୧୭ ଅକ୍ଟୋବରରୁ ଆରମ୍ଭ ହେଉଛି ନବରାତ୍ରି, ଜାଣନ୍ତୁ କଣ କରିବେ ଓ କଣ ନାହିଁ- ନଚେତ…

୧୭ ଅକ୍ଟୋବର ପୂର୍ବରୁ ଶରଦ ନବରାତ୍ରି ଅଛି, ଓ ପ୍ରଥମ ନବରାତ୍ରିରେ ମାତାର ଚୌକି ସ୍ଥାପନ କରାଯାଇଥାଏ । ଶେଷ ନବରାତ୍ରି ୨୬ ଅକ୍ଟୋବରକୁ ପାଳନ କରାଯିବ । ଏହି ଥର ଅଧିକ ମାସ ଲାଗିବା କାରଣରୁ ନବରାତ୍ରି ଗୋଟେ ମାସ ଡେରିରେ ଆରମ୍ଭ ହୋଇଛି । ସବୁ ବର୍ଷ ପିତୃପକ୍ଷ ସମାପ୍ତ ହେବା ପରେ ନବରାତ୍ରି ଆରମ୍ଭ ହୋଇଯାଏ ।

ଘଟ ସ୍ଥାପନା ଓ ଶୁଭ ମୁହୂର୍ତ

ପ୍ରଥମ ନବରାତ୍ରି ଦିନ ଘଟ ସ୍ଥାପନ କରାଯାଇଥାଏ । ଘଟ ସ୍ଥାପନ ଶୁଭ ମୁହୂର୍ତ ସମୟରେ ହିଁ କରିବା ଦରକାର । ଘଟ ସ୍ଥାପନର ଶୁଭ ମୁହୂର୍ତ ୧୭ ଅକ୍ଟୋବର ୨୦୨୦ ସକାଳ ୦୬:୨୩:୨୨ ରୁ ୧୦:୧୧:୫୪ ପର୍ଯ୍ୟନ୍ତ ରହିଛି । ମାନେ ଘଟ ସ୍ଥାପନର ସମୟ ୩ ଘଣ୍ଟା ୪୮ ମିନିଟ ପର୍ଯ୍ୟନ୍ତ ରହିଛି । ଏହି ସମୟରେ ହିଁ ଘାଟ ସ୍ଥାପନ କରିବେ ।

ଏହିଭଳି କରନ୍ତୁ ଘାଟ ସ୍ଥାପନ :-

ଘଟ ସ୍ଥାପନାକୁ ବହୁତ ଲୋକ କଳସ ସ୍ଥାପନା ବା ମାଙ୍କ ଚୌକି ରଖିବାବି କୁହନ୍ତି । ନବରାତ୍ରି ସମୟରେ କଲସରା ବହୁତ ମହତ୍ଵ ରହିଥାଏ, ସେଥିପାଇଁ ନବରାତ୍ରିର ପୂର୍ବ ଦିନ କଳସ ପୂଜା ନିଶ୍ଚିତ ଭାବରେ ରଖାଯାଏ । କୁହାଯାଏକି କିଛି ଶୁଭ କାର୍ଯ୍ୟ କରିବା ପୂର୍ବରୁ କଳସ ସ୍ଥାପନା ନିଶ୍ଚିତ ରୂପରେ କରିବା ଉଚିତ । ଏମିତି କରିବା ଦ୍ଵାରା କାର୍ଯ୍ୟ ସଫଳ ହୋଇଥାଏ ।

ଘଟ ସ୍ଥାପନା କରିବା ପୂର୍ବରୁ ନିଜକୁ ସ୍ବଚ୍ଛ କରି ଦିଅନ୍ତୁ । ତା ପରେ ପୂଜା ଘରର ସଫା କରିବେ । ପୂଜା ଘରେ ଗୋଟେ ଚୌକି ରାଖୀ ଦିଅନ୍ତୁ । ଏହା ଉପରେ ଆପଣ ଲାଲ ରଙ୍ଗର ବସ୍ତ୍ର ବିଛାଇ ଦେବେ । ଏବେ ଚୌକି ଉପରେ ନବ ଗ୍ରହକୁ ବନାଇ ଦିଅନ୍ତୁ , ନବ ଗ୍ରହକୁ ଚାଉଳ ଓ ହଳଦୀ ମାଧ୍ୟମରେ ବନାଇ ପାରିବେ ।

ନବଗ୍ରହ ବନେଇବା ପରେ ଚୌକି ପାଖରେ ଗୋଟେ ପାତ୍ର ରଖନ୍ତୁ । ଏହି ପାତ୍ର ଭିତରେ ମାଟି ପୁରାନ୍ତୁ ଓ ଉପରେ ଧାନ ପକାନ୍ତୁ ।

ଏବେ କଳସକୁ ମାଟି ପାତ୍ର ଭିତରେ ରଖୀ ଦିଅନ୍ତୁ । ଏହି କଳସ ଭିତରେ ଜଳ ଭରି ଦିଅନ୍ତୁ, ଏବେ ଏହା ଭିତରେ ଆମ୍ବ ପତ୍ର ରଖନ୍ତୁ ଓ ତା ଉପରେ ନଡିଆ ବଶାନ୍ତୁ ।

କଳସ ସ୍ଥାପନ କରିବା ପରେ ଚୌକି ଉପରେ ମାର ଫୋଟ ରଖନ୍ତୁ । ମୂର୍ତି ସାମ୍ନାରେ ଘିଅ ଦୀପ ଜଳାଇ ଦିଅନ୍ତୁ ।

ମାକୁ ଫୁଲ ମାଳା ପିନ୍ଧାନ୍ତୁ ଓ ଫଳ ଚଢାନ୍ତୁ । ଏବେ ପୂଜା କରିବାର ସଂକଳ୍ପ ନିଅନ୍ତୁ । ସଂକଳ୍ପ କରି ହାତରେ ଜଳ ନିଅନ୍ତୁ ଓ ମନରେ ନିଜ ମନୋକାମନା କୁହନ୍ତୁ । ତାପରେ ମାକୁ ପ୍ରାର୍ଥନା କରନ୍ତୁକି ମା ମୋର ପୂଜା ଗ୍ରହଣ କରନ୍ତୁ ।

 

ସଂକଳ୍ପ ନେବା ପରେ ଜଳକୁ ଚୌକି ପାଖରେ ଭୂମିରେ ପକନ୍ତୁ । ଏବେ ପୂଜା ଆରମ୍ଭ କରନ୍ତୁ, ଦୂର୍ଗା ମାଙ୍କ ପାଠ କରନ୍ତୁ । ଆପଣ ଚାହିଁଲେ ଦୂର୍ଗା ସ୍ତୋତ୍ର ପାଠ କରିପାରିବେ ।

ଦୁର୍ଗ ସ୍ତ୍ରୋତ୍ର ପାଠ କରି ସାରିବା ପରେ ଠିଆ ହୋଇ ଦୂର୍ଗା ମାଙ୍କ ଆରତୀ କରନ୍ତୁ । ଏହିଭଳି ସନ୍ଧ୍ୟାରେ ମଧ୍ୟ ପୂଜା କରନ୍ତୁ ।

ନଅ ଦିନ ପର୍ଯ୍ୟନ୍ତ ଏମିତି ମନ ଲଗାଇ ମାର ପୂଜା କରନ୍ତୁ ଓ ସେସ ଦିନ ଆପଣ କନ୍ୟା ପୂଜନ କରନ୍ତୁ ଓ କନ୍ୟା ମାନଙ୍କର ଭୋଜନ କରାନ୍ତୁ । ଯଦି ସମ୍ଭବ ହୁଏ ତେବେ ସେସ ଦିନ ଘରେ  ହୋମ କରିବେ ।

ମାଙ୍କର ଏହି ନଅ ରୂପର ପୂଜା କରାଯାଏ

ଶୈଳ ପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ର ଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟିନୀ, କାଲରାତ୍ରି ,ମହା ଗୌରି, ସିଧି ଦାତ୍ରୀ

ଏହି କାମ କରିବେ ନାହିଁ

ନବରାତ୍ରିର ନଅ ଦିନ ପିଆଜ ରସୁଣର ସେବନ କରନ୍ତୁ ନହିଁ ।

ଘରେ ଚୌକି ବସାଇଲ ପରେ ତଳେ ସୋଇବେ ।

କନ୍ୟା ମାନଙ୍କ ଅପମାନ କରିବେ ନାହିଁ ।

ମଦ୍ୟ ପାନ କରିବେ ନାହିଁ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *