ବଡ ଖବର- ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ, ପୁଣି ୫ ଜଣ ଯବାନ ସହିଦ

ଗତ ୧୪ତାରିଖରେ ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ଜଣ ଯବାନ ସହିଦ୍ ହୋଇଥିଲେ । ଠିକ୍ ଏହାର ଗୋଟେ ଦିନ ପରେ ୧୬ ତାରିଖରେ ରାଜୌରୀରେ  ଆଇଡି ବିସ୍ଫୋରଣରେ ଜଣେ ମେଜର ସହିଦ୍ ହୋଇଥିଲେ । ଆଇଡିକୁ ନିଷ୍କିୟ କରିବାକୁ ଚେଷ୍ଟା କରୁଥିବାବେଳେ ବିସ୍ଫେରଣ ଘଟି ମେଜର ସହିଦ୍ ହୋଇଥିଲା । 4ଟି ଆଇଡରୁ ୩ନୋଟି ଡିଫ୍ୟୁଯ କରିବା ପରେ ୪ର୍ଥ ଟି  ଡିଫ୍ୟୁଯ କରିବା ସମୟରେ ଏହା ବିସ୍ଫୋରଣ ହୋଇଥିଲା।

 

ପୁରା ଦେଶରେ କେବଳ ଗୋଟେ ଚର୍ଚ୍ଚା, ପୁଲୱାମାରେ ହୋଇଥିବା ଆକ୍ରମଣ ବିଷୟରେ । ଯେଉଁଥିରେ ବହୁତ ଗୁଡେ ଯବାନ ସହିଦ ହେବା ସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ତେବେ ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ଆଭିମୁଖ୍ୟ ପୋଷଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲୱାମା ଆକ୍ରମଣରେ ପ୍ରାଣହରାଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ।

ସୁରରକ୍ଷା କର୍ମୀ ସଂପୃକ୍ତ ଅଚଂଳକୁ ଘେରି ସର୍ଚ ଅପରେସନ ଜାରି ରଖିଛନ୍ତି । ମାତ୍ର ପାଂଚଦିନ ଭିତରେ କଶ୍ମୀରରେ ୪୫ଜଣ ଯବାନ ସହିଦ୍ ହୋଇଛନ୍ତି । ପିଙ୍ଗଲିନା ଅଂଚଳରେ ଜୈଶ-ଏ-ମହମ୍ମଦର କିଛି ଆତଙ୍କବାଦୀ ଲୁଚିରହିିଥିବା ସୂଚନା ମିଳିବା ପରେ ଗତ ରାତି ୧୨ଟାରୁ ସୁରକ୍ଷାକର୍ମୀମାନେ ସଂପୃକ୍ତ ଅଂଚଳକୁ ଘେରି ରହି ଅପରେସନ ଚଳାଇଛନ୍ତି । ଗୁରୁବାର ଦିନ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାସ୍ଥଳଠାରୁ ୬ରୁ ୮ କିଲୋମିଟର ଦୂରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଯେଉଁଥିରେ ପୁଣି କିଛି ଯବାନ ସହିଦ ହୋଇଛନ୍ତି ।

ସଂପୃକ୍ତ ଅଂଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚିରହିଥିବା ସନ୍ଦେହ କରାଯାଉଛି । ଏମାନେ ସବୁ ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଆଦିଲର ସହଯୋଗୀ ବୋଲି ଅନୁମାନ କରାଯାଇଛି । ବର୍ତ୍ତମାନ ଖବର ମିଳୁଛି କି ପୁଲୱାମାରେ ପୁଣି ୫ ଯବାନ ସହିଦ୍ ହୋଇଛନ୍ତି । ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଗୁଳିବିନିମୟରେ ଜଣେ ମେଜର ସମେତ ୫ ଜଣ ଯବାନ ସହିଦ୍ ହୋଇଛନ୍ତି । ଆଜି ମେଜର ଡିଏସ୍ ଡୋଡିୟାଲ, କନେଷ୍ଟବଳ ସେବା ରାମ, ହରି ସିଂହ, ଅଜୟ କୁମାର ସହିଦ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *