ପ୍ରେମରେ ଧୋକା ଦେଇଥିବା ସାଥିକୁ କେମିତି ଶାସ୍ତି ଦେବେ, ଦେଖନ୍ତୁ କଣ କହିଛନ୍ତି ଶ୍ରୀ କୃଷ୍ଣ- Krishna Vaani

ପ୍ରତେକ ମଣିଷ ନିଜ ଜୀବନରେ କାହାକୁ ନା କାହାକୁ ଭଲ ପାଇଥାଏ । ସେହି ଭଲ ପାଇବାକୁ ବ୍ୟକ୍ତି ନିଜ ଜୀବନ ସାଥି ରୂପେ ଚୟନ କରିଥାଏ । କିନ୍ତୁ କିଛି ବ୍ୟକ୍ତିପ୍ରେମରେ ଧୋକା ଖାଇଥାନ୍ତି । ଯାହା ପରେ ସେମାନଙ୍କର ପ୍ରେମ ଉପରେ ଭରସା ଉଠି ଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଧୋକା ଦେଇଥିବା ସାଥି ଙ୍କୁ କିପରି ଭାବେ ତାଙ୍କୁ ଜବାବ ଦେଇହେବ ସେହି ବିଷୟରେ କହିବାକୁ ଯାଉଛୁ । ଭଗବାନ ଶ୍ରୀ କୃଷ୍ଣଙ୍କ ମାତ୍ରେ ଯେବେ ବ୍ୟକ୍ତି ଆମ ସହ ଛଳନା କରିଥାଏ ଓ ଆମ ପଛ ପଟେ ଆମକୁ ଧୋକା ଦେଇଥାଏ ସେହି ସମୟରେ ଆମ ମନ ରାଗ ଓ ପ୍ରତିଶୋଧରେ ଭରି ଯାଇଥାଏ ।

ଏହାର କାରଣ ହେଉଛି ଆମେ ଯାହାକୁ ଭଲ ପାଇଥାଉ ତାଙ୍କ ସହ ଅନେକ ସମୟ ବିତାଇଥାଉ । ପ୍ରେମ କରୁଥିବା ବ୍ୟକ୍ତି ନିଜ ସାଥି ଉପରେ ନିଜର ମନ, ତନ, ଧନ ସବୁ କିଛି ଅର୍ପଣ କରିଥାଏ । କିନ୍ତୁ ଏତେ ସବୁ କରିବା ପରେ ଯେବେ ଜିବନ ସାଥି ଧୋକା ଦେଇଥାଏ ତେବେ ବହୁତ କଷ୍ଟ ଓ ଯନ୍ତ୍ରଣା ହୋଇଥାଏ ।

ଯେଉଁ ବ୍ୟକ୍ତି ଧୋକା ଖାଇଥାଏ ସେ ଚିନ୍ତା କରିଥାଏ ଯେ ତା ଭିତରେ କଣ କମି ଥିଲା । ଧୋକା ଖାଇଥିବା ବ୍ୟକ୍ତି କେତେ ଯେ କାନ୍ଦିଥାଏ ତାହା କହି ହେବ ନାହି । ଯେତେ ଭୁଲିବାକୁ ଚାହୁଁଥିଲେ ବି ଭୁଲି ହୁଏନା ତାଙ୍କ ସ୍ମୃତି ସବୁବେଳେ ମନରେ ଘର କରି ରହିଯାଏ । କିନ୍ତୁ ସାମ୍ନାରେ ଥିବା ବ୍ୟକ୍ତି ଉପରେ ଏହାର କୌଣସି ପ୍ରଭାବ ପଡେ ନାହି ।

କିନ୍ତୁ ଧୋକା ଦେଇଥିବା ବ୍ୟକ୍ତିର ସ୍ମୃତିରେ କଷ୍ଟ ଅନୁଭବ କରିବା ଉଚିତ ନୁହେଁ । ଏହି ସମୟରେ ଧୋକା ଖାଇଥିବା ବ୍ୟକ୍ତି କିଛି ଏମିତି କରିବା ଉଚିତ ଯାହା ଦ୍ଵାରା ତାର ସାଥି ଜୀବନ ସାରା ଅନୁତାପ କରିବ । ଯେଉଁ ଅଭାବ ପାଇଁ ଆପଣ ଧୋକା ଖାଇଥିବେ ତା ଠାରୁ ଅଧିକ ଭଲ ହେବା ପାଇଁ ଚେଷ୍ଟା କରିବା ଉଚିତ । ଆପଣ ନିଜ ପାଇଁ ନୁହେଁ ବରଂ ପରିବାର ପାଇଁ ଏମିତି କିଛି କରନ୍ତୁ ଯାହା ଆପଣଙ୍କୁ ଧୋକା ଦେଇଥିବା ବ୍ୟକ୍ତି ପାଇଁ ଜୀବନର ସବୁଠାରୁ ବଡ ଶାସ୍ତି ହେବ ।

ଆପଣଙ୍କ ସାଥି ଯେବେ ଆପଣଙ୍କୁ ଦେଖିବେ ସେ ନିଜ ଉପରେ ଅନୁତାପ କରିବେ ଏହା ଆପଣଙ୍କର ସବୁଠାରୁ ବଡ ବିଜୟ ହେବ । ଆପଣ ନିଜ ସାଥି ଉପରେ ଈର୍ଷା ନ କରି ନିଜକୁ ଏତେ ମଜବୁତ କରନ୍ତୁ ଯେ ସେ ଆପଣଙ୍କ ସାମନା କରିପାରିବ ନାହି । ଏପରି କରିବା ଦ୍ଵାରା ସମାଜ ପାଇଁ ଆପଣ ପ୍ରେରଣା ହେବେ ଓ ଧୋକା ଦେଇଥିବା ବ୍ୟକ୍ତି ଏକ ଶାସ୍ତି ହେବ ।

ଯଦି ଆପଣ ଏପରି ନ କରିବେ ତେବେ ଆପଣ ନିଜର କ୍ଷତି କରିବା ସହ ଭଲ ପାଇବାର ଅପମାନ କରିବା ସହ ସମାନ ହୋଇଯିବ । କେହି ଚାଲିଗଲେ ଜୀବନ ସରିଯାଏ ନାହି ବୋଲି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *