ବିବାହ ପରେ ପ୍ରଥମ ଶିବରାତ୍ରୀ ନିଜ ସ୍ବାମୀଙ୍କ ସହ କେମିତି ପାଳିଲେ Gungun ଦେଖନ୍ତୁ

ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଓଡିଶା ତଥା ଓଡିଶା ବାହାର ଲୋକେ ଖୁବ ପସନ୍ଦ କରିଥାନ୍ତି । ଓଡିଆ ସିନେମା ଜଗତରେ କବରଦସ୍ତ ଅଭିନୟ କରି କଳାକାର ମାନେ ବେଶ ଚର୍ଚ୍ଚା ରେ ମଧ୍ୟ ରହିଛନ୍ତି । ଏହା ସହ ସେମାନେ ନିଜର ବ୍ୟକ୍ତିଗତ ଜୀବନୀ ଓ ଦାଂପତ୍ଯ ଜୀବନୀ କୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଗୁନଗୁନ କିପରି ନିଜ ସ୍ବାମୀଙ୍କ ସହ ଜାଗର ବ୍ରତ ପାଳନ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କାଲି ପବିତ୍ର ମହାଶିବରାତ୍ରି ଥିଲା । ଏହି ଦିନ ମହାଦେବଙ୍କର ପୂଜା ପାଠ ବେଶ ଜାକଜକମରେ ପ୍ରତେକ ମନ୍ଦିର ମାନଙ୍କରେ କରାଯାଏ । ଏହି ଦିନ ଶିବ ମନ୍ଦିରରେ ଅଧିକ ଜନ ଗହଳି ମଧ୍ୟ ଦେଖିବାକୁ ମିଳିଥାଏ । ଜାଗର ଦିନ ପ୍ରତେକ ବ୍ୟକ୍ତି ବ୍ରତ କରି ମହାଦେବଙ୍କର ପୂଜା ଭକ୍ତିର ସହ କରିଥାନ୍ତି ।

ତେବେ ଆମ ଓଡିଆ ଜଗତର ଅଭିନେତ୍ରୀ ଗୁନଗୁନ ବିବାହ ପରେ ପ୍ରଥମ ଥର ପାଇଁ ତାଙ୍କ ସ୍ଵାମୀ ଙ୍କ ସହ ଜାଗର ଓଷା କରିବାର ନଜର ଆସିଛନ୍ତି । ଏହି ଦିନ କେହି କେହି ମହାଦେବଙ୍କର ରୁଦ୍ରାଭିଷେକ କରିଥାନ୍ତି ତ ଆଉ କେହି ଶିବଲିଙ୍ଗ ରେ ପାଣି ଢାଳିଥାନ୍ତି ।

ତେବେ ଏହି ମହତ କାମ କରିବାରେ ଓଡିଆ କଳାକାର ମାନେ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଅଭିନେତ୍ରୀ ଗୁନଗୁନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ବିବାହ ପରେ ପ୍ରଥମ ଥର ଗୁନଗୁନ ଶିବ ମନ୍ଦିର ଯାଇ ଜାଗର ଓଷା କରି ଶିବଲିଙ୍ଗ ରେ ରୁଦ୍ରାଭିଷେକ ନିଜ ସ୍ଵାମୀ ଓ ଭାଇ ଙ୍କ ସହ କରିଛନ୍ତି ।

ସାଙ୍ଗରେ ତାଙ୍କ ସହ ତାଙ୍କର ଶାଶୁ ମଧ୍ୟ ନଜର ଆସିଛନ୍ତି । ଗୁନଗୁନ ଓଡିଆ ସିନେମା ଜଗତରେ ବେସ ଜଣାଶୁଣା ନାଁ ଭାବେ ପରିଚିତ ଅଟନ୍ତି । ସେ ଅନେକ ରିୟାଲିଟି ସୋ ରେ ଆଙ୍କରିଙ୍ଗ କରିବା ସହ ଅନେକ ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ମଧ୍ୟ ବେସ ପସନ୍ଦ କରିଥିଲେ ।

ସେ ବିବାହ ପରେ ପ୍ରଥମ ଥର ପାଇଁ ସ୍ଵାମୀଙ୍କ ସହ ଉଜାଗର ରହି ଜାଗର ଓଷା କରିଛନ୍ତି । ଦୁଇ ନବ ଦମ୍ପତି ନିଷ୍ଠାର ସହ ମହାଦେବଙ୍କର ପୂଜା ଆରାଧନା କରିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ଦୁହେଁ ନିଜର ଦାଂପତ୍ଯ ଜୀବନକୁ ନେଇ ବେସ ଖୁସି ଥିବାର ମଧ୍ୟ ଜଣା ପଡ଼ୁଛନ୍ତି ।

ବନ୍ଧୁଗଣ ଆପଣ ଅମାନଙ୍କୁ ଗୁନଗୁନ ଓ ତାଙ୍କ ସ୍ଵାମୀଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *