ଏହି ବର୍ଷ ୧ ସେପ୍ଟେମ୍ବରରୁ ଆରମ୍ଭ ହେଉଛି ପିତୃପକ୍ଷ । ୧୭ ସେପ୍ଟେମ୍ବର ଯାଏଁ ରହିବ । ପିତୃପକ୍ଷରେ ଲୋକମାନେ ପିତୃପୁରୁଷମାନଙ୍କର ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ ଓ ପୂଜା କରନ୍ତି । ପିତୃପକ୍ଷରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ । ଏମିତି କଥା ଅଛି ପିତୃପକ୍ଷରେ ଶୁଭ କାର୍ଯ୍ୟ କଲେ କିଛି ଫଳ ମିଳେ ନାହିଁ । ସେଥିପାଇଁ କୌଣସି ଶୁଭ କାର୍ଯ୍ୟ ୧ ସେପ୍ଟେମ୍ବରରେ କରନ୍ତୁ ନାହିଁ । ପିତୃପକ୍ଷରେ ପିତୃପୁରୁଷମାନଙ୍କର ପୂଜା କରାଯାଏ ଓ ସେମାନଙ୍କ ପାଇଁ ପିଣ୍ଡଦାନ,ତର୍ପଣ,ଜଜ୍ଞ, ଅନ୍ନ ଦାନ କଲେ ପିତୃ ଦୋଷ ଦୂର ହୋଇଯାଏ ।
ଯେଉଁମାନଙ୍କର କୁଣ୍ଡଳୀରେ ଦୋଷ ଅଛି ସେମାନେ ପିତୃପୁରୁଷଙ୍କ ପୂଜା କରିବା ଆବଶ୍ୟକ । ଆଶ୍ଵିନମାସ କୃଷ୍ଣ ପକ୍ଷ ୧୫ ଦିନକୁ ପିତୃପକ୍ଷ କୁହାଯାଏ । ଏହି ଦିନରେ ପିତୃ ପୂଜା କରାଯାଏ । ନିଜ ପିତୃଙ୍କ ମୃତ୍ୟୁ ତାରିଖକୁ ରଖି ଶ୍ରାଦ୍ଧ କରାଯାଏ ।

ଏହି ମନ୍ତ୍ରର ଜପ କରନ୍ତୁ
ଶ୍ରାଦ୍ଧରେ ପିତୃ ପୂଜା କରାଯାଏ ଓ ବ୍ରାହ୍ମଣଙ୍କୁ ଭୋଜନ ଦିଆଯାଏ । ପଣ୍ଡିତମାନଙ୍କ ଦ୍ଵାରା ଶ୍ରାଦ୍ଧ ପୂଜା କରାଯାଏ । ଯଦି ଆପଣ କରୋନ ଭାଇରସ କାରଣରୁ ନିଜେ ପୂଜା କରିବାକୁ ଚାହାନ୍ତି, ତେବେ ପୂଜା ସମୟରେ ଏହି ସବୁ ମନ୍ତ୍ର ଜପ କରନ୍ତୁ । ଏହି ମନ୍ତ୍ର ଜପ କଲେ ପିତୃମାନେ ପ୍ରସର୍ଣ୍ଣ ହୋଇଯାନ୍ତି ।
୧. ପୂଜା କରିବା ସମୟରେ ଏହି ମନ୍ତ୍ର ୨୧ ଥର ଜପ କରନ୍ତୁ ଓଁ କୁଳଦେବତାୟେ ନମଃ
୨. ପୂଜା କରିବା ସମୟରେ ୨୧ ଥର ଜପ କରନ୍ତୁ ଓଁ କୁଳଦେବ୍ୟେ ନମଃ
୩. ପୂଜା କରିବା ସମୟରେ ୨୧ ଥର ଜପ କରନ୍ତୁ ଓଁ ନାଗଦେବତାୟେ ନମଃ
୪. ପୂଜା କରିବା ସମୟରେ ୧୦୮ ଥର ଜପ କରନ୍ତୁ ଓଁ ପିତ୍ରୁ ଦେବତାୟେ ନମଃ

ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ ପୂଜା ସାରିବା ପରେ । ପ୍ରଥମେ ବ୍ରାହ୍ମଣଙ୍କୁ ବସେଇ ତାଙ୍କର ପଦ ଧୋଇ ଦିଅନ୍ତୁ । ତାଙ୍କୁ ଏହା ପରେ ଭୋଜନ କରାନ୍ତୁ । ସେମାନେ ଭୋଜନ କଳା ପରେ ଦକ୍ଷିଣା ଓ ବସ୍ତ୍ର ଦାନ କରନ୍ତୁ । ଗାଇଙ୍କୁ ପୂଜା କରନ୍ତୁ ଓ ଖାଇବା ଦିଅନ୍ତୁ ।
ପିତୃପକ୍ଷର ତାରିଖ
୧ ସେପ୍ଟେମ୍ବର ୨୦୨୦ – ପ୍ରଥମ ଶ୍ରାଦ୍ଧ (ପୂର୍ଣ୍ଣିମା ଶ୍ରାଦ୍ଧ)
୨ ସେପ୍ଟେମ୍ବର – ଦ୍ଵିତୀୟ ଶ୍ରାଦ୍ଧ
୩ ସେପ୍ଟେମ୍ବର – ତୃତୀୟ ଶ୍ରାଦ୍ଧ
୪ ସେପ୍ଟେମ୍ବର – ଚତୁର୍ଥ ଶ୍ରାଦ୍ଧ
୫ ସେପ୍ଟେମ୍ବର – ପଞ୍ଚମ ଶ୍ରାଦ୍ଧ
୬ ସେପ୍ଟେମ୍ବର – ଷଷ୍ଠ ଶ୍ରାଦ୍ଧ
୭ ସେପ୍ଟେମ୍ବର – ସପ୍ତମ ଶ୍ରାଦ୍ଧ
୮ ସେପ୍ଟେମ୍ବର – ଅଷ୍ଟମ ଶ୍ରାଦ୍ଧ
୯ ସେପ୍ଟେମ୍ବର – ନବମ ଶ୍ରାଦ୍ଧ
୧୦ ସେପ୍ଟେମ୍ବର –ଦଶମ ଶ୍ରାଦ୍ଧ
୧୧ ସେପ୍ଟେମ୍ବର- ଏକାଦଶ ଶ୍ରାଦ୍ଧ
୧୨ ସେପ୍ଟେମ୍ବର- ଦ୍ଵାଦଶ ଶ୍ରାଦ୍ଧ
୧୩ ସେପ୍ଟେମ୍ବର- ତ୍ରୟୋଦଶ ଶ୍ରାଦ୍ଧ
୧୪ ସେପ୍ଟେମ୍ବର- ଚତୁର୍ଦଶ ଶ୍ରାଦ୍ଧ
୧୫ ସେପ୍ଟେମ୍ବର-ପଞ୍ଚଦଶ ଶ୍ରାଦ୍ଧ
୧୬ ସେପ୍ଟେମ୍ବର- ଷଷ୍ଠଦଶ ଶ୍ରାଦ୍ଧ
୧୭ ସେପ୍ଟେମ୍ବର- ସପ୍ତଦଶ ଶ୍ରାଦ୍ଧ (ସର୍ବପିତୃ ଅମାବାସ୍ୟା) । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।