ପ୍ରଥମେ କାହାକୁ ପୂଜା କରିବେ ? ବୃନ୍ଦାବତୀ ଙ୍କୁ ନା ଘରର ଠାକୁର ଙ୍କୁ ? କଣନ୍ତୁ ପୂଜା କରିବାର ନିୟମ

ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ଠାକୁର ପୂଜା କରୁଥିବେ ଆଉ ତୁଳସୀ ପୂଜା ମଧ୍ୟ କରୁଥିବେ । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ପ୍ରଥମେ ତୁଳସୀ ପୂଜା କରାଯାଏ ନ ଠାକୁର ଙ୍କ ପୂଜା କରାଯାଏ ଯାହା ଆଜିର ଆମର ବିଷୟ ବସ୍ତୁ ରହିଛି । ଘରେ ଯେଉଁ ମୂର୍ତ୍ତି ବା ଫୋଟୋ ଆମେ ରଖୁଛେ ତାଙ୍କୁ ପୂଜା କରି ସାରିବା ପରେ ବୃନ୍ଦାବତୀ ଙ୍କୁ ପୂଜା କରିବା ନା ଆଗ ବୃନ୍ଦାବତୀ ଙ୍କୁ ପୂଜା କରିବା ପରେ ଠାକୁର ଙ୍କୁ ପୂଜା କରିବା ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ବୃନ୍ଦାବତୀଙ୍କୁ ସିନ୍ଦୁର ଲାଗି କରି ହେବ କି ନାହି ତାହା ମଧ୍ୟ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଆଜିର ଆମର ବିଷୟ ବସ୍ତୁ ଯାହା ରହିଛି ତାହା ଶ୍ରୀମଦ ଦେବୀ ଭଗବତ ଗୀତା ନବମ ସ୍କନ୍ଧ ର ୨୫ ଅଧ୍ୟାୟର କଥା । ଅଧ୍ୟାୟ ଅନୁଯାୟୀ ମାତା ତୁଳସୀ ଓ ମାତା ବୃନ୍ଦାବତୀଙ୍କ ମଧ୍ୟରେ ଦ୍ଵନ୍ଦ ଲାଗିଥିଲା ଭଗବାନ ଶ୍ରୀହରି ତୁଳସୀଙ୍କୁ ଲକ୍ଷ୍ମୀଙ୍କ ସମକକ୍ଷ ସୌଭାଗ୍ୟବତୀ କରିଥିଲେ । ଏହି କାରଣରୁ ଆଟ ସରସ୍ଵତୀ ତୁଳସୀଙ୍କୁ ସହ୍ୟ ନ କରିପାରି ତାଙ୍କ ସହ ଦ୍ଵନ୍ଦ କରିଲେ ।

ଦ୍ଵନ୍ଦ ଏତେ ତୀବ୍ର ରୂପ ନେଲା ମାତା ତୁଳସୀ ବିଷ୍ଣୁ ପୁରରୁ ଅନ୍ତର୍ଧ୍ଯାନ ହୋଇଗଲେ । ଯେବେ ଭଗବାନ ବିଶୁଣୁ ଆସି ତୁଳସୀଙ୍କୁ ପାଇଲେ ନାହି ସେତେବେଳେ ପ୍ରଭୁ ତୁଳସୀ ବନରେ ପହଞ୍ଚିଲେ । ତୁଳସୀ ବନରେ ପହଞ୍ଚିବା ପରେ ବିଶେଷ ସ୍ତୁଷ୍ଟି କରି ଦଶାକ୍ଷର ମନ୍ତ୍ରରେ ତୁଳସୀଙ୍କୁ ପୂଜନ କରିଲେ ମାତା ତୁଳସୀ ଆବିର୍ଭାବ ହେଲେ ।

ଦେବୀ ଭଗବତରେ କୁହାଯାଇଛି ଯେଉଁ ବ୍ୟକ୍ତି ବିଶେଷ ମାତା ତୁଳସୀଙ୍କୁ ଏହି ଦଶାକ୍ଷର ମନ୍ତ୍ର ରେ ପୂଜା କରନ୍ତି ସେ ସବୁ ସିଦ୍ଧି କୁ ପ୍ରାପତ କରନ୍ତି । ତେବେ ସେହି ଦଶାକ୍ଷର ମନ୍ତ୍ର ହେଉଛି ଶ୍ରୀଇଙ୍ଗ, ହ୍ରୀଙ୍ଗ, କ୍ଲିଙ୍ଗ, ହୟେ, ବୃନ୍ଦାବନେ ସ୍ଵାହା ଏହା ହେଉଛି ମାତା ତୁଳସୀଙ୍କର ଦଶାକ୍ଷର ମନ୍ତ୍ର । ଏହି ମନର ହେଉଛି ବହୁତ ଶକ୍ତିଶାଳୀ । ଆପଣ ଏମାନେ ବି ମାତା ତୁଳସୀ ଙ୍କୁ ପୂଜା କରିବା ସମୟରେ ଏହି ମନ୍ତ୍ର କହି ପାରିବେ ।

ଦେବୀ ଭଗବତରେ ପ୍ରମାଣ ଅଛି ମାତା ତୁଳସୀଙ୍କୁ ଜଳ ଲାଗି ପରେ ଯେଉଁ ବ୍ୟକ୍ତି ବିଶେଷ ଘୃତର ଦୀପ, ଧୂପ, ସିନ୍ଦୁର, ଚନ୍ଦନ, ନୈବେଦ୍ୟ ଓ ପୁଷ୍ପ ଅର୍ପଣ କରନ୍ତି ସେହି ବ୍ୟକ୍ତି କୋଟି ଜନ୍ମର ପୂଣ୍ୟ ପ୍ରାପ୍ତ କରିଥାନ୍ତି । ଭଗବାନ ବିଶୁଣୁ ଯେବେ ମାତା ତୁଳସୀଙ୍କୁ ଦଶାକ୍ଷର ମନ୍ତ୍ର ରେ ପୂଜା କରିଲେ ଆଉ ତୁଳସୀ ମାତା ଆବିର୍ଭାବ ହେଲେ ସେ ଶ୍ରୀହରିଙ୍କ ଶରଣରେ ପଶିଲେ ଯାହା ଭଗବତରେ କୁହାଯାଇଛି ।

ସେହି ସମୟରେ ଭଗବ ଶ୍ରୀହରି ମାତା ତୁଳସୀଙ୍କୁ ବରଦାନ ଦେଇଥିଲେ ମୋତେ ପୂଜା କରିବା ପୂର୍ବରୁ ତୁମେ ପୂଜା ପାଇବ । ଭଗବାନ ବିଶୁଣୁ ମାତା ତୁଳସୀଙ୍କୁ ମସ୍ତକ ଓ ବକ୍ଷରେ ଧାରଣା କରିବାର ବରଦାନ ଦେଲେ । ଭଗବାନ ଗଣେଶଙ୍କ ଛଡା ସବୁ ଦେବାଦେବୀ ମାତା ତୁଳସୀଙ୍କୁ ମସ୍ତକରେ ଧାରଣା କରିବେ । ତେଣୁ ମାତା ତୁଳସୀଙ୍କୁ ଆଗ ପୂଜା କରିବା ପରେ ଠାକୁରଙ୍କୁ ପୂଜା କରିବା ଉଚିତ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବାକୁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *