“ମୁଁ ଆପଣଙ୍କୁ ବିନମ୍ର ନିବେଦନ କରୁଛି, ଭୁବନେଶ୍ୱରକୁ ଆପଣଙ୍କ ଝିଅକୁ ପଢିବାକୁ ପଠାନ୍ତୁ ନାହିଁ ” ଏଠି ପୁଅ ଝିଅ ମାନେ ଖାଲି…. ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଓଡିଶାର ରାଜଧାନୀ ଭୁବନେଶ୍ଵର ହେଉଛି ସ୍ମାର୍ଟ ସିଟି । ସ୍ମାର୍ଟ ସିଟି ଭାବେ ଭୁବନେଶ୍ଵର ଅନେକ ସମୟରେ ଚର୍ଚ୍ଚା ରେ ରହିଥାଏ । କିନ୍ତୁ ରାଜଧାନୀରେ ଅନେକ ସମୟରେ ଏମିତି କିଛି ଘଟଣା ସାମନାକୁ ଆସିଥାଏ ଯାହା ଆପଣ ଏମାନେ ନିଶ୍ଚୟ ଜାଣିଥିବେ ଆଉ ଦେଖିଥିବେ ମଧ୍ୟ ।

ତେବେ ଏହାରି ଭିତରେ ଆଉ ଏକ ବଡ ଘଟଣା ଏଇ ଏବେ ଏବେ ସାମ୍ନାକୁ ଆସିଛି । ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉନଥି ରେ ଜଣେ ଛାତ୍ରୀ ଙ୍କ ବାପା ଗଣମାଧ୍ୟମରେ କିଛି ମତ ଦେଇଛନ୍ତି । ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ଗଣମାଧ୍ୟମ ରେ ବ୍ୟକ୍ତି ଜଣକ କହୁଛନ୍ତି ଯେ “ମୁଁ ତ କିଛି ଜାଣି ନାହି । ମୋ କାମରେ ବ୍ୟସ୍ତ ଥିଲି ମୋ ସ୍ତ୍ରୀ କୁ ଫୋନ ଆସିଲା ଯେ ପହରଦିନ ମୋ ଝିଅ ଆସିଥିଲା ତା ମା ଛାଡିକି ଗଲା । ସେ ଲଞ୍ଚ କରିକି ଗଲା । ପରୀକ୍ଷା ଦେଇ ଆସିଛି ତା ପରେ ଆମେ ହଠାତ ଶୁଣିବାକୁ ପାଇଲୁ ଯେ ସେ ମ-ରି ଯାଇଛି । ସେ ଭଲ ଛାତ୍ରୀ ଥିଲା । ସେ ଭଲ ପାଠ ପଢେ ଭଲ ମାର୍କ ବି ରଖେ ।

ସେ ସବୁବେଳେ କହୁଥିଲା ମୁ ବାପା ଡାକ୍ତର ହେବି । ମତେ ଆମରିକା ରେ ପାଠ ପଢାଅ ବାପା । ମୁଁ ବି ତାକୁ କହିଥିଲି ତୁ ଯାହା ଚାହିଁବୁ ସେଇଆ କର । ହେଲେ ହଠାତ ଏମିତି କଣ ହେଲା ଆପଣ ମାନେ ତନାଘନା କରି ବିଚାର କରନ୍ତୁ କଣ ପାଇଁ ଏମିତି ହେଇଛି । ଘର ତରଫରୁ କୌଣସି ମାନସିକ ଚାପ ନାହିଁ । ମୁଁ ବହୁତ ଖୁସିରେ ଥିଲି ।

ସେ ମୋ ସହ ସବୁବେଳେ ବୁଲା ବୁଲି କରେ । ମୁଁ ତାକୁ ବହୁତ ସ୍ନେହ କରେ । ପହର ଦିନ ମୋତେ କହିଲା ବାପା ମୋ ପାଖରେ ଯାହା ପଇସା ଅଛି ମୁଁ ତୁମ ପାଇଁ ଘରକୁ ଗଲା ବେଳେ କିଛି ନେଇକି ଜୀବୀ । କଣ ହେଇଛି ତାର ତ ପୋଲିସ ବାଲା ତଦନ୍ତ କରିବେ ମୁଁ ତ କିଛି ଜାଣିନି । ମୁଁ କିଛି ବୁଝି ପାରୁନି ଦେଖି ବି ପାରୁନି ଜାଣି ବି ପାରୁନି । ହଷ୍ଟେଲ ବାଲାଙ୍କ ର ସବୁ ଭୁଲ ।

ଆରେ ଆମେ ତ ଝିଅ ତାଙ୍କୁ ଛାଡିଲୁ ପଇସା ଆମେ ଦଉଛୁ । ତାର ଯାହା ଦାୟିତ୍ଵ ହଷ୍ଟେଲ ବାଲା କରିବା କଥା । କଣ ପାଇଁ ବାହାର ଲୋକଙ୍କୁ ଏମିତି ହଇରାଣ କରୁଛନ୍ତି ହଷ୍ଟେଲ ବାଲା । ମୁଁ ଆପଣଙ୍କୁ ବିନମ୍ର ନିବେଦନ କରୁଛି ଏ ଭୁବନେଶ୍ଵର ରେ କୌଣସି ଝିଅକୁ କି ପୁଅକୁ ପାଠ ପଢାନ୍ତୁ ନାହିଁ । କାରଣ ଏଠି ତାଙ୍କର ଭବିଷ୍ୟତ ନାହିଁ । ହଷ୍ଟେଲ ବାଲା ଥାନା କୁ ଜଣାଇ ଥିଲେ” । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *