ଗରୁଡ ପୁରାଣ ୧୮ଟି ପୁରାଣ ମଧ୍ୟରୁ ଗୋଟେ, ଏହି ପୁରାଣରେ ନୀତିସାର ନାମକ ଗୋଟେ ଅଧ୍ୟାୟ ଅଛି, ଏହି ଅଧ୍ୟାୟ ରେ ଅଲଗା ଅଲଗା ନୀତି ବିଷୟରେ କୁହା ଯାଇଛି । ନୀତିସାର ରେ ଏମିତି ୫ଟି କଥା କୁହା ଯାଇଛି, ଯାହା ଦ୍ଵାରା ଘର ପରିବାର ଓ ସମାଜ ରେ ମାନ ସମ୍ମାନ ପ୍ରାପ୍ତ ହୁଏ ନାହିଁ । ସମଯରେ ପ୍ରତ୍ୟକ ବ୍ୟକ୍ତିର ମାନ ସମ୍ମାନ ନିହାତି ଦରକାର । ଧନ ଦୌଲତ କମେଇବା ପେକ୍ଷା ଅଧିକ ମହତ୍ଵପୂର୍ଣ୍ଣ ଅଟେ ସମାଜରେ ନିଜର ମାନ ସମ୍ମାନ ପ୍ରତିଷ୍ଠା କରିବା । ତେବେ ଆସନ୍ତୁ ଜାଣିବା କାହିଁକି ଆପଣଙ୍କୁ ମାନ ସମ୍ମ୍ନ ପ୍ରାପ୍ତି ହେଉ ନାହିଁ ।
![](https://odiadunia.com/wp-content/uploads/2020/03/laxmi-1.jpg)
୧. ଯଦି କୌଣସି ବ୍ୟକ୍ତି ନିଜ ସନ୍ତାନ ପାଳନ ପୋଷଣ ଉପରେ ଧ୍ୟାନ ଦିଏ ନାହିଁ ତେବେ ସନ୍ତାନ ଭୁଲ ବାଟରେ ଯାଇଥାଏ, ସନ୍ତାନ ଖରାପ କାମ କଲେ ମା ବାପାକୁ ଅପମାନିତ ହବାକୁ ପଡିଥାଏ । ସନ୍ତାନକୁ ସଂସ୍କାର ପ୍ରାପ୍ତ ହେଉ ଏହାର ଧ୍ୟାନ ମା ବାପାକୁ ରଖିବା ଉଚିତ ଅଟେ ।
୨. ଲୋଭକୁ ଖରାପ କୁହା ଯାଇଛି, ବଡ ବଡ ମାଛ ମଧ୍ୟ ଛୋଟ ମାଂସ ପାଇଁ ନିଜ ପ୍ରାଣ ହରେଈ ଥାନ୍ତି, ଏହି ଭଳି ମଣିଷକୁ ମଧ୍ୟ ଧନ ଲୋଭ ରେ ବହୁତ ସମସ୍ୟା ସାମ୍ନା କରିବାକୁ ପଡିଥାଏ ।
![](https://odiadunia.com/wp-content/uploads/2019/08/child-phone.jpg)
୩. ଯେଉଁ ଲୋକ ନିଜ ଆୟ ଠାରୁ ଅଧିକ ଖର୍ଚ କରନ୍ତି, ଅଧିକ ଦାନ କରନ୍ତି, ଓ ସମୟ ପଡିଲେ ନିଜ ଖର୍ଚ୍ଚ ପାଇଁ ଅନ୍ୟଠୁ ଧାର ନେଇ ସୁଝି ପାରନ୍ତି ନାହିଁ ତାଙ୍କୁ କେତେ ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ ସବୁବେଳେ ଭାବି ଚିନ୍ତି ଖର୍ଚ୍ଚ କରନ୍ତୁ ନଚେତ ଅନେକ ଅସୁବିଧାରେ ପଡିବେ ।
୪. ଖରାପ ସାଙ୍ଗମାନଙ୍କ ଠାରୁ ବଞ୍ଚନ୍ତୁ, ଭଲ ଓ ଖରାପ ସାଙ୍ଗ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ଯଦି ଆମ ସାଙ୍ଗ ଖରାପ ଲୋକ ଅଛନ୍ତି ତେବେ ଏହାର ପରିଣାମ ବହୁତ ଖରାପ ହୋଇଥାଏ, ସେଥିପାଇଁ ଖରାପ ସାଙ୍ଗମାନଙ୍କ ଠାରୁ ବଞ୍ଚି ରହିବା ଉଚିତ ।
![](https://odiadunia.com/wp-content/uploads/2020/06/sanga-sathi.png)
୫. ଯେଉଁ ଲୋକ ନିଜ ସ୍ଵାର୍ଥ ପାଇଁ ଅନ୍ୟ ଲୋକଙ୍କୁ କଷ୍ଟ ଦେଇଥାନ୍ତି, ତାଙ୍କୁ କେବେ ସୁଖ ପ୍ରାପ୍ତ ହୋଇ ନଥାଏ । କିନ୍ତୁ ଆଜି କାଲି ଏହିଭଳି ଲୋକ ବହୁତ ଅଛନ୍ତି ଯିଏ ନିଜ ସ୍ଵାର୍ଥ ପାଇଁ ଅନ୍ୟର କ୍ଷତି କରିଥାନ୍ତି ଏବଂ ଖୁସି ହୋଇଥାନ୍ତି କିନ୍ତୁ ସେ ଭୁଲି ଯାନ୍ତି ଯେ ଏହାର ପରିଣାମ କେତେ ଭୟଙ୍କର ହେବ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।