ଆମେ ସମସ୍ତେ ସବୁ ପରିବା ସମ୍ବନ୍ଧରେ ଜାଣିଛୁ । କିନ୍ତୁ କୌଣସି ପୂଜା ପର୍ବ ହେଲେ ଆମେ ସବୁ ପରିବା ଖାଇଥାଉ କିନ୍ତୁ ବିନା ପିଆଜ ରସୁଣ ରେ । ତେବେ ଏହି ପିଆଜ ରସୁଣ କାହିଁକି ଓଷା ବ୍ରତରେ ବ୍ୟବହାର ହୁଏ ନାହିଁ । ଏହି ଦୁଇଟି ତ ଯେକୌଣସି ଖାଦ୍ୟରେ ପଡିଲେ ତାହାର ସ୍ୱାଦ ବଢାଇ ଥାନ୍ତି । କିନ୍ତୁ ଓଷା ବ୍ରତରେ ବ୍ୟବହାର ହୁଏ ନାହିଁ । କାରଣ ଏହା ଆମିଷ ଅଟେ । ପରିବା କେବେ ଆମିଷ ହୋଇଥାଏ ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ ।
କିନ୍ତୁ ଏହା ସତ । ତେବେ ପିଆଜ ରସୁଣ କାହିଁକି ଆମିଷ ହୋଇଥାଏ ଏହାକୁ ନେଇ ମଧ୍ୟ ଏକ କଥା ଅଛି । ପୁରାଣ ସମୟରେ ଯେତେବେଲେ ସମୁଦ୍ର ମନ୍ଥନ ହେଉଥିଲା । ସେତେବେଳେ ଭଗବାନ ବିଷ୍ଣୁ କଛପ ଅବତାର ନେଇଥିଲେ । କାରଣ ଭଗବାନଙ୍କ ପିଠିରେ ବା କଛପ ପିଠିରେ ସେହି ମନ୍ଦର ପର୍ବତ ରଖି ବାସୁକି ନାମକ ସର୍ପଙ୍କୁ ରଜ୍ଜୁ ଭାବେ ବ୍ୟବହାର କରାଯାଇଥିଲା ।
ତେବେ ଏହି ସମୁଦ୍ର ମନ୍ଥନ ସମୟରେ ଦେବତା ମାନେ ଗୋଟିଏ ପକ୍ଷରେ ରହିଲେ ଓ ରାକ୍ଷସ ମାନେ ଅନ୍ୟପଟେ । ଯେତେବେଲେ ମନ୍ଥନ ଆରମ୍ଭ ହେଲା ତହିଁରୁ ଅନେକ ଜିନିଷ ବାହାରିଲା । ତାହାକୁ ଭାଗ କରି ଦେବତା କଁ ଅସୁର ମାନେ ନେଲେ । କିନ୍ତୁ ଯେତେବେଳେ ବିଷ ବାହାରିଲା ସେତେବେଳେ ତାକୁ ଦେବ ଦେବ ମହାଦେବ ପାନ କରିଥିଲେ ।
ତେଣୁ ତାଙ୍କ ନାମ ନୀଳକଣ୍ଟେଶ୍ୱର । ଯେତେବେଳେ ଅମୃତ ବାହାରିଲା ସେତେବେଳେ ଦେବତା ମାନେ ତାହା ନେବା ପାଇଁ ଉଦ୍ୟମ କଲେ ଓ ରାକ୍ଷସ ମାନେ ମଧ୍ୟ ସେମାନଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା । ତେବେ ଏହି ସମୟରେ ଭଗବାନ ବିଷ୍ଣୁ ଏକ ଛଦ୍ମ ବେଶ ଧାରଣ କଲେ ଯାହାକୁ ମୋହିନୀ ରୂପ ଧାରଣ କରି ସେହି ସ୍ଥାନରେ ଉପସ୍ଥିତ ହେଲେ । ମୋହିନୀ ରୂପ ଦେଖିକି ଅସୁର ମାନେ ବିମୋହିତ ହୋଇ ଗଲେ ।
ସେମାନେ ଅମୃତ କଥା ଭୁଲିଗଲେ । ତେବେ ମୋହିନୀ ରୂପୀ ଵିଷ୍ଣୁ ଭଗବାନ ଅମୃତ କୁ ନେଇ ବାଣ୍ଟିବାକୁ ଲାଗିଲେ । ତେବେ ଭଗବାନ ପ୍ରଥମେ ଦେବତାଙ୍କୁ ବେଶୀ ବେଶୀ ଅମୃତ ଦେବାକୁ ଲାଗିଲେ । ଏହି ସବୁ ମଧ୍ୟରେ ସେହି ଅସୁର ମାନଙ୍କ ମଧ୍ୟରୁ ଗୋଟିଏ ଅସୁର ବହୁତ ଚତୁର ଥିଲା ।
ସେ ଜାଣିନେଲା ଯେ ଏହି ମୋହିନୀ ଜଣକ ହେଉଛନ୍ତି ଭଗବାନ ବିଷ୍ଣୁ । ତେଣୁ ସେ ଛଦ୍ମ ବେଶ ଧରି ଦେବତା ମାନଙ୍କ ମଧ୍ୟରେ ରହିଗଲା । ଭଗବାନ ବିଷ୍ଣୁ ଜାଣି ନ ପାରି ତାକୁ ଦେବତା ଭାବି ଅମୃତ ଦେଇଦେଲେ ଯେତେବେଳେ ସେ ପାନ କରିଲା ତା ପରେ ଭଗବାନ ବିଷ୍ଣୁ ଜାଣିଲେ ତେଣୁ ସେ ନିଜର ସୁଦର୍ଶନ ଚକ୍ର କୁ ପଠାଇଲେ ସେହି ଅସୁରର ଵଧ ପାଇଁ ଏହା ଦେଖି ଅସୁର ଦୌଡ଼ିକି ଯିବା ସମୟରେ ତାର ବେକରେ ଚକ୍ର ଲାଗିଲା ଯାହା ଫଳରେ ତାର ଶରୀର ଦୁଇ ଭାଗ ହେଇଗଲା ।
ତାର ଶିର ଓ ଗଣ୍ଡି ଦୁଇଟି ଅଲଗା ହୋଇଗଲା ଯେହେତୁ ସେ ଅମୃତ ପାନ କରିଥିଲା ତେଣୁ ତାର ଦୁଇଟି ଅଂଶ ଜୀବିତ ରହିଲେ । ସେହି ଦୁଇଟି ରାକ୍ଷସଙ୍କ ନାମ ହେଉଛି ରାହୁ ଓ କେତୁ । ସେହି ଶିର ରୁ ଶରୀରର ଅଲଗା ହେବା ବେଳେ ଦୁଇ ବୁନ୍ଦା ରକ୍ତ ମାଟି ଉପରେ ପଡି ସେହି ୨ଟିରୁ ପିଆଜ ରସୁଣ ଜାତ ହୋଇଥିଲେ । ତେଣୁ ସେହି ଦୁଇଟି ଆମିଷ ।