ସପ୍ତମ ଗର୍ଭରେ ପୁଅ ଜନ୍ମ ହେଲା ପରେ ମା 12 ଘଣ୍ଟା ପରେ କଲେ ନବଜାତ ଶିଶୁର ଏମିତି ଅବସ୍ଥା, CCTV କରିଥିଲା ଖୁଲାସା

ମଧ୍ୟପ୍ରଦେଶର ଉଜ୍ଜେନ ଜିଲ୍ଲା ହସ୍ପିଟାଲ୍ ରେ ଜନ୍ମର 12ଘଣ୍ଟା ପରେ ମା ନିଜ ନବଜାତ ପୁଅ କୁ ହସ୍ପିଟାଲ୍ ରେ ଛାଡି ଚାଲିଯାଇଥିଲେ । ଏହାପରେ ପିଲାଟିର କାନ୍ଦିବା ଶବ୍ଦ ଶୁଣି ହସ୍ପିଟାଲ୍ ରେ କେତେ ନର୍ସ ପିଲାଟିକୁ ପାଖରେ ରଖିଥିଲେ ଓ ପିଲାଟିର ମା କୁ ଖୋଜିବା ଆରମ୍ଭ କରିଦେଇଥିଲେ । ହସ୍ପିଟାଲ ରେ ଲାଗିଥିବା CCTV କୁ ଆଧାର କରି ଏବେ ପିଲାଟିର ମା କୁ ଖୋଜି ତାକୁ ତା ମାଆକୁ ଦିଆଯାଇଛି ।

CCTV ରେ ଦେଖାଯାଇଛି ଶ୍ୟାମୁ ବାଈ ସୋମବାର ସନ୍ଧ୍ୟା 7 ଟାରେ ଗୋଟେ ପୁଅ କୁ ଜନ୍ମ ଦେଇଥିଲେ ।

ମଙ୍ଗଳବାର ସକାଳ 5.30ରେ ସେ ହସ୍ପିଟାଲ ରୁ ବାହାରି ଯାଇଥିଲେ ଓ ପିଲାଟିକୁ ହସ୍ପିଟାଲ ର ପରିସର ରେ ଛାଡ଼ି ଦେଇଥିଲେ । ଘଟଣା ସମ୍ପର୍କରେ ଜଣାଯିବା ପରେ ହସ୍ପିଟାଲ୍ ରେ ହଲଚଲ ସୃଷ୍ଟି ହୋଇଥିଲା । ତାପରେ ପୋଲିସ CCTV କୁ ଆଧାର କରି ପ୍ରଥମେ ଅଟବାଲା ତାପରେ ପିଲାଟିର ମା ପାଖରେ ପହଞ୍ଚିଥିଲେ ।

ପିଲାର ମା ଟି କହିଥିଲେ କି ତାଙ୍କର ଆଗରୁ 6 ଟି ପିଲା ଅଛି, ତେଣୁ ଏବେ ସେ ଏ ପିଲାକୁ ରଖିବାକୁ ସକ୍ଷମ ନୁହନ୍ତି ତେଣୁ ସେ  ପିଲାଟିକୁ ଛାଡ଼ି ଚାଲି ଯାଇଥିଲେ । ଏହି ମାମଲାର ଯାଞ୍ଚ୍ କରୁଥିବା ପୋଲିସ ଅଧିକାରୀ ଜୀତେନ୍ଦ୍ର ଭାସ୍କର କହିଛନ୍ତି କି, ଏବେ ପିଲାଟିକୁ ତା ମାଆ ପାଖରେ ଛାଡିଦିଆଯାଇଛି ଓ ହସ୍ପିଟାଲ୍ ତରଫରୁ ପିଲାଟିର ନା ପ୍ରିନ୍ସ ରଖାଯାଇଛି ।

Leave a Reply

Your email address will not be published. Required fields are marked *