ପ୍ରଭୁ ହନୁମାନଙ୍କ ବିଶେଷ କୃପା ଲାଭ କରିବାକୁ ହେଲେ, କରନ୍ତୁ ଏହି ସବୁ କାମ – ନିଶ୍ଚୟ ଲାଭ କରିବେ ବିଶେଷ କୃପା

ହିନ୍ଦୁ ଧର୍ମରେ ୩୩ କୋଟି ଦେବା ଦେବୀ ପୂଜା ପାଆନ୍ତି । କିନ୍ତୁ ସବୁ ଦେବଦେବୀଙ୍କର ପୂଜାରୀତି ଅଲଗା ଅଲଗା । ରାମଭକ୍ତ ଭାବରେ ପରିଚିତ ମରୁତି ନନ୍ଦନ ହନୁମାନ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁର । ତାଙ୍କୁ ପ୍ରସନ୍ନ କରିବା ଦ୍ୱାରା ସେ ଭକ୍ତମାନଙ୍କ ର ସକଳ ଇଛା କୁ ସେ ପୂରଣ କରିଥାନ୍ତି । ପ୍ରଭୁ ଶ୍ରୀ ହନୁମାନଙ୍କୁ ପ୍ରସନ୍ନ କରିବାର ଅନେକ ଉପାୟ ରହିଛି ହେଲେ ଆମେ ଆପଣଙ୍କୁ ଆଜି କହିବୁ କିଛି ଏମିତି ଉପାୟ ଯାହା ଦ୍ୱାରା ଆପଣ ତାଙ୍କର ଖୁବ ଶୀଘ୍ର ବିଶେଷ କୃପା ଲାଭ କରିପାରିବେ ।

୧-ନାରଙ୍ଗୀ ସିନ୍ଦୁର-

ନାରଙ୍ଗୀ ସିନ୍ଦୁର ପ୍ରଭୁଙ୍କର ଅତି ପ୍ରିୟ ଏହା ତାଙ୍କୁ ଖୁବ ପସନ୍ଦ। ଏହା ଲାଗି କରିବା ଦ୍ୱାରା ପ୍ରଭୁ ପ୍ରସନ୍ନ ହୁଅନ୍ତି।

୨- ଲଡୁ କଦଳୀ ଭୋଗ –

ହନୁମାନ ଲଡୁ ଏବଂ କଦଳୀ ଭୋଗ କୁ ବହୁତ ପସନ୍ଦ କରିଥାନ୍ତି, ତେଣୁ ଯଦି ଆପଣ ଭଗଲାଗି କରିବାକୁ ମନ୍ଦିର ଯାଉଛନ୍ତି ତେବେ ଏହି ଭୋଗ ଲାଗି କରନ୍ତୁ ।

୩- ବାନା-

ଲାଲ ବାନା ହନୁମାନ ମନ୍ଦିରରେ ଚଢାଇବା ଶୁଭ ମାନନ୍ତି ।ଏହି ବାନା ଟି ଲାଲ ଏବଂ ତ୍ରିକୋଣ ଏବଂ ଲାଲ ରଙ୍ଗର ହେବା ସହ ଏଥିରେ ରାମ ଲେଖାଥିବା ଆବଶ୍ୟକ।

୪- ତୁଳସୀ ମାଳ-

ହନୁମାନ ତୁଳସୀମାଳ ଚଢାଇବା ଦ୍ୱାରା ତୃପ୍ତ ହୋଇଥାନ୍ତି । ଏହାଦ୍ୱାରା ଆପଣ ତାଙ୍କର ଅପାର କୃପା ଲାଭ କରିପାରିବେ।

୫- ଚମ୍ପା ତେଲ –

ହନୁମାନଙ୍କ ଠାରେ ଚମ୍ପା ତେଲ ଲାଗି କରିବାର ପରମ୍ପରା ରହିଛି। ସେ ଚମ୍ପା ତେଲ ର ବାସ୍ନା କୁ ବହୁତ ଭଲପାଆନ୍ତି ଏବଂ ଏହା ଦ୍ୱାରା ଭକ୍ତଙ୍କର ମନ ଏକାଗ୍ର ରହିଥାଏ।

୬- ରାମ ନାମର ଉଚାରଣ –

ହନୁମାନଙ୍କୁ ପ୍ରଣାମ କରିବା ବେଳେ ଜୟ ଶ୍ରୀ ରାମ ବୋଲି ଥରେ ନିଶ୍ଚୟ କୁହନ୍ତୁ। ସେ ରାମ ଭକ୍ତ ହୋଇଥିବାରୁ ଏହା ତାଙ୍କୁ ଆନନ୍ଦିତ କରିଥାଏ ଫଳରେ ଆପଣଙ୍କ ଉପରେ ସେ ଖୁସି ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *