ପିଲା ମାନଙ୍କର ସ୍ମରଣ ସକ୍ତି ବଢାଇବା ପାଇଁ କଣ କରିବେ ?

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏମିତି କିଛି ଉପାୟ ମାନ ରହିଛି ଯାହାର ପାଳନ କରିଲେ ମଣିଷ ଜୀବନରେ ସୁଖ ଶାନ୍ତି ସମୃଦ୍ଧି ଆସିଥାଏ । ତେବେ ଆଜିର ବିଷୟ ବସ୍ତୁ ଟି ଛୋଟ ପିଲା ମାନଙ୍କ ପାଇଁ ରହିଛି । ଆଜି ଆମେ ଜାଣିବା ପିଲା ଙ୍କର ସ୍ମରଣ ଶକ୍ତି ବଢାଇବା ପାଇଁ କଣ କରିବା ଉଚିତ । ୧- ଯଦି କୌଣସି ବ୍ୟକ୍ତିଙ୍କୁ ବାରମ୍ବାର ରାଗ ଆସୁଛି ବା ଛୋଟ ଛୋଟ କଥାରେ ଅଧିକ କ୍ରୋଧ ଆସୁଛି ତେବେ ଦିନକୁ ଅତି କାମରେ ୫ ଥର ନିଜ ଗୋଡ ଧୁଅନ୍ତୁ । ଦେଖିବେ ଧୀରେ ଧୀରେ କ୍ରୋଧ ଶାନ୍ତ ହୋଇଯିବ ।

୨- ଯଦି ଆପଣ ମନ୍ଦିର ଯାଉଛନ୍ତି ଓ ମନ୍ଦିର ରେ ନିଶ୍ଚୟ ନଡିଆ ଭୋଗ ଲଗାଉ ଥିବେ । କିନ୍ତୁ ଅନେକ ସମୟରେ ଜଣ ଜଣଙ୍କର ନଡିଆ ପଚା ପଡିଥାଏ । ମନ ବୁଝିବା ପାଇଁ ପୂଜକ ମାନେ କହିଥାନ୍ତି ପଚା ନଡିଆ ପଡିଲେ ଭାଗ୍ୟ ଭଲ ହୋଇଥାଏ । କିନ୍ତୁ ପଚା ନଡିଆ ପଡିଲେ ଭଲ ନୁହେଁ । ଯଦି ନଡିଆ ପଚା ପଡେ ତେବେ ଦ୍ଵିତୀୟ ନଡିଆ ଆଣି ବାଡେଇବା ଅପେକ୍ଷା ମୁଣ୍ଡ ରେ ଗୋଟେ ଗୁଆ ଛୁଆଁଇ ଠାକୁର ଙ୍କ ଉପରେ ଚଢାଇ ଦିଅନ୍ତୁ । ଏହା ଦ୍ଵାରା ଦୋଷ କଟିଯାଏ ଓ ଏହାର ପ୍ରତିକାର ମଧ୍ୟ ହୋଇଗଲା । କାରଣ ଗୁଆ ହେଉଛି ଦ୍ଵିତୀୟ ନାରିକେଳ ବା ଗୁଆ କୁ ଦ୍ଵିତୀୟ ନଡିଆ କୁହାଯାଏ ।

୩- ଘରର ବୀମ ତଳେ କେବେ ବି ବସନ୍ତୁ ନାହିଁ । କିମ୍ବା ଖଟ ପକାଇ କେବେ ବି ବୀମ ତଳେ ଶୋଇବା ଉଚିତ ନୁହେଁ । ଏହା କରିଲେ ସୌଭାଗ୍ୟରେ ବାଧା ଆଣିଥାଏ ।

୪- ବାଥରୁମର କବାଟ ସବୁ ବେଳେ ବନ୍ଦ ରଖିବା ଉଚିତ । ଏହା ସହ ଗଡରେଜ ବା ଆଲମାରି ର କବାଟ ବନ୍ଦ କରି ରଖିବା ଉଚିତ ।

୫- ବେସୀ ସମୟ ବସିବା ଦ୍ଵାରା ଯଦି ଗୋଡ ଝିମା ଝିମ ହୋଇ ଯାଉଥାଏ ତେବେ ଡାହାଣ ପଟେ ହେଉଥିଲେ ବାମ ପଟ କାନ ଏବଂ ବାମ ପଟେ ହେଉଥିଲେ ଡାହାଣ ପଟ କାନ ଟାଣି ଧରି ୭ ଥର ଓମ ଉଚ୍ଚାରଣ କରନ୍ତୁ । ଦେଖିବେ ତୁରନ୍ତ ଗୋଡ ଝିମ ଝିମ ହେବା କମିଯିବ ।

୬- ଛୋଟ ପିଲା ମାନଙ୍କୁ ସବୁବେଳେ କଂସା ବାସନରେ ଖାଇବାକୁ ଦେବା ଉଚିତ । କଂସା ବାସନରେ ଖାଇବା ଦ୍ଵାରା ସ୍ମରଣ ଶକ୍ତି ବଢିଥାଏ । ଯେମିତି କି କଂସା ଥାଳି ରେ ଭାତ, କଂସା ଗିନା ରେ ଡାଲି, ଭଜା, ତରକାରୀ, କଂସା ଗ୍ଳାସ ରେ ପାଣି ପିଇବାକୁ ଦିଅନ୍ତୁ । ଏମିତି କରିଲେ ଯେଉଁ ପିଲା ମାନଙ୍କର ପାଠ ମନେ ନ ରହୁଥିବା ନିଶ୍ଚୟ ମନେ ରହିବ ଏବଂ ସ୍ମରଣ ଶକ୍ତି ବୃଦ୍ଧି ପାଇବ । ଏହା ସହ ବ୍ରାମ୍ହି ଶାଗ ପାଠ ପଢୁଥିବା ପିଲାଙ୍କୁ ଖାଇବାକୁ ଦେଲେ ସ୍ମରଣ ଶକ୍ତି ତୀବ୍ର ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *