କାନରେ ହେଉଥିଲେ ଯନ୍ତ୍ରଣା, ଅଦା ଓ ରସୁଣର କରନ୍ତୁ ଏହି ଉପାୟ, ତୁରନ୍ତ ମିଳିବ ଆରମ

କାନ ଦରଜ ହେଲେ ଖାଇବା ଓ ଶୋଇବାରେ ବହୁତ ଅସୁବିଧା ହୁଏ । କେତେ ଥର ଏହି ଦରଜ ମୁଣ୍ଡ ପର୍ଯ୍ୟନ୍ତ ପହାଞ୍ଚିଯାଏ । କାନ ଦରଜ ହେଲେ ଶୀଘ୍ର ଚିକିତ୍ସା କରିବା ଦରକାର । ଏହି ସମସ୍ୟାର ଠିକ ସମୟରେ ଚିକିତ୍ସା ନକଲେ କାନ ଦରଜ ବଢିଯାଏ, କାନରୁ ରକ୍ତ ମଧ୍ୟ ବାହାରେ । ତେବେ ଯଦି ଆପଣଙ୍କ କାନ ଦରଜ ଅଛି ତା ହେଲେ ତଳେ ଦିଆଯାଇଥିବା ଘରୋଇ ଉପାୟକୁ ବ୍ୟବହାର କରନ୍ତୁ, ସେଥିରେ ଆରମ ମିଳିବ ।

ରସୁଣ କାନ ଦରଜର ଘରୋଇ ଉପଚାର

ରସୁଣରେ ଆଣ୍ଟୀବ୍ଯାକ୍ଟେରିଆ ଗୁଣ ରହିଛି,ସିଏ ସଂକ୍ରମଣର ଚିକିତ୍ସା କରିବାରେ ସାହାଯ୍ୟ କରେ । କାନ ଦରଜ ହେଲେ ରସୁଣ ବ୍ୟବହାର କରିବା ଉଚିତ । ରସୁଣକୁ ଖାଇଲେ ଦରଜରୁ ଆଡ଼ାମ ମିଳେ । କାନରେ ରସୁଣର ରସ ପକେଇପାରିବେ । ରସୁଣର ରସ ବାହାର କରିବାପାଇଁ ଏହାକୁ ବାଟିଦିଅନ୍ତୁ ଓ ସେହି ରସକୁ ତୁଳା ସାହାଯ୍ୟରେ କାନରେ ଢାଳନ୍ତୁ । ଏହାକୁ ତେଲରେ ମଧ୍ୟ ମିଶେଇ ଲଗେଇପାରିବେ ।

ସୋରିଷ ତେଲ

ସୋରିଷ ତେଲ ସାହାଯ୍ୟରେ କାନ ଦରଜ ଦୂର ହୁଏ । କାନ ଦରଜ ହେଲେ ସୋରିଷ ତେଲ ଗରମ କରି ତା ଭିତରେ ରସୁଣର ଗୋଟେ ପାଖୁଡା ପକେଇ ବ୍ୟବହାର କରନ୍ତୁ । ଏହିତେଲକୁ ଥଣ୍ଡା କରନ୍ତୁ,ଏହା ପରେ ତୁଳା ସାହାଯ୍ୟରେ କାନରେ ଢାଳନ୍ତୁ । ଦିନରେ ତିନିଥର ଏହାକୁ କରନ୍ତୁ । କାନ ଦରଜ ଭଲ ହୋଇଯିବ ।

ଅଦା

ଅଦା କାନ ଦରଜ ଦୂର କରିବାରେ ସାହାଯ୍ୟ କରେ । ଅଦା ଭିତରେ ଅଣ୍ଟୀଈମ୍ଫ୍ଳେମେଟରି ରହିଛି । ଦରଜ ଦୂର କରିବାରେ ସାହାଯ୍ୟ କରେ । କାନରେ ଦରଜ ହେଲେ ଅଦାକୁ ଛୋଟ ଛୋଟ କାଟି ସୋରିଷ ତେଲ ଗରମ କରି ତା ଭିତରେ ଅଦା ପକାନ୍ତୁ । ତେଲ ଗରମ ହେଲା ପରେ ତୁଳା ସାହାଯ୍ୟରେ କାନରେ ଢାଳନ୍ତୁ ଓ କାନ ଉପରେ ତୁଳାକୁ ରଖନ୍ତୁ ।

ଆଇସ ପ୍ୟାକ

ଆଇସ ପ୍ୟାକକୁ ଦରଜ ଜାଗାରେ ରଖନ୍ତୁ । ଇଏମଆଇଟିଆଇ କଲେ କାନ ଦରଜ ଦୂର ହୁଏ । ଆପଣ ଗରମ ପ୍ୟାଡ ମଧ୍ୟ ଦେଇପାରିବେ । ଯଦି ଆପଣଙ୍କ ପାଖରେ ଗରମ ପ୍ୟାଡ ନାହିଁ ତାହେଲେ କପଡାକୁ ଗରମ କରି କାନ ଉପରେ ରଖିପାରିବେ । ଆଇସ ପ୍ୟାକ ନଥିଲେ ବରଫକୁ କପଡାରେ ରଖି ବାନ୍ଧି କାନ ଉପରେ ରଖିପାରିବେ । ୧୦ ମିନିଟରେ ଆପଣଙ୍କୁ ଆରାମ ମିଳିବ । ଏହି ପ୍ରକ୍ରିୟା ଦିନକୁ ୪ ଥର କରନ୍ତୁ ।

ତୁଳାରେ କାନ ସଫା କରନ୍ତୁ

କାନ ସଫା ନକଲେ କାନ ଦରଜ ହୁଏ । ସେଥିପାଇଁ କଟନ ତୁଳାରେ ସଫା କରନ୍ତୁ । ଯଦି ଦରଜ ଥୀବଦୂର ହୋଇଯାଏ । ଏହିସବୁ ଉପାୟରେ ଦରଜ ଦୂର ନହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *