ଆପଣଙ୍କୁ ଆପଣଙ୍କ ପାର୍ଟନର ପ୍ରେମ କରୁଛି କି ନା ହିଁ କେମିତି ଜାଣିବେ ? Krishna Vani

ଏହି ଦୁନିଆରେ ସମସ୍ତେ ନିଜ ଜୀବନରେ କାହାକୁ ନା କାହାକୁ ନିଜର ହୃଦୟ ନିଶ୍ଚିତ ଦେଇଛନ୍ତି ଅର୍ଥାତ ସେ ନିଶ୍ଚିତ ରୂପରେ କାହାକୁ ପ୍ରେମ କରିଛନ୍ତି । କିନ୍ତୁ ସମସ୍ତେ ପ୍ରେମ ତ କରନ୍ତି କିନ୍ତୁ ସାମ୍ନାରେ ଥିବା ବ୍ୟକ୍ତିର ମନରେ ତାଙ୍କ ପାଇଁ ପ୍ରେମର ଭାବନା ଅଛି କି ନାହିଁ ଏହା ନ ଜାଣିବା କାରଣରୁ କେତେକ ବ୍ୟକ୍ତି ପ୍ରେମରେ ଧୋଖା ମଧ୍ୟ ଖାଇଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏହାର ଏକ ସରଲା ଉପାୟ ନେଇ ଆସିଛୁ ଯାହା ଦ୍ଵାରା ଆପଣ ଜାଣି ଯିବେ କି ଆପଣଙ୍କ ପାର୍ଟନରଙ୍କ ହୃଦୟରେ ଆପଣଙ୍କ ପାଇଁ କିଛି ଭାବନା ଅଛି ନା ନାହିଁ ।

ଯେତେବେଳେ ଆପଣ କାହାକୁ ବହୁତ ଅଧିକ ଭଲ ପାଉଛନ୍ତି, କାହାର ବହୁତ ଅଧିକ ଧ୍ୟାନ ରଖୁଛନ୍ତି, କାହାର କଥା ଅଧିକ ଚିନ୍ତା କରୁଛନ୍ତି ତ କେତେ ଥର ଏମିତି ବି ହୋଇଥାଏ କି ଆପଣଙ୍କର ବହୁତ ଅଧିକ ଧ୍ୟାନ ରଖିବା କିମ୍ବା ତାଙ୍କର ଦେଖାଶୁଣା କରିବା ଆପଣଙ୍କର ମୂଲ୍ୟ କମ କରିଦିଏ ।

ଏହା ପରେ ସାମ୍ନା ବାଲା ଆପଣଙ୍କୁ ନଜର ଅନ୍ଦାଜ କରିବା ଆରମ୍ଭ କରିଦିଏ । ଯେତେବେଳେ ଆପଣ ସବୁବେଳେ କାହା ପାଇଁ ଉପସ୍ଥିତ ରହୁଛନ୍ତି ତେବେ ସାମ୍ନାରେ ଥିବା ବ୍ୟକ୍ତିକୁ ଲାଗିଥାଏ କି ଆପଣ କେତେକ ଖାଲି ବସିଛନ୍ତି । ଆପଣଙ୍କ ପାଖରେ କୌଣସି ଅନ୍ୟ କାମ ନାହିଁ । ମୋର କହିବାର ଅର୍ଥ ଏହା ନୁହେଁ କି ଆପଣ କାହାକୁ ପ୍ରେମ କରନ୍ତୁ ନାହିଁ । କାହାକୁ ନିଜର କରନ୍ତୁ ନାହିଁ । କାହାକୁ ସମୟ ଦିଅନ୍ତୁ ନାହିଁ ।

କିନ୍ତୁ ଯେତେବେଳେ ଦୁଇ ଦିଗର ଅନୁଭବ ସମାନ ନ ହେବ ସେହି ସମୟ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ପ୍ରଥମେ ସାମ୍ନା ବାଲାର ମନକୁ ବୁଝିବାକୁ ଚେଷ୍ଟା କରନ୍ତୁ । କି କଣ ସେ ବି ଆପଣଙ୍କ ପାଇଁ ସେହିଭଳି ଭାବନା ରଖୁଛନ୍ତି ନା ନାହିଁ । ଯଦି ସେମାନଙ୍କର ଭାବନା ଆପଣଙ୍କ ଭଳି ନୁହେଁ, ତେବେ ବୁଝି ଯାଆନ୍ତୁ କି ସେ ଏହି ସମ୍ପର୍କକୁ ନେଇ ଅଧିକ ଗମ୍ଭୀର ନୁହନ୍ତି । ଯଦି ଆପଣ ହିଁ ତାହାର ଧ୍ୟାନ ରଖୁଛନ୍ତି, ତାଙ୍କ ପାଇଁ ସବୁକିଛି କରୁଛନ୍ତି ଓ କିନ୍ତୁ ସେ ଆପଣଙ୍କ ପାଇଁ କିଛି ବି କରୁ ନାହାନ୍ତି ।

ଆପଣଙ୍କୁ ବୁଝାଇବାକୁ ଚେଷ୍ଟା କରୁ ନାହାନ୍ତି । ତେବେ ଏହିଭଳି ସ୍ଥିତିରେ ଆପଣ ନିଜ ତରଫରୁ ପ୍ରେମ ଜାହିର କରନ୍ତୁ ନାହିଁ । ଆପଣ ଅପେକ୍ଷା କରନ୍ତୁ । କାରଣ ଏହିଭଳି ସମ୍ପର୍କରେ ଆପଣଙ୍କୁ ଦୁଃଖ ଓ ଆଖିରେ ଲୁହ ଛଡା କିଛି ବି ମିଳିବ ନାହିଁ । ଯଦି ଆପଣଙ୍କୁ ସତରେ ପ୍ରେମ କରୁଛି ତେବେ ସେ ଆପଣଙ୍କୁ ସବୁ କିଛି କହିବ । ଆପଣଙ୍କୁ ନିଜର ସମୟ ଦେବ । ଆପଣଙ୍କ ପାଇଁ ମୁଣ୍ଡ ତଳକୁ ବି କରିବ । ଏମିତି ପ୍ରେମ କରୁଥିବା ବ୍ୟକ୍ତିକୁ କେବେ ବି ନିଜ ଠାରୁ ଦୂରେଇ ଦିଅନ୍ତୁ ନାହିଁ ।

ଏହିଭଳି ସମ୍ପର୍କରେ ଆପଣଙ୍କ ସମୟର, ଆପଣଙ୍କର ଧ୍ୟାନ ରଖାଯିବ ଓ ଆପଣଙ୍କର ପ୍ରେମକୁ ସବୁବେଳେ ଗୁରୁତ୍ଵ ଦିଆଯିବ । ଏହିଭଳି ସମ୍ପର୍କରେ ସମୟ ଦେବା ଦ୍ଵାରା ଆପଣଙ୍କ ଜୀବନ ଖୁସିରେ ଭରପୁର ହୋଇଯିବ । ଯଦି ଏହି ଭବାନା ସାମ୍ନା ବାଲାର ନା ହିଁ ତେବେ ଆଜି କିମ୍ବା କାଲି ଆପଣଙ୍କର ହୃଦୟ ନ୍ନିଶ୍ଚିତ ରୂପରେ ଭାଙ୍ଗିଯିବ ।

Leave a Reply

Your email address will not be published. Required fields are marked *