ପିଲାମାନଙ୍କ ଠାରେ ମୋଟାପଣ କେମିତି ଦୂର କରି ହେବ ? ଦେଖନ୍ତୁ Dr Niharika Dashଙ୍କ ଡାୟେଟ ପ୍ଳାନ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପିଲା ମାନଙ୍କର ଲାଇଫ ଷ୍ଟାଇଲ କିଛି ଅଲଗା ହୋଇଥାଏ । ସେମାନଙ୍କର ଖାଦ୍ୟପେୟ ଠାରୁ ଆରମ୍ଭ କରି ସେମାନଙ୍କର ବ୍ଯକ୍ତିଗତ ଜୀବନୀ ଓ ଖେଳକୁଦ ରେ ବିଭିନ୍ନ ପ୍ରକାରର ସାମଞ୍ଜସ୍ଯ ରହିଥାଏ । ପ୍ରତେକ ପିଲା ମାନଙ୍କ କ୍ଷେତ୍ରରେ କିଛି ନା କିଛି ପାର୍ଥକ୍ଯ ଦେଖାଯାଏ । କିନ୍ତୁ ଆଜିକାଲି ପିଲା ମାନଙ୍କ ଠାରେ ମୋଟାପଣ ଅଧିକ ଦେଖା ଯାଉଛି । ଏହାର କାରଣ ହେଉଛି ପିଲା ମାନେ ଅଧିକ ସମୟ ବସିକି କୌଣସି କାମ କରିବା କାରଣରୁ ସେମାନଙ୍କର ଶାରୀରିକ ଏକ୍ସସାଇଜ ହୋଇପାରୁ ନାହି ।

ଯାହା ଫଳରେ ସେମାନଙ୍କର ଚର୍ବି ବୃଦ୍ଧି ପାଉଛି । ଏହାର ମୁଖ୍ୟତ କାରଣ ହେଉଛି ବର୍ତ୍ତମାନ ସମୟରେ ପିଲା ମାନେ ଅନ ଲାଇନ କ୍ଳାସ କରୁଛନ୍ତି ଯାହା ସେମାନେ ଗୋଟିଏ ଜାଗାରେ ବସି ରହୁଛନ୍ତି । ଅଭିଭାବକ ମାନେ ପିଲା ମାନଙ୍କର ଖାଦ୍ୟପେୟ ଉପରେ ଠିକ ଭାବେ ଧ୍ୟାନ ଦେଉ ନାହାନ୍ତି । ଶାରୀରିକ ଏକ୍ସସାଇଜ ସୁଚାରୁପେ ନ ହେବାରୁ ମୋଟାପଣ ଦେଖା ଯାଉଛି ।

ଏହା ସହ ଅଧିକାଂଶ ତେଲ ଜାତୀୟ ଖାଦ୍ୟ ବା ଜଙ୍କ ଫୁଡ ସେବନ କରିବା ଦ୍ଵାରା ମୋଟାପଣ ହୋଇଥାଏ । ପିଲାଙ୍କୁ ଠିକ ଭାବେ ବୁଝାଇବା ଦାୟିତ୍ଵ ହେଉଛି ଅଭିଭାବକଙ୍କର ଯାହା ଆଜିକାଲିର ଅଭିଭାବକ କରୁ ନାହାନ୍ତି । ଯଦି ଛୋଟ ବୟସରୁ ପିଲାଙ୍କର ଶରୀର ଉପରେ ଧ୍ୟାନ ନ ଦିଆଯାଏ ତେବେ ବଡ ହେବା ପରେ ସେମାନଙ୍କ ଠାରେ ଏକ୍ସଟ୍ରା ଚର୍ବି ଦେଖାଯାଏ । ପିଲା ମାନଙ୍କୁ ସବୁବେଳେ ଛୋଟ ବେଳୁ ଫଳ, ପନିପରିବାର ଆଦି ଖାଇବା ଦେବା ଉଚିତ ।

ଯଦି ପିଲା ବିଟ ଖାଉନାହି ତେବେ ତାହର ପରଠା ବା ଜୁସ କରି ଦେଇ ହେବ । ପ୍ରୋଟିନ, କ୍ୟାଲସିୟମ ଯୁକ୍ତ ଖାଦ୍ୟ ପିଆଲାଙ୍କୁ ଦେବା ଉଚିତ । ପିଲାଙ୍କୁ ମାଣ୍ଡିଆ, ଅଣ୍ଡା, ଦହି, ଛେନା, ମଟର ବା ବୁଟ ସିଝା, ସୋୟାବିନ, ଛୋଲେ, ରାଜମା ତରକାରି ଓ କ୍ଷୀର ସେବନ କରିବାକୁ ଦେବା ଆଉଚିତ । ପିଲାଙ୍କୁ ଯେଉଁ ଫଳ ବା ପରିବା ଖାଇବାକୁ ପସନ୍ଦ କରିଥାନ୍ତି ତାହା ଦେବା ଉଚିତ ।

ପିଲାଙ୍କୁ କୌଣସି ଖେଳରେ ଅଗ୍ରସର କରାଇଲେ ସେମାନଙ୍କର ସାରିକ ଏକ୍ସସାଇଜ ହୋଇପାରିବ ଯାହା ଫଳରେ ମୋଟାପଣ ଦେଖାଯିବ ନାହି । ପିଲାମାନେ ଘରେ ତିଆରି ଖାଦ୍ୟ ଖାଇବା ଉଚିତ । ଯେମିତିକି ଚୂଡା ଚୂଡାଚୂନା, ଚୂଡା କଦଳୀ, ମାଣ୍ଡିଆ ଆଦି ଖାଇବା ଉଚିତ । ଚୂଡା ଉପମା, ଚୂଡା ସଂତୁଳା ପିଲାଙ୍କୁ ଦେବା ଉଚିତ । ଯଦି ପିଲା ଫାଷ୍ଟ ଫୁଡ କରିବାକୁ ଇଚ୍ଛା କରୁଛନ୍ତି ତେବେ ତାହା ଘରେ ମଧ୍ୟ କରି ଦେଇପାରିବେ ।

ଅଧିକ ମିଠା ବା ଚକଲେଟ ପିଲାଙ୍କୁ ଦେବା ଉଚିତ । ଏହା ଦ୍ଵାରା ସେମାନଙ୍କର ଶରୀର ରେ ଖରାପ ପ୍ରଭାବ ପଡିଥାଏ । ଯାହା ଫଳରେ ସେମାନଙ୍କର ଚର୍ବି ବଢିବା କାରଣରୁ ମୋଟାପନ ସମସ୍ୟା ଦେଖା ଯାଇଥାଏ । ତେଣୁ ପିଲାଙ୍କୁ ଯେତେ ସମ୍ଭବ ଘର ଖାଦ୍ୟ ଦେବା ସହ ଖେଳକୁଦ କରାଇବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *