ପାଠ ପଢ଼ିବା ପାଇଁ ଝିଅଟି ବିକୁଥିଲା ଆମ୍ବ, ଦୁଃଖ ଦେଖି ଏହି ବ୍ୟକ୍ତି କଲେ କିଛି ଏମିତି କି…ଶୁଣିଲେ ଆପଣ ବି କରିବେ ପ୍ରଶଂସା

ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାହା ବିଷୟରେ ଶୁଣିବା ପରେ ଆପଣ ବି କହିବେ ଆଜି ବି ଲୋକମାନଙ୍କ ହୃଦୟରେ ମାନବିତକା ଅଛି । କହିବାକୁ ଗଲେ କରୋନା ଯୋଗୁ ସମସ୍ତେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ସାମର୍ଥ୍ୟ ହିସାବରେ ଅନ୍ୟର ସାହାର୍ଯ୍ୟ କରି ମାନବିତକାର ଏକ ସରଳ ଉଦାହରଣ ସମସ୍ତଙ୍କୁ ଦେଉଛନ୍ତି । ଝାଡଖଣ୍ଡ ଜାମସେଦପୁର ଦଶ ବର୍ଷୀୟ କୁନି ଝିଅ ତୁଲସୀ କୁମାରୀ । ତୁଲସୀର ମନରେ ପାଢ ପଢିବାକୁ ନେଇ ବହୁତ ଆଶା ଓ ଇଚ୍ଛା ଅଛି । କରୋନା ମହାମାରୀ ସମୟରେ ସ୍କୁଲ ବନ୍ଦ ଥିବା ଯୋଗୁ ଅନ୍ଲାଇନ ପାଠ ପଢା ଚାଲିଛି । କିନ୍ତୁ ତୁଲସୀ ପାଖରେ ସ୍ମାର୍ଟଫୋନ ତ ଦୂରର କଥା ନର୍ମାଲ ଫୋନ ଗୋଟିଏ ବି ନାହିଁ ।

ତୁଲସୀ ବର୍ତ୍ତମାନ ପଞ୍ଚମ ଶ୍ରେଣୀରେ ପାଠ ପଢୁଛି । ସମସ୍ତଙ୍କ ଭଳି ସେ ବି ସ୍ଵପ୍ନ ଦେଖିଛି ପାଠ ପଢି ବଡ ମଣିଷ ହେବ । କିନ୍ତୁ ଅଭାବ ଓ ଅନାଟନ ଅନ୍ଧାର ଭିତରେ ତୁଲସୀର ଦିନ କଟୁଛି ଓ ତୁଲସୀର ପାଠ ପଢା ମଧ୍ୟ ବନ୍ଦ ହୋଇ ଯାଇଛି । ଏହା ସତ୍ବେ ବି ତୁଲସୀ ଭାଙ୍ଗି ପଡି ନାହିଁ । ସେ ସବୁଦିନ ରାସ୍ତା କଡରେ ଆମ୍ବ ବିକ୍ରି କରୁଛି । ଯାହା ଦ୍ଵାରା ସେ ଭଲ ଟଙ୍କା ଆୟ କରି ଗୋଟିଏ ଭଲ ସ୍ମାର୍ଟଫୋନ କିଣି ସେଥିରେ ପାଠ ପଢି ପାରିବ ।

କିନ୍ତୁ ବର୍ତ୍ତମାନ ସବୁଠୁ ଭଲ କଥା ହେଉଛି କି ବର୍ତ୍ତମାନ ଏହି ଝିଅକୁ ରାସ୍ତା କଡରେ ବସି ଆଉ ଆମ୍ବ ବିକ୍ରି କରିବାକୁ ପଡିବ ନାହିଁ । କାରଣ ବର୍ତ୍ତମାନ ତୁଲସୀର ସ୍ଵପ୍ନ ପୁରା ହେବ ଓ ସେ ପାଠ ପଢି ପାରିବ । ପାଠ ପଢିବା ପାଇଁ ସଂଘର୍ଷ କରୁଥିବା ଏହି କୁନି ଝିଅ ପାଖରେ ବର୍ତ୍ତମାନ Valuable Edutainment Pvt Ltd ର ମ୍ୟାନେଜିଙ୍ଗ ଡାୟରେକ୍ଟର ଅମେୟ ହେଟେ ଭଗବାନ ହୋଇ ପହଞ୍ଚିଛନ୍ତି ।

ଏହି କୁନି ଝିଅ ତୁଳସୀର ସ୍ଵପ୍ନକୁ ପୁରା କରିବା ପାଇଁ ଓ ତାହାର କଷ୍ଟକୁ ଦୂର କରିବା ପାଇଁ ଅମେୟ ହେଟେ ଏହି ଝିଅ ପାଖରୁ ମାତ୍ର ୧୨ ଟି ଆମ୍ବକୁ ୧ ଲକ୍ଷ ୨୦ ହଜାର ଟଙ୍କା ଦେଇ କିଣି ନେଇଛନ୍ତି । କହିଦେଉଛୁ କି ଏହି କୁନି ଝିଅ ବିଷୟରେ ସ୍ଥାନୀୟ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହୋଇଥିଲା । ଏହି କୁନି ଝିଅ ବିଷୟରେ ଜାଣିବା ପରେ ଅମେୟ ହେଟେ ସଙ୍ଗେ ସଙ୍ଗେ କୁନି ଝିଅ ପାଖକୁ ପହଞ୍ଚିଥିଲେ ।

ଏହି କୁନି ଝିଅ ରୁ ୧୨ ଟି ଆମ୍ବକୁ ୧ ଲକ୍ଷ ୨୦ ହଜାର ଟଙ୍କା ଦେଇ ସେ କିଣି ନେଇ ଥିଲେ । ଅର୍ଥାତ ଗୋଟିଏ ଆମ୍ବର ମୂଲ୍ୟ ସେ ୧୦ ହଜାର ଟଙ୍କା ଦେଇଥିଲେ । ଅମେୟ ହେଟେଙ୍କ ସାହାର୍ଯ୍ୟ ପରେ ତୁଲସୀ ଗୋଟିଏ ସ୍ମାର୍ଟଫୋନ କିଣିଛନ୍ତି ଓ ପ୍ରତିଦିନ ଅନ୍ଲାଇନରେ କ୍ଳାସ ମଧ୍ୟ କରୁଛି । ଅମେୟ ହେଟେଙ୍କ ଏହି ସାହାର୍ଯ୍ୟ କହୁଛି କି ଆଜି ବି ଲୋକମାନଙ୍କ ମଧ୍ୟରେ ମଣିଷତ୍ଵ ଜୀବିତ ଅଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *