ପ୍ରେମ ଦେଖେନି ବୟସ, ପ୍ରମାଣ କରିଦେଲେ ଏହି ସବୁ Bollywood Stars- 2 ନଂ ଯୋଡି ସମସ୍ତଙ୍କ Favorite

ପ୍ରେମ ମାନେନୀ ବାଧା ବନ୍ଧନ କି ଦେଖେନୀ ଭେଦ ଭାବ । କିନ୍ତୁ ଏବେ ଆଉ ଏକ ଲାଇନ ଯୋଡି ହୋଇଛି ପ୍ରେମ ଦେଖେନୀ ବୟସ । ଆମେ ଦେଖିଛୁ ବହୁତ ଅଭିନେତା ନିଜଠୁ କମ ବଯସର ଝିଅକୁ ବିବାହ କରିଛନ୍ତି କିନ୍ତୁ ଏମିତି କିଛି ସେଲିବ୍ରେଟି ଅଛନ୍ତି ଯେଉଁ ମାନେ ନିଜଠୁ କମ ବୟସର ଯୁବକଙ୍କୁ ବିବାହ କରିଛନ୍ତି ।

କିନ୍ତୁ ଏବେ ଏହି କଥା ଉଠିବାର କାରଣ ରହିଛିକି ନିକଟରେ ନେହା କକ୍କଡ ବିବାହ କରିବାକୁ ଯାଉଛନ୍ତି ପଞ୍ଜାବ ସିଙ୍ଗର ରୋହନ ପ୍ରୀତଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବେ । ରୋହନ ନେହାଙ୍କ ଠାରୁ ସାତ ବର୍ଷ ସାନ । ନେହାଙ୍କୁ ୩୨ ବର୍ଷ ହୋଇଥିବା ବେଳେ ରୋହନଙ୍କୁ ୨୫ ବର୍ଷ ଅଟେ ।

ଏବେ ଏହି ଯୋଡିକୁ ନେଇ ଆରମ୍ଭ ହୋଇଛି ଚର୍ଚା । କିନ୍ତୁ ବଲିଉଡରେ ଏମିତି ବିବାହ ନୂଆ ନୁହେଁ, ଏମିତି ବହୁତ ଫିମେଲ କଳାକାର ନିଜଠୁ କମ ବୟସ ପୁଅଙ୍କୁ ମଧ୍ୟ ବିବାହ କରିଛନ୍ତି । ଆମେ ଆଲୋଚନା କରିବାଯେ ଏମିତି ବିବାହ ଉପରେ ଯେଉଁଠି ପ୍ରେମ ଦେଖିନି ବୟସ । ଆଜୀବି କିଛି ଅଭିନେତ୍ରୀ ବହୁତ ଖୁସିରେ ରହୁଛନ୍ତି ।

ପ୍ରିୟଙ୍କା ଓ ନିକ :- ଏହି ଯୋଡି ସବୁଠୁ ଚର୍ଚିତ ଯୋଡି । ନିଜଠୁ ଦସ ବର୍ଷ ସାନ ପୁଅକୁ ଯେତେବେଳେ ପ୍ରିୟଙ୍କା ବିବାହ କରିବା କଥା ସାମନାକୁ ଆସିଲା ସେତେବେଳେ ବହୁତ ଟ୍ରୋଲ ହୋଇଥିଲେ । କିନ୍ତୁ ଏହିସବୁକୁ ଧ୍ୟାନ ଦେଇନଥିଲେ ପ୍ରିୟଙ୍କା । ନିଜଠୁ ଦାସ ବର୍ଷ ସାନ ଅଭିନେତା ଓ ସିଙ୍ଗର ନିକ ଜୋନସଙ୍କୁ ଡେଟ କରୁଥିଲେ ପ୍ରିୟଙ୍କା । ୨୦୧୮ ରେ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ପ୍ରିୟଙ୍କା ଓ ନିକ । ବେସ ଧୁମଧାମରେ ବିବାହ ଭାରତରେ ହୋଇଥିଲା । ସାତ ଜନ୍ମର ସାଥି କରିଥିବା ପ୍ରିୟଙ୍କା ଓ ନିକଙ୍କ ବୈବାହିକ ଜୀବନ ବହୁତ ଖୁସିରେ ଚାଲିଛି । ଏମାନଙ୍କ ମଧ୍ୟରେ ପାର୍ଥକ୍ୟ ନେଇ ଲୋକମାନେ ଆଲୋଚନା କରନ୍ତି କିନ୍ତୁ ଏମାନଙ୍କ ସାମ୍ନାରେ ବୟସ ପ୍ରତିବନ୍ଧକ ହୋଇନି ।

ବିପାଶା ଓ କରନ ଗ୍ରୋଭର :- ଜଣେ ବଡ ପରଦାର ରାଣୀ ଓ ଆଉ ଜଣେ ଛୋଟ ପରଦାର ରାଜା । ଯେତେବେଳେ ‘ଏଲୋନେ ‘ ଫିଲ୍ମରେ ଏକାଠି କମ କାଲେ ଏମାନଙ୍କ ମନ ଏକାଠି ହୋଇଥିଲା । ଫିଲ୍ମରେ ପତି ପତ୍ନୀ ଭାବେ ନଜର ଆସିଥିବା ବିପାଶା ଓ କରନ ବାସ୍ତବ ଜୀବନରେ ୨୦୧୬ ମସିହାରେ ଦୁଇଜଣ ଦୁଇଜଣଙ୍କୁ ବିବାହ କରିଥିଲେ । ବିପାଶା ଠାରୁ ତିନି ବର୍ଷ ସାନ ହେଉଛନ୍ତି କରନ ସିଂହ ଗ୍ରୋବର ।

ଅମ୍ରିତା ସିଂହ ଓ ଶୟିପଲି ଖାନ :- ସଇଫ ଅଲ୍ଲୀ ପ୍ରତମରେ ଅମ୍ରିତାଙ୍କୁ ବିବାହ କରିଥିଲେ, ଅମ୍ରିତା ବାର ବର୍ଷ ବଡ ଥିଲେ ଶଇଫଙ୍କଠୁ । ୧୯୯୧ ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ଏମାନଙ୍କ ବୈବାହିକ ଜୀବନ ବେସୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପରି ନଥିଲା । ୨୦୦୪ ରେ ସେମାନଙ୍କ ମଧ୍ୟରେ ବିବାହ ବିଛେଦ ହୋଇଥିଲା । ଏମାନେ ପ୍ରମାଣ କରିଛନ୍ତି ପ୍ରେମ ପାଇଁ ବୟସ ପ୍ରତିବନ୍ଧକ ହୁଏନି । ଯେଉଁଠି ମନ ମିସିଯାଏ ଶେଠୀ ବୟସ କେବେବି ବାଧକ ସଜେନି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *