ପାଞ୍ଚ ଫୁଟ ଉପରକୁ ଉଠିଲା Gopaljew ମନ୍ଦିର! ଦେଖନ୍ତୁ Video

ଉପରକୁ ଉଠୁଛି ମନ୍ଦିର । ମାଟି ରୁ ଅଲଗା ହୋଇଗଲାଣି ମନ୍ଦିର ର ମୂଳଦୁଆ । ହଁ ଦର୍ଶକ ବନ୍ଧୁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିବେ ବି ପୁରା ସତ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅନ୍ତର୍ଗତ ରଥିଜେମାର 30 ରଥ ସାହିରେ ଥିବା ଗୋପାଳଜୀଉ ମନ୍ଦିର ଏବେ ମାଟି ଉପରରୁ ଏବେ 3 ଫୁଟ ଉପରେ ରହିଛି । କେତୋଟି ଲୁହା ଜଙ୍କ ଉପରେ ଛିଡା ହୋଇଛି ଏହି ବିଶାଳ ମନ୍ଦିର ।

ମାଟି ରୁ 3 ଫୁଟ ଉପରକୁ ଉଠି ସାରିଥିବା ବେଳେ ଆଉ 2 ଫୁଟ ଉପରକୁ ଥିବ ଏହି ମନ୍ଦିର । ମନ୍ଦିରକୁ ଉପରକୁ ଉଠାଇବା କାମରେ ଲାଗିଛନ୍ତି କୁଶଳୀ କାରିଗର ମାନେ । ଆପଣ ମାନେ ବି ଭଲରେ ଦେଖନ୍ତୁ ଏହି ଭିଡିଓ କୁ ମନ୍ଦିର ଉପରେ ଉଡୁଛି ନେତ । ମନ୍ଦିର ଭିତରେ ପୂଜା ପାଉଛନ୍ତି ଗୋପଳାଜୀଉ, ନୃସିଙ୍ଘନାଥ, ଗୋପୀନାଥ ଙ୍କ ସହ ଅନେକ ଶାଳଗ୍ରାମ ।

ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ରଥିଜେମା 30  ଘର ସାହିରେ ରହିଛି ଏହି ଗୋପାଳଜୀଉ ମନ୍ଦିର । ଆଖପାଖ 5 ଟି ମଉଜାର ଲୋକନ୍କାରା ଆସ୍ଥା ଆଉ ବିଶ୍ବାସର ପ୍ରତୀକ ହେଉଛନ୍ତି ଏହି ତିନି ଠାକୁର । ଠାକୁରଙ୍କ ଆବିର୍ଭାବ କାହିଁ କେଉଁ କାଳରୁ ହୋଇଛି ତାହା କହିବା କଷ୍ଟକର । ଗ୍ରାମ ବାସୀଙ୍କ କହିବା ଅନୁଯାୟୀ ମନ୍ଦିର ପରିସର ସମୟ କ୍ରମେ ଖାଲ ହେବାକୁ ଲାଗିଲା ।

ବର୍ଷା ହେଲେ ମନ୍ଦିର ଭିତରେ ଲହଡି ମାରୁଥିଲା ବର୍ଷା ଜଳ । ପାଣିରେ ପୂଜା କରିବାକୁ ପୂଜାରୀ ଅମଙ୍ଗ ହେଉଥିଲେ । ଫଳରେ ନିଜର ଆରାଧ୍ୟା ଙ୍କ ସୁରକ୍ଷା ଙ୍କ ପାଇଁ ମନ୍ଦିରକୁ କୌଣସି କ୍ଷତି ନ ପହଞ୍ଚାଇ ମନ୍ଦିରକୁ ଉପରକୁ ଉଠାଇବନାକୁ ନିସ୍ପତି ନେଇଥିଲେ ଗାଁ ଲୋକେ । ମନ୍ଦିରକୁ ଭାଙ୍ଗି ଆଉ ଥରେ ଗଢିବାକୁ ଅନେକ ମତ ଦେଇଥିଲେ ।

ମନ୍ଦିର ରେ ପାଣି ପସୁଥିବାରୁ ଚିନ୍ତାରେ ଥିଲେ ଗାଁ ର ଲୋକ ମାନେ । ମାତ୍ର ବ୍ୟୟ ବହୁଳ ଓ ସମୟ ସାପେକ୍ଷ କାରଣରୁ ମନ୍ଦିର ନ ଭାଙ୍ଗି ବିକଳ୍ପ ବ୍ୟବସ୍ଥା କରିଛନ୍ତି ଗାଁ ଲୋକେ । ଯାହାକୁ ଦେଖିବାକୁ ଲୋକ ମାନଙ୍କର ଭିଡ ଜମୁଛି । ହରିୟାନା ର ଏକ ସଂସ୍ଥା ର 7 ଜଣ ଶ୍ରମିକ ମନ୍ଦିର ଉଠାଇବା କାର୍ଯ୍ୟ ରେ ନିୟୋଜିତ ଅଛନ୍ତି ।

80 ଟି ଲୁହା ଜଣକ ସହ କାଠ ଗୋଟାକା ସି ଆଙ୍ଗଲ 180 ଫୁଟ ଲଗାଯାଇ ମନ୍ଦିର କୁ ଉଠା ଯାଉଛି । ଏପ୍ରିଲ ପହିଲା ରୁ କାମ ଆରମ୍ଭ ହୋଇଥିବା ବେଳେ ଏକ ମାସ ଭିତରେ ସଂପୂର୍ଣ୍ଣ ହେବ ବୋଲି ସଂସ୍ଥା ପାଖ ରୁ କୁହା ଯାଇଛି ।

ସେପଟେ ଅଳ୍ପ ଖର୍ଚ୍ଚ ସାଙ୍ଗକୁ କମ ସମୟ ମଧ୍ୟରେ ମନ୍ଦିର ଉପରକୁ ଉଠିବା ଘଟଣା ଗ୍ରାମ ବାସୀ ଙ୍କ ମନରେ ଖୁସି ଆଣି ଦେଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *