ପାକିସ୍ତାନ PM Imranଙ୍କ ମୁହଁରେ ଭାରତର ପ୍ରଶଂସା! କଣ କହିଲେ ଦେଖନ୍ତୁ Report

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ପାକିସ୍ତାନ ଉପରେ ଭାରତ ମିସାଇଲ ମାଡ କରିଥିଲା ଯାହା ଭୁଲ ବଶତ କରା ଯାଇଥିଲା । ଏହି ଘଟଣା ଘଟିବା ପରେ ଭାରତ ପାକିସ୍ତାନ କୁ ନିଜ ଭୁଲ କାରଣ ମଧ୍ୟ ଦର୍ଶାଇଥିଲା । ଏହା ପରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚୁପ ରହିଥିଲେ । କିନ୍ତୁ ଏହାରି ମଧ୍ୟରେ ଇମ୍ରାନ ଖାନ ଙ୍କ ନିଜ ଦ୍ସାକୁ ନେଇ ଏମିତି କିଛି ପଦକ୍ଷେପ ନେଉଛନ୍ତି ଯାହା ପାଇଁ ବିରୋଧୀ ମାନେ ତାଙ୍କର ପ୍ରତିବାଦ କରିବାରେ ଲାଗିଛନ୍ତି ।

ପାକିସ୍ତାନ କେବେ ବି ଭାରତ ର ସମର୍ଥନ ରେ ଆଗରୁ ନ ଥିଲା । କିନ୍ତୁ ବର୍ତ୍ତମାନର ବଡ ଖବର ହେଉଛି ଭାରତର ପ୍ରଶଂସା ରେ ଶତମୁଖ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ସ୍ଵାଧୀନ ବିଦେଶ ନୀତିକୁ ପ୍ରଶଂସା କରିବା ସହ ଏହା ଲୋକଙ୍କ ପାଇଁ ବୋଲି କହିଛନ୍ତି । ଏକ ଜଣ ସଭାରେ ଉଦବୋଧନ ଦେଇ ଇମ୍ରାନ ଖାନ ମନ୍ତବ୍ୟ ଦେଇଛନ୍ତି ଯେ ମୁଁ ହିନ୍ଦୁସ୍ଥାନ କୁ ସାବାସି ଦେଉଛି, କାରଣ ସେମାନଙ୍କର ସର୍ବାଧିକ ସ୍ଵାଧୀନତା ବିଦେଶ ନୀତି ରହିଛି ।

ଆହୁରି ମଧ୍ୟ ପାକ ମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଭାରତ ସହ ଆମେରିକାର ସମ୍ପର୍କ ଭଲ ରହିଛି । ଭାରତ କଟକଣା ସତ୍ବେ ମଧ୍ୟ ଋଷିଆ ଠାରୁ ତେଲ ଆଣୁଛନ୍ତି କାରଣ ବିଦେଶୀ ନୀତି କେବଳ ଲୋକଙ୍କ ହିତ ପାଇଁ ରହିଛି ବୋଲି ପାକ ମନ୍ତ୍ରୀ ଇମ୍ରାନ କହିଛନ୍ତି । ସେପଟେ ନିଜ ଦଳର ବିଧାୟକ ଙ୍କ ପାଟ ପରିବର୍ତ୍ତନ ଓ ବିରୋଧୀ ଦଳର ଅନାସ୍ତା ପ୍ରସ୍ତାବ ଆଗତ ହେବା ପରେ ଇମ୍ରାନ ଙ୍କ ଆସନ ଟଳମଳ ହେଉଛି ।

ଆସନ୍ତା ୨୫ ତାରିଖ ଠାରୁ ପାକ ସଂସଦରେ ଭୋଟିଂ ରେ ଏମିତିରେ ଭାରତର ପ୍ରଶଂସା କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇମରାନ ଖାନ ନିଜ ଭାଷଣରେ କହିଛନ୍ତି ଭାରତ ସବୁବେଳେ ସ୍ଵାଧୀନତା ମାର୍ଗ ଆପଣେଇଛି । ଆଜି ଭାରତ କ୍ଵାଟ ଭିତରେ ଆମେରିକାର ହେଡ ଲାଇନ୍ସ ହୋଇଛି । ଆମେରିକାର ପ୍ରତିବନ୍ଧକ ଋଷିଆ ଉପରେ ଲାଗିବା ପରେ ମଧ୍ୟ ଭାରତ ଋଷିଆ ଠାରୁ ତେଲ କିଣୁଛି ଏହାକୁ ନେଇ ଚର୍ଚ୍ଚା କରିଛନ୍ତି ପାକ ମନ୍ତ୍ରୀ ଇମ୍ରାନ ଖାନ । ତାଙ୍କର ଏଭଳି ଭାଷଣ କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କର ପାକ ମନ୍ତ୍ରୀ ଇମ୍ରାନ ଖାନଙ୍କ ଭାରତର ବିଷୟରେ ମନ୍ତବ୍ୟକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *