ଘରର କେଉଁ ଦିଗରେ ଟଙ୍କା ରଖିଲେ ଧନ ରୁହେ ନାହିଁ ଏବଂ କେଉଁ ଦିଗରେ ରଖିଲେ ଆପଣ ଖୁବ ଧନ ସଞ୍ଚୟ କରି ପାରିବେ ? ଦେଖନ୍ତୁ Ajira Anuchinta

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜ ଜୀବନରେ ଧନ କମାଇବା ପାଇଁ ନାନା ପ୍ରାକାରର ଉପାୟ ମାନ କରିଥାଏ । କିଛି କ୍ଷେତ୍ର ରେ ବ୍ୟକ୍ତି ସଫଳ ମଧ୍ୟ ହୋଇଥାଏ । କିନ୍ତୁ ଆଉ କିଛି କ୍ଷେତ୍ରରେ ବ୍ୟକ୍ତି ଅସଫଳ ହୋଇଥାଏ । ଏମିତି ବି ଦେଖାଯାଏ କି ବ୍ୟକ୍ତି ଯେତେ ମେହନତ କରି ଟଙ୍କା ରୋଜଗାର କରିଲେ ବି ଧନ ସଞ୍ଚୟ କରିପାରେ ନାହି । ଏହାର ଅନେକ କାରଣ ହୋଇପାରେ । ବାସ୍ତୁ ଦୋଷ ଅନୁଯାୟୀ ମଧ୍ୟ ବ୍ୟକ୍ତି ଏମିତି କିଛି ଭୁଲ କରିଥାଏ ଯାହା ପାଇଁ ତା ପାଖରେ ଟଙ୍କା ଅଯଥାରେ ଖର୍ଚ୍ଚ ହୁଏ ଆଉ ସଞ୍ଚିତ ହୋଇପାରେ ନାହି ।

ଆଜି ଆମେ ଆପଣଙ୍କୁ ଟଙ୍କା ଘରର କେଉଁ ଦିଗରେ ରଖିଲେ ଟଙ୍କା ସଞ୍ଚଯ ହୋଇପାରେ ସେହି ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଘରର ୪ଟି ଦିଗ ରହିଛି ଯଥା ଉତ୍ତର, ପୂର୍ବ, ପଶ୍ଚିମ ଓ ଦକ୍ଷିଣ । ଘରର ଏମିତି ଦିଗରେ ଟଙ୍କା ରଖିଲେ ତାହା ରହିବ ନାହି । ଘରର ୪ଟି କୋଣ ଯଥା ବାୟୁ କୋଣ, ଅଗ୍ନି କୋଣ, ଐଶାନ୍ୟ କୋଣ ଓ ନଇରତ୍ୟ କୋଣ । ସ୍ଥିରତା ସବୁବେଳେ ନଇରତ୍ୟ କୋଣରେ ଓ ଅସ୍ଥିରତା ସବୁବେଳେ ଅଗ୍ନି କୋଣରେ ଥାଏ । ଉତ୍ତର-ପଶ୍ଚିମ କୋଣ ହେଉଛି ଘରର ବାୟୁ କୋଣ ।

ଉତ୍ତର-ପଶ୍ଚିମ କୋନର ଅଧିପତି ହେଉଛନ୍ତି ଚନ୍ଦ୍ରମା ଓ ବୁଧ । ଚନ୍ଦ୍ରମା ଅସ୍ଥିରତା ବହୁତ ଆଣିଥାନ୍ତି, ମନର କାରକ ଓ ବୁଧ ହେଲେ ଶିଶୁ, ରାଜକୁମାର ଅଟନ୍ତି । ଆପଣଙ୍କ ଘରର ବାୟୁ କୋଣରେ ଟଙ୍କା ରଖୁଥିଲେ ଟଙ୍କା କେବେ ବି ରହିବ ନାହି ସ୍ଥାୟୀ ହୋଇ । ଅଯଥାରେ ଟଙ୍କା ଖର୍ଚ୍ଚା ହୋଇଥାଏ । ଘରର ବାୟୁ କୋଣରେ ଯଦି ଆପଣ କ୍ଯାସବ୍ୟାଗ ରଖିଛନ୍ତି ତେବେ ଟଙ୍କା କେବେ ବି ତିଷ୍ଠି ରହିବ ନାହି । ମା ଲକ୍ଷ୍ମୀ ହେଉଛନ୍ତି ଚଞ୍ଚଳା । ମହିଳା ମାନେ ନିଜ ଗହଣା ବା ଆଭୁଷଣ କେବେ ବି ଘରର ବାୟୁ କୋଣରେ ରଖିବା ଉଚିତ ନୁହେଁ ।

ଏପରି ହେଲେ ସୁନା ଯାଇଥିଲେ ଆଉ ଫେରି ପାଇ ପାରିବେ ନାହି । ଘରର କୌଣସି ଜରୁରୀ କାଗଜପତ୍ର ମଧ୍ୟ ବାୟୁ କୋଣରେ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଘରେ ବିକ୍ରି ହେବାର ସମ୍ଭାବନା ବହୁତ ଅଧିକା ରହିଥାଏ । ତେଣୁ ଘରର ନଇରତ୍ୟ କୋଣରେ ଟଙ୍କା, ସୁନା, ଜରୁରୀ କାଗଜପତ୍ର ରଖିବା ଶୁଭ ହୋଇଥାଏ ।

ତେବେ ଆପଣ ମାନେ ଯଦି ଘରର ବାୟୁ କୋଣରେ ଟଙ୍କା ରଖୁଛନ୍ତି ତେବେ ତୁରନ୍ତ ଏହାକୁ ହଟାଇ ଦିଅନ୍ତୁ । ନଚେତ ଆପଣଙ୍କ ପାଖରେ କେବେ ବି ଟଙ୍କା ସ୍ଥାୟୀ ଭାବେ ରହିବା ନାହି । କାରଣ ମା ଲକ୍ଷ୍ମୀ କେବେ ବି ଗୋଟେ ଜାଗାରେ ସ୍ଥାୟୀ ଭାବେ ତିଷ୍ଠି ରୁହନ୍ତି ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *