ପିତାଙ୍କର ଗୋଟେ ଭୁଲ ପାଇଁ ପୁତ୍ରର ଭବିଷ୍ୟତ ହୋଇଥାଏ ନଷ୍ଟ- Chanakya Niti

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ସହିତ ଜଣେ ନୀତିକାର ମଧ୍ୟ ଅଟନ୍ତି । ସେ ତାଙ୍କ ନୀତିଶିକ୍ଷାରେ ମନୁଷ୍ୟ ଜୀବନକୁ ମହତ୍ଵ ବନାଇବା ପାଇଁ ବହୁତ କିଛି ମହତ୍ବପୂର୍ଣ କଥା କହିଛନ୍ତି । ଯେଉଁ ମନୁଷ୍ୟ ଏହି ନୀତିର ପାଳନ ସଠିକ ଭାବରେ କରିଥାଏ ସେ ନିଜ ଜୀବନରେ ବହୁତ ସଫଳ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟ ଗୋଟେ ମହତ୍ବପୂର୍ଣ କଥା କହିଛନ୍ତି । ଯାହା ପ୍ରତ୍ୟକ ବାପାଙ୍କୁ ଧ୍ୟାନ ରଖିବା ଉଚିତ । ଆସନ୍ତୁ ଏବେ ଜାଣିବା ସେହି ମହତ୍ବପୂର୍ଣ କଥାଟି କଣ?

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁ ବାପା ନିଜ ପୁତ୍ରର ଧ୍ୟାନ ନ ରଖେ ସେମାନଙ୍କ ପୁତ୍ର ନଷ୍ଟ ହେଇଯାଏ । ଗୋଟିଏ ଜଙ୍ଗଲ ଭିତରେ ଅନେକ ପ୍ରକାରର ପ୍ରାଣୀ ଏବଂ ଜୀବଜନ୍ତୁ ରୁହନ୍ତି । ଗୋଟେ ପରିବାର ଭଳି ସେଠାରେ ବାସ କରନ୍ତି । ଯଦି ବୃକ୍ଷ ରହିବ ନାହିଁ,ତାକୁ ଜଙ୍ଗଲ କିଏ କହିବ? ଏମିତି ଜଙ୍ଗଲରେ କଣ ପ୍ରାଣୀ ଅଥବା ଜୀବଜନ୍ତୁ ବାସ କରିପାରିବେ କି? ଯଦି କୌଣସି ଜଙ୍ଗଲରେ ଶୁଖିଲା ବୃକ୍ଷ ଥାୟେ ତେବେ ଏହା ସମ୍ପୂର୍ଣ ଜଙ୍ଗଲ ପାଇଁ ଅସୁବିଧାର କାରଣ ହେଇପାରେ । କାରଣ ଶୁଖିଲା ବୃକ୍ଷ ଅଗ୍ନିକୁ ବହୁତ ଶୀଘ୍ର ଧାରଣ କରିଥାଏ ।

ଯଦି କୌଣସି କାରଣ ବସତ ଜଙ୍ଗଲରେ ନିଆଁ ଲାଗିଯାଏ,ତେବେ ସମସ୍ତ ଜଙ୍ଗଲ ପାଇଁ ବିପଦ ଆଣିବା ସଙ୍ଗେ ସଙ୍ଗେ ପ୍ରାଣିଜଗତ ପାଇଁ ମଧ୍ୟ ବିପତିର କାରଣ ହେଇଥାଏ । ଦେଖୁ ଦେଖୁ ଜଙ୍ଗଲଟି ନଷ୍ଟ ହେଇଯାଇଥାଏ । ସେହିଭଳି ନିଜ କୂଳରେ ଦୁଷ୍ଟ କିମ୍ବା ମୂର୍ଖ ବ୍ୟକ୍ତି ଜନ୍ମ ନେଲେ ସମ୍ପୂର୍ଣ କୁଳକୁ ନଷ୍ଟ କରିଦେଇଥାଏ । ଆଚାର୍ଯ୍ୟ ଚାଣକ୍ୟ ପ୍ରଥମରୁ ହିଁ କହିଛନ୍ତି “ଇଶ୍ଵର ମଣିଷ ଜନ୍ମହେବା ପୂର୍ବରୁ ପ୍ରଥମରୁ ଜ୍ଞାନୀ ବନେଇ ପଠାନ୍ତି ନାହିଁ” । “ମନୁଷ୍ୟ ଜ୍ଞାନୀ କିମ୍ବା ମୂର୍ଖ ନିଜ ପାଖରେ ଥିବା ସମାଜରେ ହେଉଥିବା ଗତିବିଧିକୁ ତାକୁ ସେହିଭଳି ବନାଇ ଦେଇଥାଏ” ।

ଏବଂ ଏହାର ପ୍ରଥମ ଦାଇତ୍ଵ ପିତାଙ୍କର ହୋଇଥାଏ । ପିତା ନିଜ ସନ୍ତାନ ଉପରେ ଧ୍ୟାନ ଦେବା ବଦଳରେ ପୁଞ୍ଜି ରୋଜଗାର ଉପରେ ବ୍ୟସ୍ତ ରହିଥାନ୍ତି । ଏବଂ ପିତା ଜଣକ ଚିନ୍ତା କରେ ଯେ ମୁଁ ଅଧିକ ପୁଞ୍ଜି ଅର୍ଜନ କଲେ ମୋ ପୁତ୍ରର ନିଜ ଆଗାମୀ ଭବିଷ୍ୟତ ଅତ୍ୟନ୍ତ ସୁଖରେ ବିତେଇବ । କିନ୍ତୁ ଏଭଳି ଚିନ୍ତାଧାରା ମୂର୍ଖତାର ପରିଚୟ ଦେଇଥାଏ । ନିଜ ପୁତ୍ରକୁ ସଂସ୍କାର ସହିତ ଉତ୍ତମ ଜ୍ଞାନ ଦେବା ଉଚିତ । ଯଦି ନିଜ ପୁତ୍ର କୌଣସି ଖରାପ ଅଭ୍ଯାସ କିମ୍ବା ଖରାପ କର୍ମରେ ଲିପ୍ତ ରହୁଥାଏ, ତେବେ ତାହାକୁ ଉଚ୍ଚିତ ମାର୍ଗରେ ଆଣିବା ପ୍ରତୀଟି ପିତାଙ୍କର କର୍ତ୍ତବ୍ୟ ହୋଇଥାଏ । ପୁତ୍ରଟିକୁ କଠୋର ଭାବରେ ଆଚରଣ ଦେଖାଇ ତାକୁ ଉଚିତ ମାର୍ଗରେ ଆଣିବା ଦରକାର ।

ଏହିପରି ନକଲେ ଆପଣଙ୍କ ପୁତ୍ରହିଁ ଆପଣଙ୍କ କୁଳର ବିନାଶର କାରଣ ହେଇଥାଏ । ଯେପରି ଗୋଟେ ଶୁଖିଲା ବୃକ୍ଷ ସମ୍ପୂର୍ଣ ଜଙ୍ଗଲକୁ ନଷ୍ଟ କରିଥାଏ । କିଛି ପିତା ଏଭଳି ଅଛନ୍ତି ଯେ ନିଜ ପୁତ୍ରର ସମସ୍ତ ଅଳିଅଝଟ ପୁରା କରନ୍ତି । ପୁତ୍ରଟି ଯାହା ମାଗିଲେ ତାଙ୍କୁ ସଙ୍ଗେ ସଙ୍ଗେ ଆଣି ଦେଇଥାନ୍ତି । ଏଭଳି କରିବା ଦ୍ଵାରା ସେହି ପୁତ୍ର ଜଣକ କାହାକୁ ଡରେ ନାହିଁ । କ୍ରମଶ ତାର ଅସଭ୍ୟତ୍ତାର ଏଭଳି ସୀମା ବଢିଯାଏ ଯେ ନିଜ ପିତା ସହିତ ଅନ୍ୟ ବରିଷ୍ଠ ବ୍ୟକ୍ତିଙ୍କର ମଧ୍ୟ ଅପମାନ କରିଥାଏ ।

ସଦାସର୍ବଦା ନିଜ ପୁତ୍ରଟିକୁ ଅଳ୍ପ,ବହୁତ,କମ ର ଅଭ୍ଯାସ କରାଇବା ଆବଶ୍ୟକ,ତାଙ୍କୁ ଉଚିତ ବ୍ୟବହାର ସହିତ ସବୁ ପରିସ୍ଥିତିର ସାମ୍ନା କରିବା ମଧ୍ୟ ଶିଖେଇବା ଆବଶ୍ୟକ । ଉଚିତ ସମୟ ଦେଖି ପୁତ୍ରଟିକୁ ବୁଝାଇବା ସହିତ ଦରକାର ପଡିଲେ କଠୋରତାର ସହିତ ଉଚିତ ଶିକ୍ଷା ଦେବା ଆବଶ୍ୟକ । ଏହିଭଳି କଲେ ଆପଣଙ୍କ ପୁତ୍ର ସଠିକ ମାର୍ଗରେ ଯାଇଥାଏ,ନଚେତ ଆପଣଙ୍କ ପାଇଁ ତାହା ମୁଣ୍ଡ ବ୍ୟଥାର କାରଣ ହୋଇଥାଏ । ଏହି ବିବରଣୀଟି ଭଲ ଲାଗିଲେ ଗୋଟେ ଲାଇକ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *