ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ପତ୍ର ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଇଲେ ଆପଣଙ୍କ କେତେକ ରୋଗ ସବୁଦିନ ପାଇଁ ସମାପ୍ତ ହୋଇଥାଏ ଓ ଆପଣଙ୍କୁ ଏହାକୁ ଖାଇ ବହୁତ ଆନନ୍ଦ ମଧ୍ୟ ଅନୁଭବ ହୋଇଥାଏ । ତେବେ ଆମେ ଆପଣଙ୍କୁ ଯେଉଁ ପତ୍ର ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ପାନ ପତ୍ର ଆପଣ ମାନେ ସମସ୍ତେ ପାନ ପତ୍ର ଦେଖିଥିବେ ଏବଂ ବହୁତ ଲୋକଙ୍କ ଘରେ ବଡ ବୁଢା ଲୋକ ଏହାର ସେବନ ମଧ୍ୟ କରୁଥିବେ । ତେବେ ଆସନ୍ତୁ ଜାଣିବା ଏହି ଅଦ୍ଭୁତ ପତ୍ର ବିଷୟରେ ବିସ୍ତାର ସହ, କେମିତି ପାନ ପତ୍ର ଆମ ପାଇଁ ଲାଭକାରୀ ହୋଇଥାଏ ।

୧. ଯଦି ଆପଣଙ୍କୁ ପାଇରିଆ ସମସ୍ୟା ଅଛି ତେବେ ଆପଣ କର୍ପୁର ଏବଂ ପାନ ଚୋବେଇ ଦିଅନ୍ତୁ କିନ୍ତୁ ଗୋଟେ କଥା ବିଶେଷ କରି ମନେ ରଖନ୍ତୁ ଯେ ଆପଣ ଭୁଲରେ ବି ପାନ ଛେପ ଢୋକିବେ ନାହିଁ ଏହାକୁ ବାହାରେ ଫୋପାଡି ଦିଅନ୍ତୁ କେବଳ ଚୋବାଇ ଫୋପାଡି ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କ ପାଇରିଆ ଭଲ ହୋଇଥାଏ ।
୨. ଯଦି ଆପଣଙ୍କୁ କାସ ହେଉଛି ଏବଂ କୌଣସି ଜିନିଷ ଖାଇଲେ ମଧ୍ୟ କାମୁ ନାହିଁ ତେବେ ଆପଣ ହଳଦୀ ଗରମ କରି ପାନ ପତ୍ର ସହ ଚୋବାନ୍ତୁ ଏହା ଦ୍ଵାରା ଆପଣଙ୍କ କାସ ବନ୍ଦ ହୋଇଯିବ ଯଦି ତଥାପି ଆପଣଙ୍କ କାସ ବନ୍ଦ ହେଉ ନାହିଁ ତେବେ ଆପଣ ହଳଦୀ ସହ ଜୁଆଣୀ ମିଶାଇ ପାନ ପତ୍ର ସହ କ୍ଷାନ୍ତୁ, ଏଥିରେ ଏମିତି କିଛି ବେକ୍ଟେରିଆ ଥାନ୍ତି ଯିଏ ଆପଣଙ୍କ କାସ ଭଲ କରିଥାନ୍ତି ।

୩. ଯଦି ଆପଣଙ୍କୁ ଥଣ୍ଡା ହୋଇଛି ତେବେ ପାନ ପତ୍ରରେ ଲବଙ୍ଗ ମିଶେଇ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କ ଥଣ୍ଡା ବହୁତ ଶୀଘ୍ର ଭଲ ହୋଇଯିବ ଏବଂ ଆପଣଙ୍କୁ ବହୁତ ଆରାମ ଲାଗିବ ।
୪. ଯେଉଁ ଲୋକଙ୍କୁ କିଡନି ସମସ୍ୟା ହୋଇଥାଏ ସେହି ଭଳି ଲୋକଙ୍କୁ ସକାଳେ ସନ୍ଧ୍ୟାରେ ପାନ ଖାଇବା ଉଚିତ ଏହା ଦ୍ଵାରା ପାଚନ କ୍ରିୟା ଭଲ ହୋଇଥାଏ ଓ କିଡନି ଉପରେ ଅଧିକ ଅସୁବିଧା ହୋଇନଥାଏ ଏହା ଛଡା ଆପଣଙ୍କୁ ମସଲା ଖାଦ୍ୟ ବା ମଦ ଅଣ୍ଡା ଇତ୍ୟାଦି ଜିନିଷ ଖାଇବା ଉଚିତ ନୁହ ଏହା ଦ୍ଵାରା କିଡନି ଆଉ ଖରାପ ହୋଇଥାଏ ଓ ଆପଣଙ୍କୁ ଅସୁବିଧା ହୋଇଥାଏ ।

୫. କିଛି ଲୋକଙ୍କୁ ଅଳପ ମୁତ୍ର ସମସ୍ୟା ହୋଇଥାଏ ଏହି ଭଳି ଲୋକଙ୍କ ପେଟ ସମସ୍ୟା ବହୁତ ହୋଇଥାଏ । ତେବେ ଏହି ଭଳି ଲୋକଙ୍କୁ ରାତିରେ ପତଳା କ୍ଷୀର ସହ ପାନ ପତ୍ର ରସ ବାହାର କରି କ୍ଷୀର ସହ ମିଶାଇ ପିଇବା ଉଚିତ ଅଟେ । ଏହା ଦ୍ଵାରା ଆପଣଙ୍କ ପେଟ ସବୁ ସମସ୍ୟା ବା ରୋଗ ଦୂର ହୋଇଥାଏ ଏବଂ ଆପଣଙ୍କୁ ଲାଭ ପ୍ରାପ୍ତି ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।