ମୁଁ ଗୋଟିଏ ଝିଅକୁ ପଚାରିଲି ତୁମର ନାମ କଣ ସେ କହିଲା ୩-୧୧-୨୧୧, ତେବେ ଝିଅର ନାମ କଣ ?

ବନ୍ଧୁଗଣ ଆମ ଓଡିଆ ଘରେ ନାନା ପ୍ରକାରର ଢଗ ଢମାଳି ରହିଅଛି । ଆମ୍ଭେମାନେ ଅନେକ ସମୟରେ ସେ ସବୁ ଶୁଣିଥାଉ, ଆସନ୍ତୁ ଜାଣିବା ସେହି ଢଗ ସମ୍ବନ୍ଧରେ କିଛି ମଜାଦାର କଥା ।

୧- ଶୋଇବାକୁ ପଲଙ୍କ ନାହିଁ, ନା ଘର, ନା ଏକ ଟଙ୍କା କିନ୍ତୁ ସେ ରାଜ କରିଥାଏ ?

ଉତ୍ତର;- ଜଙ୍ଗଲର ରାଜା ବାଘ ।

୨- ଦୁଇଜଣ ଛୁଆ ଏକା ରଙ୍ଗର ଜଣେ ଗଲେ ଆଉ ଜଣେ କେଉଁ କାମରେ ନୁହେଁ ?

ଉତ୍ତର;- ଜୋତା ।

୩- ତାହା କଣ ଯାହା ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇଥାଏ, କିନ୍ତୁ ନିଜ ଜାଗାରୁ ହଟି ନଥାଏ ?

ଉତ୍ତର;- ରାସ୍ତା ।

୪- ମୁଁ ଗୋଟିଏ ଝିଅକୁ ପଚାରିଲି ତୁମର ନାମ କଣ ସେ କହିଲା ୩-୧୧-୨୧୧, ତେବେ ଝିଅର ନାମ କଣ ?

ଉତ୍ତର;-  ଆଶା, ଏହାର ଅର୍ଥ ହିନ୍ଦୀ ଅକ୍ଷର କୁ ବୁଝାଉଛି ।

୫- ଏମିତି କେଉଁ ଜିନିଷ ଯାହାକୁ ଖାଇବାକୁ କିଣନ୍ତି କିନ୍ତୁ ଖାଆନ୍ତି ନାହିଁ ?

ଉତ୍ତର;- ପ୍ଳେଟ ।

୬- ତାହା କଣ ଯାହା କାନ୍ଥ ର ଆରପଟ ଦେଖିପାରିବା ?

ଉତ୍ତର;- ଝରକା ।

୭- ମଣିଷର କେଉଁ ଜିନିଷ ସବୁବେଳେ ବଢିଥାଏ ?

ଉତ୍ତର;- ବୟସ ।

୮- କଳା ମୁଚୁ ମୁଚୁ ଜଙ୍ଗଲରେ ରହେ କାଳିଆ ଷଣ୍ଢ ଶୋରିଷ ଠାରୁ ଛୋଟ ହେଲେ ଖାଏ ମଣିଷ ମୁଣ୍ଡ ?

ଉତ୍ତର;- ଉଙ୍କୁଣୀ ।

୯- ଗୋଟିଏ ଫଳରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ଅଠା ?

ଉତ୍ତର;- ପଣସ ।

୧୦- ଟିକି ବାଛୁରି ବେକରେ ପଘା, ଟିକି ଦାନ୍ତରେ କାମୁଡେ ଲୁଗା ?

ଉତ୍ତର;- ଛୁଞ୍ଚି ।

୧୧- ଠକ ଠକ ଠକସା ତିନି ମୁଣ୍ଡ ଦସ ଗୋଡ ଦେଖିଛକି ମଉସା ?

ଉତ୍ତର;- ହଳ ଓ ହଳିଆ ।

୧୨- ନହ ନହକା ପତର ବଙ୍କା ତା ଫଳ ବିକାଏ ମୁଠାଏ ଟଙ୍କା ?

ଉତ୍ତର;- ଧାନ ।

୧୩- ଗୋଟିଏ ଗୁମ୍ଫାରେ ବତିଶ ଚୋର ଦିନରେ କରନ୍ତି କାମ, ରାତି ହେଲେ ସିଏ ଆରାମ କରନ୍ତି କୁହ ତେବେ ତାଙ୍କ ନାମ ?

ଉତ୍ତର;- ଦାନ୍ତ ।

୧୪- ପବନ ତାହାର ଆହାର, ଖାଏ ଗୋଇଠା ପାହାର ?

ଉତ୍ତର;- ଫୁଟବଲ ।

୧୫- ଆସିଲା ବଡ ଚଢେଇ ବସିଲା ଡେଣା ମେଲାଇ ଧଇଲା ମାଛ ଖାଇଲା ନାହିଁ ?

ଉତ୍ତର;- ଜାଲ ।

୧୬- ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ ?

ଉତ୍ତର;- ତାର ।

୧୭- ଯାଇଥିଲି ଉତ୍ତର, ଦେଖି ଆସିଲି ଫଳ ପରେ ଧରିଛି ପାଟର ?

ଉତ୍ତର;- ସପୁରୀ ।

୧୮- ଗୁଲୁଗୁଲିଆ ଆଖି, ଦୁଇଟି ତାର ଡେଣା ନାକ କାନ ତାର ଅତି ଆପଣା, ଅନ୍ଧକୂ ଦେଖାଏ ବାଟ, ସିଏ ନ ରହିଲେ ଅନ୍ଧ ହୁଏ ଛଟପଟ ?

ଉତ୍ତର;- ଚଷମା ।

୧୯- ଗୋଟିଏ ଥାଳିରେ ଦୁଇଟି ଅଣ୍ଡା, ଗୋଟିଏ ନରମ ଅନ୍ୟଟି ଥଣ୍ଡା ?

ଉତ୍ତର;- ସୂର୍ଯ୍ୟ ଏବଂ ଚନ୍ଦ୍ର ।

୨୦- କାଟିଲେ ରକତ ନାହିଁ, କୁତିଳେ ହାଡ ବି ନାହିଁ, କେଉଁ ଜୀବ କୁହ ଭାଇ ?

ଉତ୍ତର;- ଚିଙ୍ଗୁଡି ।

୨୧- ଖାଇସାରି ପିଟ ପତର ମେଲା, ଧଳା ରଙ୍ଗ ଦେଇ ମଖାଇ ଦେଲା, ମସଲା ପକାଇ ମୁଢି ଖାଇଲା, ରକତ ମେଞ୍ଚାଏ ପକାଇ ଦେଲା ?

ଉତ୍ତର;- ଖାଲିପାନ ।

ବନ୍ଧୁଗଣ ଏହାଥିଲା ଓଡିଆ ଢଗ, ଆପଣ ମାନଙ୍କୁ ଏହା କିପରି ଲାଗିଲା ଗୋଟିଏ କମେଣ୍ଟ ଏବଂ ଲାଇକ କରି ଜାଣନ୍ତୁ ।

Leave a Reply

Your email address will not be published. Required fields are marked *