ପାଦର ଆଙ୍ଗୁଳିର ଆକୃତିରୁ ଜାଣନ୍ତୁ- ଆପଣ କେତେ ଭାଗ୍ୟଶାଳି

ସର୍ବଦା ଆମେ ଦେଖି ଥାଉ ପ୍ରତେକ ବ୍ୟକ୍ତି ଶରୀରରେ କିଛି ନା କିଛି ଭିନ୍ନତା ରହିଥାଏ । ଆଉ ଶରୀରର ଆକାର ଅନୁସାରେ ମଣିଷ ଆଚାର ଓ  ବ୍ୟବହାରରେ ଭିନ୍ନତା ଦେଖାଯାଇଥାଏ । ମନୁଷ୍ୟ ପାଦ ହିସାବରେ ବ୍ୟକ୍ତି କେଉଁଭଳି ସ୍ଵଭାବର ହୋଇଥାଏ । ପାଦର କେଉଁ ଆକୃତିକୁ ଶାସ୍ତ୍ରରେ କୁହାଯାଇଛି ଭାଗ୍ୟଶାଳି ।ପାଞ୍ଚ ପ୍ରକାର ଆକୃତି ଶାସ୍ତ୍ରରେ ବର୍ଣନା କରାଯାଇଛି । ଆଜି ଆମେ ଜାଣିବା କେଉଁ ଆକୃତିର ପାଦ ପାଈଁ ବ୍ୟକ୍ତି ଭାଗ୍ୟଶାଳି ହୋଇଥାଏ ।ଆଉ କେଉଁ ଆକୃତିର ପାଦ ଭାଗ୍ୟଶାଳି ହୋଇଥାଏ । ଆସନ୍ତୁ ଜାଣିବା ସେଗୁଡିକ କଣ ?

ସେଲଟିକ ଆକୃତି

ଯଦି ଆପଣଙ୍କ ପାଦର ସବୁ ଆଙ୍ଗୁଠିରୁ ବୁଢା ଆଙ୍ଗୁଠିର ପାଖ ଆଙ୍ଗୁଠି ବଡ ହୋଇଥାଏ ଓ ପାଦର ଶେଷ ଦୁଇଟି ଆଙ୍ଗୁଠି ସମାନ ହୋଇଥାଏ । ଏମିତି ଆକୃତିକୁ ସେଲ୍ଟିକ ଆକୃତି କୁହାଯାଏ । ସେଲଟିକ ଆକୃତିର ପାଦ ଥିବା ବ୍ୟକ୍ତି ବହୁତ ସାଧାରଣ ପ୍ରକୃତିର ହୋଇଥାନ୍ତି । ଏହିଭଳି ପାଦ ଥିବା  ଲୋକମାନକୁ ଜୀବନରେ ବହୁତ ସଫଳତା ମିଳିଥାଏ । କିନ୍ତୁ ସଫଳତା ପାଇବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥାଏ ।

ଏହି ଲୋକଙ୍କ ପାଖରେ କୌଣସି କାମ କରିବା ପାଇଁ ବା ବୁଝିବା ପାଇଁ ଅଦଭୁତ ଶକ୍ତି ମିଳିଥାଏ । ଏହି ଲୋକ କାଳ୍ପନିକ ଜୀବନରେ ରହିବାକୁ ଅଧିକ ପସନ୍ଦ କରିଥାନ୍ତି । ଏମିତି ଲୋକଙ୍କ ସହିତ ତାଙ୍କ ଜୀବନ ସାଥିର ଭଲ ସମ୍ପର୍କ ସବୁଦିନ ପାଇଁ ରହିଥାଏ । ତାଙ୍କର ସନ୍ତାନ ବି ଆଜ୍ଞା ପାଳିବା ଭଳି ହୋଇଥାନ୍ତି ।ଏହି ଲୋକ କୌଣସି କାମକୁ ପୁରା ପ୍ରଫେସନାଲ ଭଳି କରିଥାନ୍ତି ।

ଜର୍ମାନିକ ଆକୃତି

ଯେଉଁ ବ୍ୟକ୍ତିଙ୍କର 4 ଟି ଆଙ୍ଗୁଠି ସମାନ ଓ ବୁଢା ଆଙ୍ଗୁଠି ବଡ ଥାଏ, ଏହିଭଳି ଆକୃତିକୁ ଜର୍ମାନିକ ଆକୃତି ବୋଲି କୁହାଯାଏ । ଏହି ଲୋକ ଶାନ୍ତି ପ୍ରିୟା ହୋଇଥାନ୍ତି ।ଏହି ଲୋକ କୌଣସି ବି କାମକୁ ଭାବି ଚିନ୍ତି କରିଥାନ୍ତି । ଆପଣ ଯେଉଁ ଭଳି କାମ ଦିଅନ୍ତୁ ସେ କରିବା ପାଇଁ ତତ୍ପର ରହିଥାନ୍ତି । ଆଉ ବିଶେଷ ଗୁଣ ଏମିତି ରହିଥାଏ କି ଯଦି ଗୋଟେ କାମ ପ୍ରଥମ ଥର ପାଇଁ କରୁଛନ୍ତି, ସେହିକାମରେ ଭୁଲ ଦେଖିବାକୁ ମିଳେନି ।ଏହିଲୋକ ନିଜର ଦାଇତ୍ଵକୁ ଭଲ ଭାବରେ ବୁଝିଥାନ୍ତି । ସେମାନଙ୍କ ରୋଜଗାର କମ ହେଉ କି ଅଧିକ ଭଲ ମ୍ୟାନେଜମେଣ୍ଟ ଜଣାଥାଏ ।ଏହି ବ୍ୟକ୍ତି ଦେଖିବାକୁ ସୁନ୍ଦର ଅଟନ୍ତି ଓ ସୁନ୍ଦର କଥାରେ କାହାକୁ ବି ଆକର୍ଷିତ କରିପାରନ୍ତି ।ଏହିଭଳି ପାଦ ଥିବା ବ୍ୟକ୍ତିଙ୍କୁ ସାମାନ୍ୟ ଭାଗ୍ୟଶାଳି କୁହାଯାଇଛି ।

 ଗ୍ରୀକ ଆକୃତି

ଯେଉଁ ବ୍ୟକ୍ତିଙ୍କ ପାଡରା ମଝି ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ବଡ ହୋଇଥାଏ, ଶେଷରେ ଥିବା ଦୁଇଟି ସେଲଟିକ ଭଳି ସମାନ ନ ହୋଇଛୋଟ ବଡ ହୋଇଥାଏ, ଏମିତି ପାଦକୁ ଗ୍ରୀକ ଆକୃତି କୁହାଯାଏ । ଏହି ଲୋକ ବହୁତ ଚତୁର ଓ ବୁଦ୍ଧିମାନ ହୋଇଥାନ୍ତି ।ଏମାନଙ୍କୁ ଅଧିକ କଥାବାର୍ତା ହେବାକୁ ପସନ୍ଦ ନଥାଏ ।ଏମାନେ ଭଲ କର୍ମ ଦକ୍ଷତା ଯୋଗୁ ନିଜ ସହିତ କାମ କରୁଥିବା ଅନ୍ୟ ବ୍ୟକ୍ତିଙ୍କୁ  ଆଶ୍ଚର୍ଯା କରିଥାନ୍ତି । ନିଜ ଷ୍ଟାଇଲରେ କାମ କରିବା ପାଇଁ ଏମାନଙ୍କୁ ପସନ୍ଦ ଥାଏ ।ସମାଜ ଓ ପରିବାରରୁ ଏମାନଙ୍କୁ ଭଲ ସଂମାନ ମିଳିଥାଏ । ନିଜର ଭଲ ବୁଦ୍ଧି ଓ ଚିନ୍ତାଧାରା ଲାଗି ବେଷ୍ଟ ପୋଜିସନରେ ବି ଦେଖିବାକୁ ମିଳିଥାଏ । ତେଣୁ ଶାସ୍ତ୍ରରେ ଅଛି ଯେଉଁ ବ୍ୟକ୍ତିଙ୍କ ପାଦ ଗ୍ରୀକ ଆକୃତିର ତାଙ୍କୁ ଭାଗ୍ୟଶାଳି ମାନନ୍ତି ।

ଇଜିପସିଆନ ଆକୃତି

ଯେଉଁ ବ୍ୟକ୍ତିର ବୁଢା ଆଙ୍ଗୁଠିରୁ ଛୋଟ ଆଙ୍ଗୁଠି ପର୍ଯ୍ୟନ୍ତ ବଡରୁ ଛୋଟ କ୍ରମରେ ଥାଏ, ସେହି ପାଦକୁ ଇଜିପସିଆନ ଆକୃତି କୁହାଯାଏ । ଏମିତି ଲୋକ ବହୁତ ସମାଜସେବୀ ହୋଇଥାନ୍ତି । ଏମାନଙ୍କୁ ସାମାଜିକ କାର୍ଯ୍ୟରେ ଯୋଗଦେବା ପାଇଁ ବହୁତ ଭଲ ଲାଗେ । ନିଜର କଥାର ବାଣିରେ ଚତୁରତା ଓ ଚାଲାକର ସ୍ଵଭାବ ଏମାନଙ୍କ ପାଖରେ ଦେଖିବାକୁ ମିଳେ । କୌଣସି ଅଚିହ୍ନା ବ୍ୟକ୍ତିଙ୍କ ସହିତ ବହୁତ ସହଜରେ ମିତ୍ରତା କରିପାରନ୍ତି । ଯଦି ସୁଯୋଗ ମିଳେ ରାଜନୀତିରେ ଯିବା ପାଇଁ ହାତଛଡା କରନ୍ତି ନାହିଁ । ସାମ,ଦାମ,ଦଣ୍ଡ, ଭେଦ ରେ କେମିତି କାମ ସମ୍ପୂର୍ଣ କରିବାକୁ ହୁଏ ତାଙ୍କୁ ଭଲ ଭାବେ ଜଣା ।

ରୋମାନ ଆକୃତି

ଯେଉଁ ବ୍ୟକ୍ତିର ବୁଢା ଆଙ୍ଗୁଠି ସହିତ ପାଖ ଆଙ୍ଗୁଠି ଦୁଇଟି ସମାନ ଥାଏ, ତାକୁ ରୋମାନ ପାଦ କୁହାଯାଏ । ରୋମାନ ପାଦର ବ୍ୟକ୍ତି ବୁଦ୍ଧିମାନ ହେବ ସହିତ ଆତ୍ମବିଶ୍ଵାସରେ ବି ପରିପୂର୍ଣ ହୋଇଥାନ୍ତି । କୌଣସି ବି କାର୍ଯ୍ୟରେ କମ ପରିଶ୍ରମ  କରି ଅଧିକ ଫଳ ପାଇଥାନ୍ତି । ରୋମାନ ପାଦର ବ୍ୟକ୍ତିଙ୍କୁ ଭାଗ୍ୟର ପୂର୍ଣ ସହଯୋଗ ମିଳିଥାଏ । ଏମାନେ ସବୁ କାର୍ଯ୍ୟକୁ ସମ୍ପୂର୍ଣ କରିବାର ଦକ୍ଷତା ରଖିଥାନ୍ତି । କମ ପରିଶ୍ରମରେ  ଶ୍ରେଷ୍ଠ ସ୍ଥାନ ହାସିଲ କରି ପରିବାର ଓ ସମାଜରେ ସଂମାନିତ ପଦ ବନାଇଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *