ପାଟିରୁ ଦୁର୍ଗନ୍ଧ ଦୂର କରିବେ କେମିତି ? Dr Arpita Dash

ଆଜିକାଲି ଲୋକ ମାନେ ବିଭିନ୍ନ ପ୍ରକାରର ଖାଦ୍ଯ ସେବନ କରୁଛନ୍ତି । କିନ୍ତୁ କିଛି ଲୋକ ମାନେ ଖାଇବା ପରେ ଭଲ ଭାବେ କୂଳି କରନ୍ତି ନାହି । ଆଉ କିଛି କ୍ଷେତ୍ର ରେ ଲୋକ ମାନେ ବାହାରେ ବୁଲିବା ସମୟରେ ଜଣକ ଫୁଡ ଖାଇବା ପରେ ପାଟି ଭଲ ଭାବେ କୁଳି କରନ୍ତି ନାହି । ଏହି କ୍ଷେତ୍ରରେ ପାଟି ଭିତରେ ଖାଦ୍ଯ ଜମା ହୋଇ ବାୟୋଫିଲ୍ମ ଭାବେ ସୃଷ୍ଟି ହୋଇଥାଏ । ଯାହାକୁ ଡେଣ୍ଟଲପ୍ଲାକ ବୋଲି କୁହାଯାଏ । ଏହି ଡେଣ୍ଟଲପ୍ଲାକ ଦାନ୍ତ ଓ ମାଢି ମଝିରେ ଜମା ହୋଇ ପଥର ହୋଇଯାଏ ଯାହା ଲୋକ ମାନେ ଜାଣି ପାରନ୍ତି ନାହି ।

ସେହି ପଥର ଧୀରେ ଧୀରେ ହଳଦିଆ ହେବାକୁ ଲାଗିଥାଏ । ଏହା ନରମାଲ ବ୍ରସ କରିଲେ ନାହରେ ନାହି । ଏପରି କ୍ଷେତ୍ରରେ ମାଢି ଇନଫେକସନ ହୋଇ ଫିଲିବା ସହ ନାଲି ହୋଇଯାଏ ଓ ପାଟିରୁ ରକ୍ତ ପଡିବା ଆରମ୍ଭ ହୋଇଥାଏ । ଏହି କ୍ଷେତ୍ରରେ ପାଟିରେ ଦୁର୍ଗନ୍ଧ ହୋଇଥାଏ । ଏହାକୁ ହାଲିଟୋଶେଷ ବୋଲି କୁହାଯାଏ । ଏଝି କ୍ଷେତ୍ରରେ ତୁରନ୍ତ ଦାନ୍ତର ଚିକିତ୍ସା କରାଇବା ଉଚିତ । ଏଥିରେ ଅଲ୍ଟ୍ରାସାଉନିଙ୍ଗ ବ୍ୟବହାର କରିକି ଡେଣ୍ଟଲ କ୍ଲିନିକରେ ପାଟିରେ ଜମା ଥିବା ମଇଳା ଗୁଡିକ ଯାହା ପଥର ଭାବେ ରହିଥାଏ ତାହାକୁ କଲିନ କରି ରିମୁଭ କରାଯାଏ ।

ଏହା ପରେ ମେଡିକେସନ ଦିଆଯାଏ ଯାହାକୁ ଲଗାଇଲେ ମାଢି ଦାନ୍ତ ସହ ରିଆଟାଚ କରିଥାଏ । ଯଦି ଏହି କେସ ରେ ସଠିକ ଚିକିତ୍ସା ନ କରାଯାଏ ତେବେ ଧୀରେ ଧୀରେ ମାଢି ମଝିରେ ଫାଟ ସୃଷ୍ଟି ହୋଇ ଦାନ୍ତ ଗୁଡିକ ମେଲା ହୋଇଯାଏ । ଏହା ସହ ଦାନ୍ତ ହଳଦିଆ ବା କଳା ପଡିଯାଏ । ଏମିତି କି ଦାନ୍ତରେ ଥିବା ହାଡ ଗୁଡିକ ଧୀରେଧିରେ ଦୁର୍ବଳ ହେବାକୁ ଲାଗିଥାଏ । ଏହି କ୍ଷେତ୍ର ରେ ଦାନ୍ତ ଗୁଡିକ ଅଳ୍ପ ଦିନରେ ହଲିବାକୁ ଆରମ୍ଭ ହୋଇଯାଏ । ଦାନ୍ତରେ ଖାଦ୍ଯ ଗୁଡିକ ପଥର ଭଳି ହୋଇ କଳା ପଡିବାକୁ ଲାଗେ ଯାହା ସାଧାରଣ ବ୍ରସ କରିବା ଦ୍ଵାରା ବାହରେ ନାହି ।

ଯଦି ଏହାର ଠିକ ସମୟରେ ଚିକିତ୍ସା ନ ହୁଏ ତେବେ ପରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଡାକ୍ତର ମାନେ ଦାନ୍ତର ସବୁ ଟେଷ୍ଟ କରି ଜାଣିବାକୁ ଚେଷ୍ଟା କରନ୍ତି କି ହାଡର ଲେବଲ କେଉଁଠାରେ ରହିଛି । ଏହା ପରେ ଦାନ୍ତକୁ କ୍ଳିନ କରାଯାଇ ମଇଳା ବାହାର କରାଯାଏ । ଏହା ପରେ ଅନ୍ୟ ପ୍ରୋଷିଜୀୟର କରାଯାଏ । ଏହିପରି ଭାବେ ପାଟିରୁ ଦୁର୍ଗନ୍ଧ ଦୂର ହେବ । ଅନ୍ୟ କ୍ଷେତ୍ରରେ ଟିଥ ପଲିଶିଙ୍ଗ ମଧ୍ୟ କରାଯାଏ ।

ଏହା ଦ୍ଵାରା ଦାନ୍ତର ରଫନେସ ଦୂର ହୋଇଥାଏ । ଯାହା ଦ୍ଵାରା ଦାନ୍ତ ଗୁଡିକ ଅଧିକ ଦିନ ଯାଏଁ ମଜବୁତ ରହିଥାଏ । କିଛି କ୍ଷେତ୍ରରେ ତଳ ଦାନ୍ତ ଗୁଡିକରେ ଅଧିକ ଫାଟ ସୃଷ୍ଟି ହୋଇଥାଏ ଯାହା ଦ୍ଵାରା ଭଲ ଭାବେ ବ୍ରସ କରି ହୁଏ ନାହି । ତେଣୁ ଡାକ୍ତରଙ୍କ ସଠିକ ପରାମର୍ଶ ନେଇ ଦାନ୍ତ ବ୍ରସ କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *