ନିଧନର ଗୋଟେ ରାତି ପୂର୍ବରୁ ଋଷି କପୁରଙ୍କ ସହ ଥିବା ଏହି ପିଲାର ଭିଡିଓର ସତ୍ୟତା, ଜାଣନ୍ତୁ

ବଲିଉଡ୍ ଅଭିନେତା ଋଷି କପୂରଙ୍କ ଦେହାନ୍ତ ହୋଇଯାଇଛି । ସେ ଗତକାଲି ସକାଳ ୮.୪୫ରେ ମୁମ୍ବାଇର ଏଚ. ଏମ୍ ହସ୍ପିଟାଲ୍ ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ପଞ୍ଚଭୂତ ରେ ବିଲୀନ ହୋଇଥିଲେ । ତାଙ୍କର ଅନ୍ତିମ ସଂସ୍କାର ମୁମ୍ବାଇ ର ଚନ୍ଦନ ବାଡ଼ି ଶବଦାହ ଗୃହରେ କରାଯାଇଛି । ତାଙ୍କର ଅନ୍ତିମ ସଂସ୍କାର ର ବହୁତ୍ ଫଟୋ ସୋସିଆଲ ମିଡ଼ିଆ ରେ ଆସି ସାରିଛି । ଅଭିନେତା ହଠାତ୍ ଦୁନିଆରୁ ଚାଲିଯିବାରୁ ବଲିଉଡ୍ ଇଣ୍ଡଷ୍ଟ୍ରି ଓ ତାଙ୍କର ଫ୍ୟାନମାନେ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି । ସମସ୍ତେ ତାଙ୍କର ଫଟୋ ଶେୟାର କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏବେ ରିଶି କପୂରଙ୍କ ନିଧନ ପରେ ଏକ ଭିଡ଼ିଓ ଦୃତ ଗତିରେ ଭାଇରାଲ ହେଉଛି । ଏହି ଭିଡିଓ କୁ ବହୁତ୍ ଲୋକ ସେୟାର କରିଛନ୍ତି ।

ଯୋଉଥିରେ ରିଶି କାପୂର୍ ଗୋଟେ ଯୁବକ ସହିତ ଦେଖା ଦେଇଛନ୍ତି ।ଏହି ଭିଡିଓ କୁ ମୁରଲୀ ଲାଲବନି ନାମକ ମୁମ୍ୱାଇ ର ରାଇଟର, ଡିରେକ୍ଟର ଆକାଉଣ୍ଟ୍ ରୁ ସେୟାର କରାଯାଇଛି । ଅଭିନେତାଙ୍କ ଏହି ଭିଡିଓ ପୂର୍ବ ରାତିର ଯେତେବେଳେ ସେ ହସ୍ପିଟାଲରେ ଥିଲେ । ହସ୍ପିଟାଲ ବେଡ ଉପରେ ଶୋଇଥିବା ର ଦେଖା ଯାଉଛନ୍ତି ।

ସେଠାରେ ଏହି ଯୁବକ ଜଣକ ତାଙ୍କ ସହିତ ସେଲଫି କ୍ୟାମେରା ନବା ସହିତ ଭିଡିଓ ବନେଇ ଗୀତ ବି ଗାଉଥିଲେ । ତାଙ୍କ ସାମ୍ନାରେ ହିଁ ଗୀତ ଗାଇ ଶୁଣାଇଥିଲେ “ତେରେ ଦର୍ଦ୍ ସେ ଦିଲ୍ ଅବାଦ୍ ରହା” । ଋଷି କପୁର ବି ଗୀତ କୁ ଅନୁଭବ କରି ଭାକୁକ ହୋଇଯାଇଥିଲେ । ସେହି ଯୁବକ କୁ ବହୁତ ସାରା ଆଶୀର୍ବାଦ ଦେଇଥିଲେ ଓ କହିଲେ ବହୁତ ସଫଳତା ପ୍ରାପ୍ତ କର ମେହନତ କର ।

କଣ ଅଟେ ଏହି ଭିଡିଓର ସତ୍ୟ:

ତେବେ ଏବେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ କିଛି ଖାସ କଥା । ଯାହାକୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଭିଡିଓ ପଛରେ ଥିବା ସତ୍ୟ କଣ । ଏହା ମିଛ ନୁହେଁ କିନ୍ତୁ ଏହା ପଛରେ ଆଉ କିଛି ରାଜ ମଧ୍ୟ ଅଛି । ତେବେ ଆସନ୍ତୁ ଜାଣିବା କଣ ସେଇ ତଥ୍ୟ ।

ଭାଇରାଲ ହେଉଥିବା ଏହି ଭିଡିଓ ବାସ୍ତବରେ ଏବେକାର ନୁହେଁ ଏହା ପୁରୁଣା ଭିଡିଓ ଅଟେ । ଏହି ଭିଡିଓ ୟୁଟ୍ୟୁବରେ ସେୟାର କରାଯାଇଛି ଏହା ଏକ ପୁରୁଣା ଭିଡିଓ । ଫେବୃଆରୀ 4 ରେ ଧୀରଜ କୁମାର ସାନୁଙ୍କ ୟୁଟ୍ୟୁବ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି । ଏହି ଭିଡିଓଟି ନକଲି ନୁହେଁ, କିନ୍ତୁ ଏହାର ସମୟ ବିଷୟରେ କୁହାଯାଉଥିବା ଭୁଲ ଅଟେ । ଭିଡିଓରେ ଧୀରଜ କୁମାର ସାନୁଙ୍କୁ ଡାକ୍ତରଖାନାର ଜଣେ କର୍ମଚାରୀ ବୋଲି ବର୍ଣ୍ଣନା କରାଯାଇଥିବାବେଳେ ତାଙ୍କ ଫେସବୁକ ପ୍ରୋଫାଇଲ ଅନୁଯାୟୀ ସେ ଜଣେ ଗାୟକ।

Leave a Reply

Your email address will not be published. Required fields are marked *