ତେବେ ସମସ୍ତେ ନିଜ ଜୀବନରେ ବିବାହ ପରେ ଛୁଆ ବା ସନ୍ତାନ ପାଇଁ ଇଛା କରିଥାନ୍ତି ଓ ଏହା ପାଇଁ ପ୍ଲାନିଙ୍ଗ ମଧ୍ୟ କରିଥାନ୍ତି ତେବେ ସବୁଠାରୁ ବଡ ପ୍ରଶ୍ନ ସମସ୍ତଙ୍କ ମନରେ ଏହା ଆସିଥାଏ ଯେ ପ୍ରେଗନେଣ୍ଟ ହବା ପାଇଁ କେତେ ଥର ସମ୍ପର୍କ ରଖିବାକୁ ପଡିଥାଏ ଓ ଏହା ଛଡା କେଉଁ ସମୟରେ ସମ୍ପର୍କ ରଖିବା ଉଚିତ ।
କେବେ କଣ କରିବା ଦ୍ଵାରା ସ୍ଵସ୍ଥ ଏବଂ ଭଲ ଶୂକ୍ରାଣୁ ପ୍ରାପ୍ତ ହେଇଥାନ୍ତି ଏହା ସବୁ ବିଷୟରେ ଆଜି ଆମେ ଆପଣ ମାନଙ୍କୁ ସ୍ପଷ୍ଟ ଭାବରେ କହିବାକୁ ଯାଉଛୁ ।

୧. ଯେଉଁ ମହିଳାଙ୍କୁ ସଠିକ ସମୟରେ ପିରିଅଡ ଆସୁଥାଏ ଯେମିତି ପ୍ରତି ୨୮ରୁ ୩୦ ଦିନ ଭିତରେ ସମୟରେ ପିରିଅଡ ଆସିଥାଏ ଓ କୌଣସି ପ୍ରକାର ପିରିଅଡ ସମସ୍ଯା ନଥାଏ ସେହି ମହିଳାଙ୍କୁ ପିରିଅଡ ସାରିବାର ୯ଦିନରୁ ୧୬ ଦିନ ଭିତରେ ଯଦି ସେ ଗୋଟେ ଦିନ ଛାଡି ଗୋଟେ ଦିନ ସମ୍ପର୍କ ରଖନ୍ତି ତେବେ ତାଙ୍କର ପ୍ରେଗନେଣ୍ଟ ହବାର ଚାନ୍ସ ବହୁତ ବଢିଯାଇଥାଏ ।

୨. ଯେଉଁ ମହିଳାଙ୍କ ପିରିଅଡ ରେଗୁଲାର ଆସୁ ନାହିଁ ସେହି ଭଳି ମହିଳାଙ୍କ ପ୍ରେଗନେଣ୍ଟ ହବା ଟିକେ କଷ୍ଟକର କାହିଁକିନା ତାଙ୍କ ଓଭଲ୍ୟୁସନ ସମୟ ଜଣା ପଡି ନଥାଏ ଯାହା ଫଳରେ କେବେ ସମ୍ପର୍କ କଣ ରଖିବା ଉଚିତ ସେହା ସେ ଜାଣି ପାରନ୍ତି ନାହିଁ । ତେବେ ଏମିତି ମହିଳାଙ୍କୁ ଡକ୍ଟର ପାଖକୁ ଯାଇ ନିଜ ପିରିଅଡ ସଠିକ କରିବା ଉଚିତ ଓ ଏହା ପରେ ସମ୍ପର୍କ ରଖିବା ଉଚିତ ଓ ଯଦି ଆପଣ ଡକ୍ଟର ପାଖକୁ ଯାଇ ପାରିବେ ନାହିଁ ତେବେ ଆପଣଙ୍କ ପିରିଅଡ ସାରିବାର ଦୁଇ ଦିନ ପରେ ଆପାନ ଗୋଟେ ଦିନ ଛାଡି ଗୋଟେ ଦିନ ସମ୍ପର୍କ ରଖିବା ଉଚିତ ଏହା ଛଡା ଆପଣଙ୍କୁ ଏମିତି ସେ ପର୍ଯ୍ୟନ୍ତ କରିବାକୁ ହବ ଯେ ପର୍ଯ୍ୟନ୍ତ ଆପଣଙ୍କ ଆର ପିରିଅଡ ଆସି ନାହିଁ ତେବେ ଏମିତି କରିବା ଦ୍ଵାରା ଆପଣଙ୍କ ପ୍ରେଗନେଣ୍ଟ ହବାର ଚାନ୍ସ ବଢିଯାଇଥାଏ ।

୩. ଯେଉଁ ମହିଳାଙ୍କୁ ଥାଇରଏଡ ବା ସୁଗାର ବା ବିପି ଭଳି ସମସ୍ଯା ହୋଇଥାଏ ବା କୌଣସି ମହିଳାଙ୍କ ଓଜନ ବହୁତ ଅଧିକ ଅଛି ତେବେ ତାଙ୍କୁ ପ୍ରେଗନେଣ୍ଟ ହବାର ବହୁତ ଅସୁବିଧା ଆସିଥାଏ ଓ ପ୍ରେଗନେଣ୍ଟ ହେଲା ପରେ ମଧ୍ୟ ମିସକ୍ୟାରେଜ ହବାର ସମ୍ଭାବନା ବହୁତ ଅଧିକ ହୋଇଥାଏ । ସେଥିପାଇଁ ଆପଣଙ୍କୁ ଆଗ ଡକ୍ଟର ପାଖକୁ ଯାଇ ନିଜ ସମସ୍ଯା ସମାଧାନ କରିବାକୁ ହବ ତା ପରେ ଯାଇ ଆପଣ ପ୍ରେଗନେଣ୍ଟ ହୋଇପାରିବେ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।