ନୂଆ ଆର୍ଥିକ ବର୍ଷରୁ ନୂଆ ଟ୍ୟାକ୍ସ ନିୟମ, ଏହି 4 ନିୟମରେ ହେବ ବଡ଼ ପରିବର୍ତ୍ତନ

ଏପ୍ରିଲ 1 ତାରିଖ ଠାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଛି । ଏହାସହିତ ଟ୍ୟାକ୍ସ ସହ ଜଡ଼ିତ ନିୟମ ମଧ୍ୟ ପରିବର୍ତ୍ତନ ହେବ ।ଏହି ନୂଆ ଆର୍ଥିକ ବର୍ଷରେ ଟ୍ୟାକ୍ସ ସହିତ ଆହୁରି 4 ଟି ବଡ଼ ନିୟମର ପରିବର୍ତ୍ତନ ହେବ । ତେବେ ଆସନ୍ତୁ ଜାଣିବା କଣ ସେହି ନିୟମ ଯାହା ଏହି ନୂଆ ଆର୍ଥିକ ବର୍ଷରେ ପରିବର୍ତ୍ତନ ହେବ ଏହା କଣ ଜାଣନ୍ତୁ । ସରକାର ବଜେଟ 2019-20 ରେ ବିକଳ୍ପିତ ଦର ଏବଂ ପରିବର୍ତ୍ତିତ ସ୍ଲାବ ସହିତ ନୂଆ ଇନକମ ଟ୍ୟାକ୍ସ ସିଷ୍ଟମକୁ ଆରମ୍ଭ କରିଛନ୍ତି ଯାହା ଏପ୍ରିଲ 1ରୁ କାର୍ଯ୍ୟକାରୀ ହେବ ।

ନୂଆ ଇନକମ ଟ୍ୟାକ୍ସ ସିଷ୍ଟମ ଲାଗୁ ହେବ

ନୂଆ ଇନକମ ଟ୍ୟାକ୍ସ ସିଷ୍ଟମ ବା ନୂଆ କର ବ୍ୟବସ୍ଥାରେ କୌଣସି ପ୍ରକାର ରିହାତି ର ଲାଭ ମିଳିବନାହିଁ । କରଦାତା ଚାହିଁଲେ ତ ପୁରୁଣା ଟ୍ୟାକ୍ସ ସ୍ଲାବ ହିସାବରେ ମଧ୍ୟ ଆୟକର ଜମା କରିପାରିବେ । ସେହିପରି ନୂଆ କର ପ୍ରସ୍ତାବ ଅନୁଯାୟୀ ବର୍ଷକୁ 5 ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କ ଠାରୁ କୌଣସି କର ଆଦାୟ କରାଯିବ ନାହିଁ । ଏଥିସହିତ ବର୍ଷକୁ 5 ରୁ 7.5 ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କ ପାଇଁ 10% ,7.5 ରୁ10ଲକ୍ଷ ଆୟ କରୁଥିବା ଲୋକଙ୍କ ପାଇଁ 15 %,10 ରୁ 12.5ଲକ୍ଷ ଆୟ କରୁଥିବା ଲୋକଙ୍କ ପାଇଁ 20%,12.5ଲକ୍ଷରୁ 15ଲକ୍ଷ ଆୟ କରୁଥିବା ଲୋକଙ୍କ ପାଇଁ 25% ଏବଂ15 ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ପାଇଁ30% କର ଦରରେ ଟ୍ୟାକ୍ସ ଲାଗିବ ।

ପାନ କାର୍ଡ ଆଧାରରେ ସଂଯୋଗ

ଯଦି ଆପଣଙ୍କ ପାନ କାର୍ଡକୁ ଆଧାରରେ ସଂଯୋଗ କରିନାହାନ୍ତି ତେବେ 1 ଏପ୍ରିଲ ଠାରୁ ଆପଣଙ୍କ ପାନ କାର୍ଡ ଇନଭାଲିଡ ହେଇଯିବ ପାନ କାର୍ଡ ଓ ଆଧାର କାର୍ଡର ଲିଙ୍କ୍ କରାଇବାର ଶେଷ ତାରିଖ 31 ମାର୍ଚ୍ଚ 2020 ରଖାଯାଇଛି । 30.75 କୋଟି ଲୋକ ଆଧାର ସହ ପାନ କାର୍ଡ ଲିଙ୍କ କରିଛନ୍ତି ହେଲେ ପ୍ରାୟ 17.85 କୋଟି ପାନ କାର୍ଡ ଆଧାର ସହ ଲିଙ୍କ ହୋଇନାହିଁ ।

ବିଦେଶ ଟୁର ପ୍ୟାକେଜ ପାଇଁ TCS

1 ଏପ୍ରିଲ 2020 ରୁ କୌଣସି ବି ବିଦେଶ ଟୁର ପ୍ୟାକେଜ କିଣିବା ଏବଂ ବିଦେଶରେ କୌଣସି ବି ଫଣ୍ଡ ଖର୍ଚ୍ଚ କରିବା ମହଙ୍ଗା ହୋଇଯିବ । ଯଦି କୌଣସି ବିଦେଶୀ ଟୁର୍ ପ୍ୟାକେଜ କିଣନ୍ତି କିମ୍ବା ବିଦେଶୀ କରେନ୍ସି ଏକ୍ସଚେଞ୍ଜ କରନ୍ତି ତେବେ 7 ଲକ୍ଷ ରୁ ଅଧିକ ଟଙ୍କା ଉପରେ ଟ୍ୟାକ୍ସ କଲେକ୍ସନ ଆର୍ଟ ସୋର୍ସ ବା TCS ଦେବାକୁ ହେବ ।

ନୂଆ GST ରିଟର୍ଣ୍ଣ

GST କାଉନସିଲରେ 31ତମ ବୈଠକରେ କରଦାତାଙ୍କ ପାଇଁ ନୂଆ GST ରିଟର୍ଣ୍ଣ ସିଷ୍ଟମ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *