ବର୍ଷା ପାଣିରେ କେବଳ ଏହାକୁ ମିଶେଇ ଲଗାନ୍ତୁ,ବ୍ରଣ, କଳା ଦାଗ ଦୂର ହେବ,ରକ୍ତ ସଫା ହେବ | Pimples Remedy at Home

ବିଶେଷ କରି ଝିଅ ମାନଙ୍କ ମୁହଁରେ ବ୍ରଣ ହେବା ଏକ ବଡ ସମସ୍ଯା ହୋଇଥାଏ । କାରଣ ମୁହଁ ସୁନ୍ଦର ନ ଲାଗିଲେ ନିଜର ପର୍ଶନାଲିଟି ଉପରେ ପ୍ରଭାବ ପଡିଥାଏ । ଅନେକ ଝିଅ ମାନେ ବ୍ରଣ ଦୂର କରିବା ପାଇଁ ଅନେକ ଉପଚାର କରନ୍ତି ତ ଆଉ କିଛି ମେଡିସନର ସେବନ କରନ୍ତି । କିନ୍ତୁ କିଛି ସୁଫଳ ମିଳେ ନାହି ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପାୟ ନେଇ ଆସିଛୁ ଯାହା ଦ୍ଵାରା ବ୍ରଣ ଦୂର କରାଯାଇ ପାରିବ । ମୁହଁରେ ବ୍ରଣକୁ ଦୂର କରିବା ପାଇଁ କମଳା ଚୋପାର ଭୂମିକା ବହୁତ ଅଧିକ ରହିଥାଏ । କିଛି କମଳା ଚୋପା ଏକ ପାତ୍ର ରେ ନିଅନ୍ତୁ ।

ଏହା ପରେ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ବର୍ଷା ପାଣି ବା ନଦୀ ପାଣି । ଏହା ପରେ କମଳା ଚୋପା କୁ ବର୍ଷା ପାଣି ରେ ମିଶାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଯେମିତି ଫେସପ୍ୟାକ କରାଯାଏ ଠିକ ସେହି ପରି ବହଳିଆ ଭାବେ କମଳା ଚୋପାର ପେଷ୍ଟ କରନ୍ତୁ । ଏହା ପରେ ଏହି ପେଷ୍ଟ କୁ ଆପଣ ନିଜ ମୁହଁ ରେ ହୋଇଥିବା ବ୍ରଣ ଜାଗାରେ ଲଗାନ୍ତୁ । ଏହାକୁ କିଛି ସମୟ ଯାଏଁ ଶୁଖିବାକୁ ଦିଅନ୍ତୁ ।

ଏହା ପରେ ସାଧା ପାଣିରେ ନିଜ ମୁହଁ କୁ ଧୋଇ ଦିଅନ୍ତୁ । ଏହାକୁ ମାତ୍ର ୨୧ ଦିନ ପ୍ରୟୋଗ କରିଲେ ଆପଣଙ୍କ ମୁହଁ ର ବ୍ରଣ ଦାଗ ଧୀରେ ଧୀରେ ଦୂର ହେବାରେ ଲାଗିବ । ଏହା ଛଡା କମଳା ଚୋପା ର ପାଉଡର ପ୍ରସ୍ତୁତ କରି ମୁହଁ ରେ ଲଗାଇଲେ ମୁହଁ ରେ ଥିବା କଳା ଦାଗ ଦୂର ହୋଇଯିବ । ଏହା ଦ୍ଵାରା ଆପଣଙ୍କ ମୁହଁ ବହୁତ ସୁନ୍ଦର ଦିଶିବ । ଏହା ଛଡା ମୁହଁ ରେ ବ୍ରଣ ହେବାର କାରଣ ହେଉଛି ରକ୍ତ ଅପରିଷ୍କାର ହେବା ।

ଏହାକୁ ଦୂର କରିବା ପାଇଁ ଅନ୍ୟ ଏକ ହୋମ ରେମେଡି ରହିଛି ଯାହା ଆମେ ଆଲୋଚନା କରିବାକୁ ଯାଉଛୁ । ଏଥିପାଇଁ ଚିରେଇତା କାଠିର ଆବଶ୍ୟକ ରହିଛି ଯାହା ଖାଇବାକୁ ପିତା ଲାଗେ । ଚିରେଇତା ପାଣି ପ୍ରସ୍ତୁତ କରିବାକୁ ହେଲେ ଦୁଇ ଗ୍ଳାସ ପାଣିରେ ଅଳ୍ପ ମାତ୍ରାରେ ଏହାର କାଠି ପକାନ୍ତୁ । ଏହା ପରେ ପାଣି କୁ ସେତେ ସମୟ ଯାଏଁ ଫୁଟାନ୍ତୁ ଯେଉଁ ଯାଏଁ ପାଣି ଗୋଟେ ଗ୍ଳାସ ଯାଏଁ ନ ହେବ । ଏହା ପରେ ଏହି ପାଣିକୁ ଛାଣି ଦିଅନ୍ତୁ ।

ଏହା ପରେ ଚିରେଇତା ପାଣିରେ କମଳା ରସ ମିଶାନ୍ତୁ ଯାହା ଆମ ଶରୀର ପାଇଁ ହିତକାରକ ହୋଇଥାଏ । ରକ୍ତକୁ ଶୁଦ୍ଧ କରିବା ପାଇଁ ଏହି ଚିରେଇତା ପାଣିର ୨୧ ଦିନ ଯାଏଁ ସେବନ କରନ୍ତୁ । ଏହାକୁ ସକାଳୁ ଖାଲି ପେଟରେ ସେବନ କାରନ୍ତୁ । ଯଦି କମଳା ନ ଥାଏ ତେବେ ରାତିରେ ଶୋଇବା ସମୟରେ କିଛି ଚିରେଇତା କାଠି ପାଣିରେ ପକାଇ ସକାଳେ ସେବନ କରନ୍ତୁ ।

ବନ୍ଧୁଗଣ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *