ପିଜୁଳି ଖାଇବାର ଅବିଶ୍ଵସନୀୟ ଲାଭ, ଯାଣିକି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ- ଥରେ ଜାଣିଲେ ଆଜିଠୁ ଖାଇବା ଆରମ୍ଭ କରିଦେବେ

ପିଜୁଳି ଖାଇବାକୁ ଯେମିତି ସ୍ଵାଦିଷ୍ଟ ଲାଗିଥାଏ ତା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ହିଁ ଲାଭଦାୟକ ହୋଇଥାଏ । ପିଜୁଳିରେ ବହୁତ ସାରା ଛୋଟ ଛୋଟ ମଞ୍ଜି ରହିଥାଏ । ଆୟର୍ବେଦରେ କୁହାଯାଇଛି କି ପିଜୁଳିର ତାଶିର ବହୁତ ଥଣ୍ଡା ହୋଇଥାଏ । ଯାହା କାରଣରୁ ଇଏ ଆମର ପେଟ ପାଇଁ ବହୁତ ଲାଭଦାୟକ ହୋଇଥାଏ ଓ ତା ସହିତ ପେଟ ସହ ଯୋଡ଼ା କେତେ ରୋଗକୁ ଦୁର କରିବାରେ ସକ୍ଷମ ହୋଇଥାଏ । ତେବେ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କହିବୁ ପିଜୁଳି ଖାଇବାର କଣ ସବୁ କାଭ ଅଛି ସେ ବିଷୟରେ ।

Image Courtesy: Google

1. ଯଦି ନିଜେ ନିଜର ପାଚନକ୍ରିୟାକୁ ସ୍ୱାସ୍ଥ୍ୟ ବନେଇବାକୁ ଚାହାନ୍ତି ତ ତେବେ ନିୟମିତ ଭାବେରେ ପିଜୁଳିକୁ ବୀଟଲୁଣ ସହିତ ମିଶେଇ ଖାଆନ୍ତୁ, ଏଥିରେ ପାଚନ ପ୍ରକ୍ରିୟା ସମସ୍ୟା ଦୂର ହୋଇଯାଏ ।

2. ଛୋଟ ଛୁଆ ପେଟରେ କୁର୍ମିର ସମସ୍ୟା ହୋଇଯାଏ, ଏମିତିରେ କୁର୍ମିର ସମସ୍ୟାକୁ ଦୁର କରିବା ପାଇଁ ପିଜୁଳିକୁ ନିଆରେ ପୋଡ଼ି ସେଥିରେ ଅଳ୍ପ ଲୁଣ ପକାଇ ଛୁଆକୁ ଖୁଆଇଲେ ତା ପେଟରେ ସବୁ କୁର୍ମି ମରିଯାଆନ୍ତି ।

3. ମୁହଁର ଦୁର୍ଗନ୍ଧକୁ ଦୁର କରିବା ପାଇଁ ପିଜୁଳିର କୋମଳ ପତ୍ରକୁ ଚୋବେଇ ଫୋପାଡି ଦିଅନ୍ତୁ । ଏମିତି କରିବା ଦ୍ୱାରା ମୁହଁର ଦୁର୍ଗନ୍ଧ ଦୂର ହୋଇଥାଏ ଓ ତା ସହିତ ଏମିତି କରିବା ଦ୍ୱାରା ଆପଣଙ୍କ ଦାନ୍ତର ବିନ୍ଧାବି କମ୍ ହୋଇଯାଇ ଥାଏ ଏହା ଔଷଧ ଭଳି କାମ କରିଥାଏ ।

Image Courtesy: Google

4. ଆଖିତଳର କଳାଦାଗକୁ ଦୁର କରିବା ପାଇଁ ପିଜୁଳିର ପତ୍ରକୁ ବାଟି ତାହାର ପେଷ୍ଟ ତିଆରି କରି ଆଖି ତଳେ କିଛି ଦିନ ଲଗାନ୍ତୁ ଏବଂ ଏହା କରିବା ଦ୍ୱାରା ଆଖିତଳ କଳା ପଡ଼ିବନି ଆଖି ଜନିତ ସମସ୍ୟାରୁ ଆରମ ମିଳିବ ।

5. ଥଣ୍ଡା ସମସ୍ୟାରୁ ମଧ୍ୟ ପିଜୁଳିର ସେବନ ବହୁତ ଲାଭଦାୟକ ହୋଇଥାଏ ,ନିୟମିତ ରୂପରେ ସକାଳୁ ଖାଲି ପେଟରେ ଗୋଟେ ପାଚିଲା ପିଜୁଳି ଖାଇବା ଦ୍ବାରା ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ ଏବଂ ଏଥିରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ଭାରି ରହିଛି ।

Image Courtesy: Google

ପିଜୁଳି ଖାଇବା ଛୁଆଙ୍କୁ ବହୁତ ପସନ୍ଦ ଥାଏ, ପିଜୁଳି ଏମିତି ଗୋଟେ ଫଳ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ମଧ୍ୟ ହୋଇଥାଏ ଏବଂ ଅଧିକ ଖାଇଲେ ସ୍ୱାସ୍ଥ୍ୟ ଖରାପ ମଧ୍ୟ କରିଥାଏ ପିଜୁଳି ଗଛରେ ବହୁତ ଔଷଧୀୟ ଗୁଣ ହୋଇଥାଏ, ପିଜୁଳି ପତ୍ର ବହୁତ ରୋଗରେ ଔଷଧୀୟ ଗୁଣ କାମ କରିଥାଏ, ପେଟ ସମସ୍ଯା ମଧ୍ୟ ପିଜୁଳି ଦ୍ଵାରା ଦୂର ହୋଇଥାଏ, ପିଜୁଲ ପତ୍ର ପେଟ ଖରାପରେ ବାଟି ପିଳେ ଏହା ପେଟ ସଫା କରିଥାଏ ଏବଂ ଅନ୍ୟ ରୋଗରୁ ବଞ୍ଚାଇଥାଏ ।

Image Courtesy: Google

ବିଦ୍ର:- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *