ମୃତ୍ୟୁ ପୂର୍ବରୁ ମନୁଷ୍ୟକୁ ମିଳିଥାଏ ଏହି 7ଟି ସଂକେତ, ଯଦି ଆପଣଙ୍କୁ ମିଳିଛି ତେବେ ଆପଣଙ୍କ ମୃତ୍ୟୁ ସୁନିଶ୍ଚିତ- Garuda Purana

ଏହି ଦୁନିଆରେ ଯାହାର ଜନ୍ମ ହୋଇଛି ତାହାର ମୃତ୍ୟୁ ସୁ ନିଶ୍ଚିତ । ଯେଉଁ ସମୟରେ ମନୁଷ୍ୟ ଏହି ଭୌତିକ ସଂସାରରେ ଜନ୍ମ ନେଇଥାଏ ସେହି ସମୟରେ ହିଁ ତାହାର ମୃତ୍ୟୁର କାରଣ ଓ ମୃତ୍ୟୁର ସମୟ ନିଶ୍ଚିତ ହୋଇଯାଏ । ଗରୁଡ ପୁରାଣରେ ଏହିଭଳି କିଛି ସଂକେତ ବିଷୟରେ କୁହାଯାଇଛି ଯାହା ବିଷୟରେ ଯଦି ଆମେ ଜାଣି ନେବା ତେବେ ଆମେ ଜାଣି ପାରିବୁ କି ଆମର ମୃତ୍ୟୁର ସମୟ ନିକଟତର ହୋଇ ଆସିଛି । ତେବେ ଚାଲନ୍ତୁ ଜାଣିବା ଭଗବାନ ବିଷ୍ଣୁ ଗରୁଡଙ୍କୁ ମୃତ୍ୟୁ ପୂର୍ବରୁ ମିଳୁଥିବା ଏମିତି କେଉଁ ସଂକେତ ବିଷୟରେ କହିଛନ୍ତି ।

ଗରୁଡ ପୁରାଣ ଅନୁସାରେ ଯେତେବେଳେ ବ୍ୟକ୍ତିର ମୃତ୍ୟୁ ନିକଟ ହୋଇ ଆସେ ତେବେ ସେହି ବ୍ୟକ୍ତିର ଛାଇ ତାହାର ସାଥ ଛାଡି ଦିଏ । ଏହିଭଳି ବ୍ୟକ୍ତିର ଛାଇ ତେଲ କିମ୍ବା ପାଣିରେ ବି ତାକୁ ନଜର ଆସି ନ ଥାଏ । କୌଣସି ବ୍ୟକ୍ତି ସହ ଯଦି ଏହିଭଳି କିଛି ହେଉଛି ତେବେ ବୁଝି ଯାଆନ୍ତୁ କି ତାର ଶେଷ ସମୟ ଚାଲି ଆସିଛି ।

ଯେତେବେଳେ ବି କୌଣସି ବ୍ୟକ୍ତିର ମୃତ୍ୟୁ ନିକଟ ହୋଇ ଆସେ ତେବେ ତାଙ୍କୁ ନିଜ ଆଖପାଖରେ ପୂର୍ବ ପୁରୁଷ ନଜର ଆସନ୍ତି । ବ୍ୟକ୍ତି ଜଣକ ଜାଣି ଯାଏ କି ତାର ମୃତ୍ୟୁ ନିକଟତର ହୋଇ ଆସିଛି । ମୃତ୍ୟୁ ନିକଟତର ହେଲେ ତାକୁ ନିଜ ଶରୀରରୁ ଏକ ପ୍ରକାରର ଗନ୍ଧ ଆସିଥାଏ । ଯାହାକୁ ତାକୁ ବିଲକୁଲ ଭଲ ଲାଗି ନ ଥାଏ । ଏହି ଗନ୍ଧ ଆସିବା ମାତ୍ରେ ବୁଝି ଯାଆନ୍ତୁ କି ସେହି ମନୁଷ୍ୟର ଶେଷ ସମୟ ଆସି ଯାଇଛି ।

ଯେତେବେଳେ ମୃତ୍ୟୁ ମନୁଷ୍ୟର ନିକଟ ହୋଇ ଆସେ ତେବେ ସେହି ସମୟରେ ଯଦି ସେ ଆଇନାରେ ନିଜର ଚେହେରାକୁ ଦେଖେ ତେବେ ସେହି ସ୍ଥାନରେ ତାକୁ ନିଜ ଚେହେରା ସ୍ଥାନରେ ଅନ୍ୟର ଚେହେରା ନଜର ଆସିଥାଏ କିମ୍ବା ତାକୁ ନିଜର ବିକୃତ ଚେହେରା ଦେଖାଯାଏ । ଏହି ଆଇନା ତାକୁ ଆସୁଥିବା ମୃତ୍ୟୁ ବିଷୟରେ ସୂଚିତ କରିଥାଏ ।

ଯେତେବେଳେ ବ୍ୟକ୍ତିର ଶରୀର ଅଳ୍ପ ହଳଦିଆ ଓ ନାଲି ଦେଖାଯାଏ ତେବେ ସେହି ବ୍ୟକ୍ତିର ମୃତ୍ୟୁ ନିକଟତର ଅଟେ । ତ୍ଵଚା ଭିତରୁ ଜଳିବାକୁ ଲାଗେ ତେବେ ସେହି ବ୍ୟକ୍ତି ଜଣକ ପାପୀ ହୋଇଥାଏ ଓ ନର୍କ ଯିବା ପୂର୍ବରୁ ତାକୁ ତାହାର ଅନୁଭବ ହୋଇଯାଏ । ଯେତେବେଳେ ମୃତ୍ୟୁ ନିକଟତର ହୋଇ ଆସେ ତେବେ ତାକୁ ସୂର୍ଯ୍ୟ ଓ ଚନ୍ଦ୍ରମାର ଆଲୋକ ଦେଖିବା ବନ୍ଦ ହୋଇଯାଏ । ବ୍ୟକ୍ତିର ଦ୍ରୁଷ୍ଟିଶକ୍ତି ବି ବହୁତ କମ ହୋଇଯାଏ ।

କିନ୍ତୁ ଯେଉଁ ବ୍ୟକ୍ତି ଜୀବନରେ ପୂଣ୍ୟ କାମ କରିଛି ଓ ଯେତେବେଳେ ତାହାର ମୃତ୍ୟୁ ପାଖାପାଖି ହୋଇ ଆସେ ତେବେ ତାକୁ ନିଜ ଆଖି ସାମ୍ନାରେ ଏକ ଦିବ୍ୟ ଆଲୋକ ଦେଖାଯାଏ । ଏହିଭଳି ବ୍ୟକ୍ତି ମୃତ୍ୟୁକୁ ଭୟ କରି ନ ଥାଏ । କିନ୍ତୁ ଯେଉଁ ବ୍ୟକ୍ତି ପାପୀ ହୋଇଥାଏ ତାକୁ ମୃତ୍ୟୁ ସମୟରେ ଆଖି ସାମ୍ନାରେ ଭୟଙ୍କର ଯମଦୂତ ଦେଖାଯାଆନ୍ତି । ଯାହାକୁ ଦେଖି ସେ ଭୟଭୀତ ହୋଇଯାଏ ।

Leave a Reply

Your email address will not be published. Required fields are marked *