ପାଚନ ରହିବ ତନ୍ଦରୁସ୍ତ, ଯଦି ଜୀବନଶୈଳୀ ରେ ଆରମ୍ଭ କରିବେ ଏହି ଛୋଟ ଛୋଟ ଅଭ୍ୟାସ- ନିଶ୍ଚୟ ଜାଣନ୍ତୁ

ଯଦି ଆମର ପେଟର ଅବସ୍ତା ଠିକ ନ ରହିବ ତାହେଲେ ଆମର ସୁସ୍ଥ ରହିବା ମୁସକିଲ ଅଟେ । କାରଣ ପେଟ ଠିକ ନରହିଲେ ଆମେ ସୁସ୍ଥ ଜୀବନ ବଞ୍ଚିପାରିବା ନାହିଁ । ଆସନ୍ତୁ ଜାଣିବା କିଛି ଏମିତି ଖାଦ୍ୟ ପଦାର୍ଥ ବିଷୟରେ ଯାହାକୁ ଖାଇଲେ ଆମେ ସୁସ୍ଥ ଜୀବନ ବଞ୍ଚିପାରିବା । ଆଜି କାଲିର ଜୀବନଶୈଳୀ ଏତେ ଖରାପ ହେଲାଣି ଯେ ବିଭିନ୍ନ ପ୍ରକାରର ନୂଆ ରୋଗରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି ।  ତେବେ ଆସନ୍ତୁ ଜାଣିବା କିଛି ସ୍ୱାସ୍ଥ୍ୟ ଟିପ୍ସ ।

୧ -ମୋଟା ଅନ୍ନ

ଅନେକ ପ୍ରକାର ମୋଟା ଅନ୍ନ ଖାଇବା ଦ୍ଵାରା ପ୍ରଚୁର ପରିମାଣରେ ଫାଇବର ମିଳିଥାଏ । ଏହା ଆମର ପାଚନତନ୍ତ୍ର କୁ ଠିକ ରଖିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆମେ ଆମ ଖାଇବାରେ ମକା ,ବାଜରା,ଯ,ଚଣା ଇତ୍ୟାଦି ବ୍ୟବହାର କରିବା ନିହାତି ଦରକାର । ଯଦି ଆମେ କେବଳ ଗହମ ଅଟା ଖାଉଥିବା ତାହେଲେ ଆମେ ଧ୍ୟାନ ରଖିବା କି ଆମ ଘର ବ୍ୟବହାର କରୁଥିବା ଅଟା ଯେମିତି ମୋଟା ପେସା ହେବା ଦରକାର ।

୨ -ସବୁଜ ପରିବା

ମୌଷମି ସବୁଜ ପରିବା ଖାଇଲେ ଆମକୁ ସବୁ ଆବଶ୍ୟକ ପୋଷାକ ତତ୍ଵ ମିଳିଥାଏ । ଏଥିପାଇଁ ଆମେ ଭୋଜନରେ ଅଧିକ ରୁ ଅଧିକ ସବୁଜ ପରିବା ଖାଇବା ନିହାତି ଦରକାର । ଏହାଦ୍ବାରା ପାଚନତନ୍ତ୍ର ଠିକ ରହିବ ।

୩ -ପାଣିର ସେବନ

କୌଣସି ବି ଋତୁ ହେଉ ,ପ୍ରତିଦିନ ଅଧିକ ମାତ୍ରାରେ ପାଣି ପିଇବା ଦରକାର । ଶରୀରରେ ପାଣି କମ ହେଲେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ । ସକାଳୁ ଏକ ଗ୍ଳାସ ପାଣି ପିଇ ନିଜର ଦିନ ଆରମ୍ଭ କରନ୍ତୁ ।

୪ -ସକାଳ ହେଉ ସୁହାନି

ଯଦି ଆପଣଙ୍କର ସକାଳ ସୁହାନି ହେବ ତାହେଲେ ଆପଣଙ୍କର ପୁରା ଦିନ ଭଲ ହେବ । ଏଥିପାଇଁ ସକାଳ ସମୟରେ ୪କିଲୋମିଟର ଅବଶ୍ୟ ଚାଲନ୍ତୁ । ଚାଲିବା ଦ୍ଵାରା ଶରୀର ଭିତରକୁ ଅକ୍ସିଜେନ ଅଧିକ ମାତ୍ରାରେ ପହଞ୍ଚି ଥାଏ । ଏହାଦ୍ଵାରା ଆମ ଶରୀର ସବୁ ଅଙ୍ଗ ଠିକ ଭାବେ କାମ କରିଥାନ୍ତି ।

୫ -ଅଧିକ ଟାଇଟ କପଡା ପିନ୍ଧନ୍ତୁ ନାହିଁ

ଯଦି ଆପଣଙ୍କର ଅଭ୍ଯାସ ଅଛି ଟାଇଟ କପଡା ପିନ୍ଧିବା ପାଇଁ ତାହେଲେ ଏହି ଅଭ୍ୟାସକୁ ବଦଳାନ୍ତୁ । ଟାଇଟ କପଡା ପିନ୍ଧିବା ଦ୍ଵାରା ଆମକୁ ନିଶ୍ଵାସ ନେବାରେ କଷ୍ଟ ହୋଇଥାଏ । ଏହି କାରଣରୁ ବହୁତ ରୋଗ ସୃଷ୍ଟି ହେବାର ବିପଦ ରହିଥାଏ ।

୬ -ଭୋକରୁ କମ ଖାଇବା

ସବୁବେଳେ ଆପଣଙ୍କୁ ଯେତିକି ଭୋକ ଲାଗୁଛି ତାଠାରୁ କମ ଖାଆନ୍ତୁ । ଯଦି ମଣିଷ ଦରକାର ଠାରୁ ଅଧିକ ଖାଇବ ତାହେଲେ ପାଚନ କ୍ରିୟା ଠିକ ଭାବେ ହେବ ନାହିଁ । କେବେ ନା କେବେ ଆପଣ ଅନୁଭବ କରିଥିବେ କି ଦରକାର ଠାରୁ ଅଧିକ ଖାଇବା ଦ୍ଵାରା ଆମକୁ କେତେ ସମସ୍ୟା ହୋଇଥାଏ ।

Leave a Reply

Your email address will not be published. Required fields are marked *