କଣ ପୁଅ ରୁଦ୍ରକୁ ଟିକେଟ ମିଳିବା କାରଣରୁ ଅସନ୍ତୁଷ୍ଟ ଅଛନ୍ତି ମା’ Pratibha Maharathi ? ଜାଣନ୍ତୁ କଣ ଅଛି ଏହା ପଛର ରହସ୍ୟ

ପୁଅ ରୁଦ୍ରଙ୍କୁ ଟିକେଟ ମିଳିବାରୁ ମହାରଥୀ ପରିବାରରେ ଆସିପାରୁନି କି ସହମତି । ଟିକେଟ ନପାଇ ମନ ଊଣା କରିଛନ୍ତିକି ମା ପ୍ରତିଭା ମହାରଥୀ । ପୁଅକୁ ଜ୍ୟୋଧା କରାଯିବାରୁ ଦଳ ଉପରେ ମାନ କରିଛନ୍ତିକି ମା ? ଏବେ ଚର୍ଚା ଏଇଆ ହିଁ ହେଉଛି । ଆଉ ଏହି ଚରଚକୁ ବଳ ଦେଉଛି ପ୍ରତିଭାଙ୍କୁ ବିଜେଡ଼ିର ମାନ ଭଞ୍ଜନ ପ୍ରୟାସ । ପାର୍ଥୀ ଭାବେ ରୁଦ୍ରଙ୍କ ନାମରେ ମୋହରବାଜିବା ପରେ ମା  ପ୍ରତିଭାଙ୍କୁ ଭେଟିବାକୁ ବିଜେଡ଼ିର ଗୋଟେ ଟିମ ପ୍ରଦୀପଙ୍କ ସରକାରୀ ଭାଷା ଭବନକୁ ଯାଇଥିବାର ଦେଖା ଯାଇଛି । ଶେଠୀ ତାଙ୍କ ବସ ଭବନରେ ଦେଖା ନହୋଇ ଥିବାରୁ ସହିଦ ନାଗରରେ ତାଙ୍କୁ ଭେଟି ଆଲୋଚନା କରିଥିଲା ଆଉ ମନେଇବାକୁ ଉଦ୍ୟମ କରିଥିଲା ।


ଯାହାକୁ ପରୋକ୍ଷରେ ଦଳୀୟ ନେତା ମଧ୍ୟ ସ୍ଵୀକାର କରିଛନ୍ତି । ତେବେ ଗଣମାଧ୍ୟମର ତାମାମ ପ୍ରୟାସ ସତ୍ବେ ଏହି ନେଇ ପ୍ରତିଭା ମୁହଁ ଖୋଲି ନଥିଲା ବେଳେ ଝିଅ ପଲ୍ଲବୀ ଓ ଜ୍ଵାଇଁ ଅର୍ଦ୍ଧେନ୍ଦୁ ଓଡିଶା ରୋପୋଟରଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ସେମିତି କିଛି ନହିଁ, ଆଉ ଏହି ସମୟରେ ଲୋକ ଏମିତି ଚର୍ଚା କରିବା ଠିକ ନୁହେଁ  ବୋଲି ତାଙ୍କର ଝିଅ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କର ଜ୍ଵାଇଁ ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି ସେମିତି କିଛି ନହିଁ । ଆମ ପରିବାରକୁ ଗୋଟେ ଟିକେଟ ଦେଇଥିବାରୁ ଆମେ ବହୁତ ଖୁସି ଅନୁଭବ  କରୁଛି । ଆଉ ଆମେ ସମସ୍ତେ ଖୁସି ଅଛୁ ।


ଏପଟେ ବିଜେଡି ପିଜେପି ପାର୍ଥୀ ଘୋଷଣା ପରେ ପିପିଲି ଦାଖଲ ପାଇଁ ଜୋର ଧରିଛି ରାଜନୈତିକ କରମକସା । ନାମାଙ୍କନ ପତ୍ର ଦାଖଲ କରିବା ପରେ ବିଜେପି ପାର୍ଥୀ ଆଶ୍ରୀତ ପଟନାୟକ ଫୁଲ ଦମରେ ଗଗ୍ରାଉଣ୍ଡ ୱର୍କରେ ଲାଗି ପଡିଛନ୍ତି ଓ ନିଜ ବାସ ଭବନରେ ଦଳୀୟ କର୍ମୀଙ୍କ ସହ ନିଜ ବାସ ଭବନରେ ରଣ ନୀତି ପ୍ରସ୍ତୁତି କରିଛନ୍ତି । ବିଜେଡି ମଧ୍ୟ ପଛରେ ନହିଁ, ରୁଦ୍ର ଦଳୀୟ ପାର୍ଥୀ ରୁଦ୍ର ପ୍ରତାପ ଆସନ୍ତା ୩୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ।

ତେଣୁ ଆଜି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବାସ ଭବନରେ ପିପିଲି ଦାୟିତ୍ଵରେ ଥିବା ନେତା ମାନେ ଏ ନେଇ ପ୍ଳାନ ବନାଇବା ପଞ୍ଚାୟତର ନେତା ମାନଙ୍କୁ ଦିଆଯାଇଥିବା ଦାୟିତ୍ଵ କିଭଳି ସମ୍ପାଦନ ହେବ ଏସବୁ ନେଇ ଆଲୋଚନା ହୋଇଛି ।ଏନେଇ ଛାଡୁଣୀ କଂଗ୍ରେସର ପାର୍ଥୀ ନାମାଙ୍କନ । ଭୋଟ ଗ୍ରହଣକୁ ଆଉ ମାତ୍ର ୨୦ ଦିନ ବାକି ଅଛି । ପିପୀଲିରେ ରାଜନୈତିକ ଗତିବିଧି ଜେଜୁଛି । ଲଢେଇରେ କଂଗ୍ରେସ ଏକଦମ ପଛରେ ପଡିଥିବା ବେଳେ ବିଜେଡ଼ିଠୁ ଗଡ ଛଡାଇବା ପ୍ରୟାସରେ ବିଜେପି । ତେବେ ଚର୍ଚା ହେଉଥିବା ମହାରଥୀ ପରିବାରର ଅସନ୍ତୋଷକୁ ପ୍ରଶମିତ କରି ଗଡ ବଜାୟ ରଖିବାକୁ ବିଜେଡି କିଭଳି ରଣନୀତି  ଅପଣାଉଛି । ଏବେ ତା ଉପରେ ନଜର ।

Leave a Reply

Your email address will not be published. Required fields are marked *