ପାଉଁଜି, ଗୋଡମୁଦି ଓ ଚୁଡି ପିନ୍ଧିବା ଦ୍ଵାରା ସ୍ୱାସ୍ଥ୍ୟ ଉପରେ ପଡିଥାଏ ଏହି ଲାଭ- ଯାହା ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଭାରତୀୟ ମହିଳାଙ୍କ ପାଇଁ ଖାସ ହେଉଛି ତାଙ୍କ ପରିଧାନ ଓ ଶରୀରରେ ସଜା ହୋଇଥିବା ତାଙ୍କ ଆଭୂଷଣ ଅଟେ । କୌଣସି ଭାରତୀୟ ମହିଳାଙ୍କ ପାଇଁ ପାଉଁଜି, ଗୋଡ ମୁଦି ଓ ଚୁଡି ବହୁତ ମହତ୍ଵପୂର୍ଣ ଅଟେ । ଖାସ କରି ବିବାହିତ ମହିଳାଙ୍କ ପାଇଁ ଏହା ପିନ୍ଧିବା ଜରୁରୀ ଅଟେ । କିନ୍ତୁ କଣ ଆପଣ ଜାଣିଛନ୍ତି ପାଉଁଜି, ଗୋଡ ମୁଦି ଓ ଚୁଡିର ପିନ୍ଧିବାର ଚଳନ କେମିତି ଓ କଣ ପାଇଁ ଆରମ୍ଭ ହୋଇଥିଲା ।

ଆମେ ସବୁ ଏହି ରୀତି ରିବାଜ ଓ ସଂସ୍କୃତିକୁ ମାନିକି ଏହା ସବୁ ପିନ୍ଧି ଆସୁଛୁ । ବିବାହିତା ମହିଳାମାନେ ଏହାକୁ ସୁହାଗର ସଙ୍କେତ ମଧ୍ୟ ମାନୁଛନ୍ତି ।

କଣ ପାଇଁ ବନଯାଇଥିଲା ଏହି ଗହଣା ?

ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଏହି ପାଉଁଜି, ଗୋଡ ମୁଦି ଓ ଚୁଡି ଆଧ୍ୟାତ୍ମିକ ଫାଇଦା ସହିତ ଶରୀରକୁ ଫାଇଦା ଦେଇଥାଏ । ଯେମିତିକି ଆପଣ ମାନେ ଜାଣିଥିବେ ମହିଳାମାନଙ୍କ ଶରୀର ପୁରୁଷମାନଙ୍କ ଠାରୁ ବହୁତ କୋମଳ ଓ ସମ୍ବେଦନଶୀଳ ଅଟେ । ଏମିତିରେ ମହିଳାମାନଙ୍କ ଶରୀରରେ ହାର୍ମୋଂସର କମ ବେସୀ ହୋଇଥାଏ କାରଣ ବେସୀ ମହିଳା ମାନଙ୍କ ଉପରେ ଘରର ବୋଝ ଥାଏ । ମହିଳାମାନେ ଘରର ବୋଝ ଉଠେଇବା ପାଇଁ ନିଜର ତନ ମନ ଲଗେଇ ଦିଅନ୍ତି ।

ଏହି କଥାକୁ ଧ୍ୟାନରେ ରଖି ଆମର ପ୍ରାଚୀନ ରୁଷି ଓ ବୈଜ୍ଞାନିକମାନେ କିଛି ଏମିତିଆ ଉପକରଣ ତିଆରି କଲେ ଯାହାଦ୍ଵାରା ମହିଳାମାନଙ୍କ ତନ ଓ ମନର ଧ୍ୟାନ ରଖାଯାଇପାରିବ । ଏହି ଉପକରଣ ଗୁଡିକୁ ପାଉଁଜି, ଗୋଡ ମୁଦି ଓ ଚୁଡି ରୂପରେ ତିଆରି କରାଗଲା ଓ ରୀତି ନୀତିକୁ ଆଧାର କରି ମହିଳାମାଙ୍କୁ ପିନ୍ଧିବା ପାଇଁ ଆବଶ୍ୟକ କରାଗଲା ।

ସୁନାଚାନ୍ଦି ପିନ୍ଧିବାର ଲାଭ

ମହିଳାଙ୍କ ଅଣ୍ଟାର ଉପରି ଭାଗରେ ସୁନା ଓ ଅଣ୍ଟାର ତଳ ଭାଗରେ ଚାନ୍ଦି ପିନ୍ଧିବା ଦରକାର । ସୁନା ପିନ୍ଧିବା ଦ୍ଵାରା ଶରୀର ଗରମ ଲାଗିଥାଏ ଓ ଚାନ୍ଦି ପିନ୍ଧିବା ଦ୍ଵାରା ଶରୀରକୁ ଥଣ୍ଡା ଲାଗେ ।

ଚୁଡି ପିନ୍ଧିବାର ଫାଇଦା

୧. ପିନ୍ଧିଥିବା ଚୁଡି ଯେବେ ହାତରେ ବାଜିଥାଏ ସେବେ ଘର୍ଷଣ ହୋଇଥାଏ । ଏହି ଘର୍ଷଣ ଦ୍ଵାରା ବଲ୍ଡ ସରକୁଲେସନ ହୋଇଥାଏ । ଏହା ଦ୍ଵାରା ଯେଉଁ ଊର୍ଜା ଉତ୍ପନ ହୋଇଥାଏ ତାହା ମହିଳାଙ୍କୁ ଜଲ୍ଦି ଥକି ବାକୁ ଦିଏ ନାହିଁ ।

୨. ଚୁଡି ପିନ୍ଧିବା ଦ୍ଵାରା ମାନସିକ ସନ୍ତୁଳନ ବନି ରହିଥାଏ ।

୩. ଚୁଡି ହାତରେ ପିନ୍ଧିବା ଦ୍ଵାରା ହାର୍ଟ ରୋଗ କମ ହେବାର ଆଶଙ୍କା ଅଛି ।

ଗୋଡମୁଦି ପିନ୍ଧିବାର ଫାଇଦା

୧. ଗୋଡମୁଦିକୁ ଗୋଡର ମଝି ତିନି ଆଙ୍ଗୁଠିରେ ପିନ୍ଧନ୍ତି । ଏହାକୁ ଦୁଇ ଗୋଡରେ ପିନ୍ଧିବା ଦ୍ଵାରା ସ୍ତ୍ରୀ ମାନଙ୍କର ହାର୍ମୋନଲ ସିସ୍ଟମ ସଠିକ ଢଙ୍ଗରେ କାମ କରେ ।

୨. ଗୋଡ ମୁଦି ଏକ୍ୟୁପ୍ରେଶର ଭଳି କାମ କରିଥାଏ । ଏହା ପିନ୍ଧିବା ଦ୍ଵାରା ଶରୀରର ତଳ ଭାଗ ମାଂସପେଶୀ ସନ୍ତୁଳିତ ରହିଥାଏ ।

୩. ଗୋଡ ମୁଦି ପିନ୍ଧିବା ଦ୍ଵାରା ଏକ ଖାସ ସିରା ଉପରେ ପ୍ରଭାବ ପଡିଥାଏ ଯାହା ଦ୍ଵାରା ଗର୍ଭାଶୟରେ ବଲ୍ଡ ସରକୁଲେସନ ଅଧିକ ହୋଇଥାଏ, ଏହା ଦ୍ଵାରା ଗର୍ଭଧାରଣ କ୍ଷମତା ବଢିଥାଏ ।

ପାଉଁଜି ପିନ୍ଧିବାର ଫାଇଦା

 

୧. ପାଉଁଜି ପିନ୍ଧିବା ଦ୍ଵାରା ସ୍ତ୍ରୀ ମାନଙ୍କର ପେଟ ଓ ତଳ ଅଂଶର ଚର୍ବି ବଢିବାରୁ ରୋକିଥାଏ ।

୨. ଚାନ୍ଦିର ପାଉଁଜିରୁ ଗୋଡ ଘର୍ଷଣ ହେବା ଦ୍ବାରା ଏଥିରୁ ହାଡ ମଜବୁତ ହୋଇଥାଏ ।

୩. ପାଉଁଜି ଆପଣଙ୍କ ଗୋଡରୁ ବାହାରୁଥିବା ଫିଜିକଲ ଇଲେକ୍ଟ୍ରିକ ଏନର୍ଜୀ କୁ ଶରୀରରେ ସରଂକ୍ଷିତ ରଖିଥାଏ ।

Leave a Reply

Your email address will not be published. Required fields are marked *