ପେଟର କୃମିରୁ ମୁକ୍ତି ପାଇଁ, ଆପାଣାନ୍ତୁ ଏହି ଘରେଇ ଉପାୟ- Health Tips

ଆଜି କଲି ଲୋକେ ବ୍ୟସ୍ତତା ଭିତରେ ନିଜ ସ୍ବାସ୍ଥ୍ୟ ର ଯତ୍ନ ନେବା ଭୁଲି ଯାଉଛନ୍ତି । ଅଧିକାଂଶ ଖରାପ ଖାଦ୍ୟ ଖାଇବା ଓ ଅନିୟମିତତା ଜୀବନଶୈଳୀ କାରଣରୁ ବହୁତ ଲୋକଙ୍କର ପେଟ ସମ୍ବନ୍ଧିୟ କେତେକ ସମସ୍ୟା ହୋଇଥାଏ, ଏମିତି ଏକ ସମସ୍ୟା ହେଉଛି ପେଟରେ କୃମି ହେବା । ଏହା ଅଧିକ ପିଲାମାନଙ୍କ ଠାରେ ଦେଖାଦେଇଥାଏ , କେବେ କେବେ ବଡ଼ଙ୍କ ଠାରେ ମଧ୍ୟ ଏହି ସମସ୍ୟା ଦେଖା ଦେଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ କହିବୁ ପେଟରେ କୃମି ହେବାର କିଛି ଲକ୍ଷଣ ଓ ସେଥିରୁ ବଞ୍ଚିବାର କିଛି ଉପାୟ । ତେବେ ଆସନ୍ତୁ ଜାଣିବା ।

ଅନେକ ସମସ୍ୟା ଦେଖିବାକୁ ମିଳିଥାଏ, ହେଲେ ପେଟରେ କୃମି ହେବାର ଅପରିଛନ୍ନତା ମଧ୍ୟ ହୋଇଥାଏ । ଏହା ବ୍ୟତୀତ ବାହାର ର ଖୋଲା ଖାଦ୍ୟ ପେଟ ସମ୍ବନ୍ଧିୟ କେତେ ରୋଗ ମଧ୍ୟ ସୃଷ୍ଟି କରିଥାଏ । ବାହାର ଖାଦ୍ଯ ଖାଇବା ଦେହ ପ୍ରତି ହାନିକାରକ ହୋଇଥିବା ହେତୁ ବାହାର ଖାଦ୍ଯ ଖାଇବା ଅନୁଚିତ । କିନ୍ତୁ ଆଜିକାଲି ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର ବାହାର ଖାଦ୍ଯ ପସନ୍ଦ । ଫାଷ୍ଟ ଫୁଡ ହେଉ କି କୋଲ୍ଡ ଡ୍ରିଂକ୍ସ ବା ଫ୍ରୋଜେନ ଫୁଡ ସବୁଥିରେ ପ୍ରଚୁର ମାତ୍ରାରେ ଫ୍ୟାଟ, ସୁଗାର ଅର୍ଟିଫିସିଆଲ କଲର ଏବଂ ପ୍ରିଜର୍ବେଟିବ ଆଦି ଥାଏ । ଯାହାର ଅତ୍ୟଧିକ ସେବନ ଆମ ଶରୀରୀକୁ ଅସୁସ୍ଥ କରିବାରେ ବେସୀ ସମୟ ଲାଗନ୍ତି ନାହିଁ ।

ଚିକିତ୍ସା

ଏଥିରୁ ମୁକ୍ତି ପାଇବା ପାଇଁ ଚାହାନ୍ତି ତ ସବୁଠୁ ପ୍ରଥମେ କିଛି ପୋଦିନା ପତ୍ରକୁ ଧୋଇ, ଏଥିରେ ½ ଚାମଚ୍ ଲେମ୍ବୁ ରସ ଓ 5ଟି ଗୋଲମରିଚ ମିଶାଇ ଗ୍ରାଇଣ୍ଡିଂ କରନ୍ତୁ । ତାପରେ ଏଥିରେ ସ୍ଵାଦ ଅନୁସାରେ ଅଳ୍ପ ଲୁଣ ବା ଚିନି ମିଶାଇ ଏଥିରୁ ପ୍ରତି ସକାଳ ସନ୍ଧ୍ୟା ରେ ଏହାକୁ ଏକ ଚାମଚ୍ ସେବନ କରନ୍ତୁ । ଏହା ଦ୍ବାରା ଆପଣଙ୍କ ପେଟରେ କୃମି ସମସ୍ୟାରୁ ମୁକ୍ତି ପାଇପାରିବେ ଓ ଆରମ ମିଳିବ । କେବଳ ଏତିକି ନୁହେଁ ଏହା ବ୍ୟତିତ ଆପଣକୁ ନିଜର ଖାଦ୍ଯ ପେୟ ପ୍ରତି ବହୁତ ସଜାଗ ରହିବାକୁ ପଡିବ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *