ପାଚିଲା ଡିମିରି ଫଳ ରଖିଲେ କେଉଁ ଲାଭ ପ୍ରାପ୍ତ ହୁଏ ? ଏହା ସହ ଆହୁରି 10+ Anuchinta

ନମସ୍କାର ବନ୍ଧୁଗଣ, ଦୈନନ୍ଦିନ ଜୀବନରେ ଆମେ କରୁଥିବା କାର୍ଯ୍ୟରେ ନୀତି ନିୟମ ରକ୍ଷା କରିବା ଦ୍ଵାରା ଏହାର ଶୁଭ ପ୍ରଭାବ ଆମ ଭାଗ୍ୟକୁ ବଦଳାଇ ଦେଇଥାଏ । ଘର ଉପରେ ଏବଂ ଆମ ଜୀବନ ଉପରେ ତାହା କୌଣସି ବିପଦ ଆସିବା ପାଇଁ ଦେଇନଥାଏ । ଆପଣ ଯଦି ଆପଣଙ୍କ ଘରେ ପାଚିଲା ଡିମିରି ଫଳ ରଖନ୍ତି ତେବେ କେଉଁ ଲାଭ ପ୍ରାପ୍ତ ହୋଇଥାଏ ଏବଂ ଏହା ସହିତ ଆପଣଙ୍କୁ ଆଉ କେଉଁ କାର୍ଯ୍ୟ କରିବା ଦ୍ଵାରା ଶୁଭଫଳ ମିଳିଥାଏ ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

୧- ଯଦି ଆପଣଙ୍କ ଜୀବନରେ କିଛି ଅସୁବିଧା ରହିଛି ବା ଆପଣଙ୍କୁ ବହୁତ ପ୍ରଚେଷ୍ଟା ପରେ ମଧ୍ୟ ଚାକିରି ମିଳୁ ନାହିଁ ତେବେ ଆପଣ କାଉକୁ ମିଠା ଅନ୍ନ ଖାଇବା ପାଇଁ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କର ଅସୁବିଧା ଦୂର ହୋଇଯାଇଥାଏ । ୨- ପୁର୍ଣିମା ଦିନ ସକାଳୁ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରିବା ସହିତ ଆପଣ ଲକ୍ଷ୍ମୀଙ୍କ ଏକମାଳା ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କ ଘରେ ରହିଥିବା ଅର୍ଥ ସମସ୍ୟା ଦୂର ହୋଇଥାଏ ।

୩-  ଅଟା ରଖିଥିବା ପାତ୍ରରେ ଆପଣ ୫ଟିତୁଲସୀ ପତ୍ର ଏବଂ ଦୁଇଟି କେଶର ଦାନା ରଖିବା ଦ୍ଵାରା ଶୁଭଫଳ ମିଳିବା ସହ ଆର୍ଥିକ ସ୍ଥିତି ସୁଧୁରି ଥାଏ । ୪- ୨୧ଟି ଚାଉଳ ଦାନ ଲାଲ ରେଶମ କପଡାରେ ବାନ୍ଧି ମାତା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ତାହାକୁ ଆପଣ ପଇସା ରଖୁଥିବା ସ୍ଥାନରେ କିମ୍ବା ପର୍ସରେ ରଖନ୍ତୁ । ଏହାଦ୍ୱାରା ଆପଣଙ୍କର ଟଙ୍କାର ଅଭାବ ଦୂର ହୋଇଥାଏ ।

୫- ଶୁଖିଲା କୂଅ ପାଖରେ ଦୀପ ଜଳାଇ ପଛକୁ ନ ଅନାଇ ଆସିବା ଦ୍ଵାରା ଆପଣଙ୍କର ଶୁଭ ହୋଇଥାଏ ଏବଂ ଆପଣଙ୍କୁ ଅଚାନକ ଧନପ୍ରାପ୍ତ ହୋଇଥାଏ । ୬- ଶୁକ୍ରବାର ଦିନ ପଦ୍ମଫୁଲକୁ ଲାଲ କପଡାରେ ଗୁରାଇ ପଇସା ରଖୁଥିବା ସ୍ଥାନରେ ରଖିବା ଫଳରେ ଆବଶ୍ୟକତା ଅନୁଯାୟୀ ସହଜରେ ଧନପ୍ରାପ୍ତ ହୋଇଥାଏ ।

୭- ଦୁଇଟି ପାଚିଲା ଡିମିରି ଫଳ ପାଖରେ କିମ୍ବା ଘରେ ରଖିବା ଦ୍ଵାରା ଶୁଭପ୍ରଦ ହୋଇଥାଏ । ଏବଂ ଆପଣଙ୍କ ଘରକୁ ଧନର ଆଗମନ ହୋଇଥାଏ । ଏହା ସହିତ ଦତ୍ତାତ୍ରେୟଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଥାଏ । ୮- ଯଦି ଆପଣଙ୍କ ଘରେ ବାରମ୍ବାର ଧନହାନି ହେଉଥାଏ ତେବେ ଗୁରୁବାର ଦିନ ଘରର ମୁଖ୍ୟ ଦ୍ଵାରରେ ଅବିର ପକାଇ ଗୋଟିଏ ଦୁଇ ମୁଖି ଦୀପ ଜଳାଇବା ଦ୍ଵାରା ଆପଣଙ୍କର ମଙ୍ଗଳ ହୋଇଥାଏ ।

୯- ଯଦି ସକାଳୁ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ତେବେ ମିଠା ଦହି ଖାଇ ବାହାରକୁ ଯିବା ଦ୍ଵାରା ଆପଣଙ୍କ କାର୍ଯ୍ୟ ସଫଳ ହୋଇଥାଏ । ୧୦- ସ୍ଵପ୍ନରେ ଆପଣ ମହୁଫେଣା ଦେଖିବା ଦ୍ଵାରା ଶୁଭ ହୋଇଥାଏ । ଏବଂ ଧନଲାଭ ହେବାର ସଙ୍କେତ ଦେଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା  ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *