ଫୁଲ ରେ ଲୁଚି ଅଛି ଔଷଧୀୟ ଖଜାନା, ଦେହ ଏବଂ ସୌନ୍ଦର୍ଯ୍ୟ ପାଇଁ ଲାଭକାରୀ ଅଟେ- ଜାଣନ୍ତୁ କେଉଁ ଫୁଲ କେଉଁ ରୋଗ ଭଲ କରେ

ଯେତେବେଳେ ବି ଆମେ ଫୁଲଙ୍କ ବିଷୟ ରେ କଥା ହେଉ ଫୁଲ ପୂଜା-ଅର୍ଚ୍ଚନା ପାଇଁ ଉପଯୋଗୀ ଏବଂ ସଜେଇବା ପାଇଁ ଦରକାର ବୋଲି କୁହା ଯାଏ । କିନ୍ତୁ ଏହାର ଆହୁରି ଗୋଟେ ସତ୍ୟତା ବି ଅଛି ଏହା ଔଷଧ ପରି କାମ କରିଥାଏ । ଫୁଲ ସୌନ୍ଦର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଔଷଧ ବୋଲି ଅଧ୍ୟୟନ ରୁ ଜଣାପଡିଅଛି, ଫୁଲଙ୍କ ଔଷଧୀୟ ଗୁଣ ବିଷୟ ରେ ଡକ୍ଟର ରାମ ମନୋହର ଲୋହିୟା ଏବଂ ହସ୍ପିଟାଲ ର ଆୟୁର୍ବେଦ ଫିଜିଶିୟନ ଡକ୍ଟର ଏସକେ ପାଂଡେ କହିଛନ୍ତି ।

ବୟସ ର ଚିହ୍ନ ହଟାଏ ମନ୍ଦାର :

ଏହି ନାଲି ରଙ୍ଗ ସୁନ୍ଦର ଫୁଲ ଆପଣଙ୍କ ତ୍ଵଚା ରୁ ବୟସ ଦାଗ ହଟେଇ ଥାଏ ଏହି ଫୁଲ ଆପଣଙ୍କୁ ସୁସ୍ଥ ଏବଂ ସୁନ୍ଦର ବନେଇ ଥାଏ । ଏହି ଫୁଲକୁ ନଡିୟା ତେଲ ସହ ଫୁଟାଇ ଚୁଟି ରେ ଲଗାନ୍ତୁ, ଏହା ଚୁଟି କୁ କଳା ଓ ଚିକମିକ କରି ଥାଏ । ମାତ୍ର ଏହା ନୁହେଁ ଏହାକୁ ଲଗାଇଲେ ଆପଣଙ୍କ ଆଣ୍ଟି ଏଜିଙ୍ଗ ଉପରେ କାମ କରି ଥାଏ ।

ମୁହଁ ଘା ଦୂର କରେ ଚମେଲୀ :

ଏହି ଫୁଲ ର ତେଲ ଚର୍ମ ରୋଗ ଓ ଦାନ୍ତ ସମ୍ବନ୍ଧୀୟ ସମସ୍ୟା ରେ କାମ ଦେଇ ଥାଏ । ଏହି ଫୁଲ ର ପତ୍ର ଚୋବେଇଲେ ମୁହଁ ଘା ଭଲ ହୋଇଥାଏ, ଚେହେରା ଓ ଚୁଟି ଉପରେ ଏହାର ପେଷ୍ଟ ଲଗାଇଲେ ଚମକ ବଢି ଥାଏ ।

ଥକା ଏବଂ ବ୍ୟଥା ରୁ ମୁକ୍ତି ଦେଇ ଥାଏ ଗୋଲାପ :

ଗୋଲାପ ପାଖୁଡା ଫୁଟେଇକି ତା ପାଣି ପିଇଲେ ପିତ୍ତ ଦୋଷ ରୁ ଆରାମ ମିଳି ଥାଏ । ଡ୍ରାଇ ସ୍କିନ ପାଇଁ ଲାଭ କାରି ଅଟେ ।

ପଦ୍ମ ଫୁଲ ଥାଇରଏଡ ପାଇଁ ଉପଯୁକ୍ତ ଅଟେ :

ପଦ୍ମ ଫୁଲ ର ପାଖୁଡା ଏବଂ ପତ୍ର ଦୁଇଟି ଥାଇରଏଡ ରେ କାମ ଦେଇ ଥାଏ, କୋଲେଷ୍ଟ୍ରୋଲ, ଡାଇବେଟିଜ ଓ ଲିବର ସମସ୍ୟା ଏବଂ ଶରୀର ଭିତର ଟକସିନ ସଫା କରି ଥାଏ । କେବଳ ଆପଣଙ୍କୁ ପଦ୍ମ ପାଖୁଡା ଚା ପିବା ଉଚିତ ଅଟେ ।

ବ୍ରଣ ଦୂର କରେ ଲେବେଣ୍ଡର ତେଲ :

ଲେବେଣ୍ଡର ପ୍ରୟୋଗ କଲେ ଚେହେରା ରେ ହୋଇଥିବା ପିମ୍ପଲ ଭଲ ହୋଇଥାଏ, ଚିନ୍ତା ମୁକ୍ତି ରହିବା ପାଇଁ ଗାଧୋଇବା ପାଣି ରେ ଗୋଟେ ବୁନ୍ଦା ଲେବେଣ୍ଡର ତେଲ ପକାନ୍ତୁ ଏଙ୍ଗ ଚିନ୍ତା ମୁକ୍ତ ହୁଅନ୍ତୁ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *