୁ ନିଜକୁ ଭଲ ପାଇବା ଶିଖାନ୍ତୁ, ଭୁଲ କରିଥିଲେ ତାକୁ ଦୋଷ ଦେବା ଛାଡି ନିଜ ଭୁଲ ଦେଖନ୍ତୁ । ଠିକ କଥା ବୁଝାନ୍ତୁ ନାକି ତାର ଅସ୍ତିତ୍ଵକୁ ଧିକାରନ୍ତୁ । କେହି ମା ବାପା ଯଦି ତାଙ୍କ ଛୁଆଙ୍କୁ ସୁନ୍ଦର ଉପହାର ଦେଇପାରିବେ ତାହା ହେଲା ଆତ୍ମବିଶ୍ଵାସ ।

Image Courtesy: Google

ସପ୍ତମରେ, ମୋତେ ଏକା ଛାଡିଦେ-

ହେଇପାରେ ଆପଣ କିଛି କଥା ନେଇ ଚିନ୍ତା ଗ୍ରସ୍ତ ରହିପାରନ୍ତି, ପିଲା ଆପଣଙ୍କୁ ଚିଡାଉଛି ତାକୁ ସେହିଠାରେ କେବେବି କୁହନ୍ତୁ ନାହିଁ ମୋତେ ଏକା ଛାଡି ଦେ । ଏହା ଦ୍ଵାରା ପିଲାର କୋମଳ ମନ ଉପରେ ପ୍ରଭାବ ପଡିଥାଏ । ତାକୁ ଲାଗିବକି ଆପଣ ତାକୁ ଭଲ ପାଆନ୍ତି ନାହିଁ ।

ଅଷ୍ଟମରେ ତମେ ଜଣେ ବଡ ପୁଅ କି ଝିଅ-

ନିଜ ପିଲା ବିଷୟରେ କେବେ ନକରାତ୍ମକ କଥା ହୁଅନ୍ତୁ ନାହିଁ । ଏହା ଦ୍ଵାରା ପିଲାର ଆତ୍ମବିଶ୍ଵାସ କମ ହୋଇଥାଏ । ପିଲା ସରଳ ଅଟନ୍ତି ଓ ସବୁ ବିଷୟରେ ଭଲ ଦେଖିଥାନ୍ତି । ତାଙ୍କୁ ଭଲରେ ବୁଝାନ୍ତୁ ଏମିତି କାମ କରିବା ଦ୍ଵାରା ଅନ୍ୟକୁ ଖରାପ ଲାଗିପରେ । ତାକୁ ସବୁବେଳେ କୁହନ୍ତୁ କି ତମେ ଦୁନିଆରେ ସବୁଠୁ ଭଲ ପିଲା । ସେଥିପାଇଁ ଅନ୍ୟକୁ ଦୁଖ ପହଞ୍ଚେଇବର କାମ କେବେବି କରିବ ନାହିଁ ।

Image Courtesy: Google

ନବମରେ ତୁମେ ତୁମ ଭାଇଭଉଣୀଙ୍କ ଭଳି କାହିଁକି ନୁହେଁ-

ତାରେ ଜମିନ ପର ଫିଲ୍ମ ଏହି ଜିନିଷ ଉପରେ କେନ୍ଦ୍ରିତ । ଗୋଟିଏ ମା ର ଦୁଇଟି ପିଲାର ସ୍ଵଭାବ ଓ ବ୍ୟବହାରରେ ବହୁତ ଅନ୍ତର ଅଟେ । ଯଦି ବାରମ୍ବାର ଗୋଟେ ପିଲକୁ ନିଜର ଭାଇ ଭଉଣୀ ଭଳି ହେବାକୁ କହିବେ, ତେବେ ତାଙ୍କ ମଧ୍ୟରେ ଇର୍ଷାର ଭାବନା ସୃଷ୍ଟି ହେବ । ଯେମିତି ଲାଗେ ବାପା ତାକୁ ଏକ ଛାଡି ଦେଇଛନ୍ତି, ଏହା ଦ୍ଵାରା ପିଲାମାନଙ୍କ ଭିତରେ ବିତୁଷ୍ଣା ଭାବ ସୃଷ୍ଟି ହୋଇଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *