16 ରୁ ରାଜ୍ୟରେ 5 ଦିନ ପର୍ଯ୍ୟନ୍ତ ହେବ ପ୍ରବଳ ବର୍ଷା, ରୁହନ୍ତୁ ସତର୍କ! 8 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡିଶାର ପାଣି ପାଗ ବିଭାଗ ପୁଣି ଥରେ ଓଡିଶାରେ ବିଭିନ୍ନ ସ୍ଥାନରେ ବର୍ଷାକୁ ନେଇ ପୂର୍ବାନୁମାନ କରିଛି । ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ତିନି ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି ।

ଭୁବନେଶ୍ଵର ଆଞ୍ଚଳିକ ପାଣି ପାଗ ବିଭାଗ ତରଫରୁ ଜାରି କରାଯାଇଥିବା ସୂଚନା ଅନୁସାରେ ବିଶେଷ କରି ଦକ୍ଷିଣ ଓଡିଶାରେ ବିଜୁଳି ଘଡଘଡି ସହ ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ । ଏହି କାରଣରୁ ପାଣି ପାଗ ବିଭାଗ ଓଡିଶାର ପ୍ରାୟତଃ ଜିଲ୍ଲାକୁ ୟେଲୋ ବାରିଙ୍ଗ ଜାରି କରିଛି । ଆସନ୍ତା କାଲି ଅର୍ଥାତ ଅଗଷ୍ଟ ୧୫ ଓ ଅଗଷ୍ଟ ୧୬ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ।

ଭୁବନେଶ୍ଵର ପାଣି ପାଗ କେନ୍ଦ୍ରର ପାଣି ପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇ କହିଲେ କି ଆନ୍ଧ୍ର ପ୍ରଦେଶର ଉପକୂଳ ଓ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସମୁଦ୍ର ପତନ ଠାରୁ ୩.୧ରୁ ୫.୮ କିମି ମଧ୍ୟରେ ଆହୁରି ଏକ ଘୁର୍ନିବଳୟ ସୃଷ୍ଟି ହୋଇଛି । ଏହି କାରଣରୁ ଆମ ଓଡିଶାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସମୟରେ ଅନ୍ୟ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ସହ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ ।

କହିବାକୁ ଗଲେ ଏହି ଘୁର୍ନିବଳୟର ପ୍ରଭାବ ଦକ୍ଷିଣ ଓଡିଶାରେ ଅଧିକ ରହିବ ବୋଲି କୁହାଯାଉଛି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ମୟୁରଭଞ୍ଜ, ରାୟଗଡା, ଗଜପତି, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଅଛି ବୋଲି ଏହି ସମସ୍ତ ଜିଲ୍ଲାକୁ ପାଣି ପାଗ ବିଭାଗ ତରଫରୁ ୟେଲୋ ୱାରିଙ୍ଗ ଜାରି କରାଯାଇଛି ।

ସେହିଭଳି ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କଲାହାଣ୍ଡି, ନବରଙ୍ଗପୁର, ନୂଆପଡା, ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, କନ୍ଧମାଳ, ବରଗଡ, ସମ୍ବଲପୁର, ବଲାଙ୍ଗୀର, ସୋନପୁର ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ସହ ବର୍ଷା ହେବାରର ମଧ୍ୟ ସମ୍ଭାବନା ଅଛି ।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବିଜୁଳି ଓ ଘଡଘଡିର ପ୍ରଭାବ କିଛି କିଛି ଜିଲ୍ଲାରେ ରହିବ । ଏହା ସହିତ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡିଶାର ଗୋଟିଏ କିମ୍ବା ଦୁଇଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷାର ସମ୍ଭାବନା ଅଛି । ଅର୍ଥାତ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ଦେଖାଯିବ ।

Leave a Reply

Your email address will not be published. Required fields are marked *