ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବଲୀଉଡ ଏମିତି ଗୋଟେ ଜଗତ ଯେଉଁଠାରେ ଅଭିନେତା ଅଭିନେତ୍ରୀ କେବଳ ସେହି ସମୟ ପର୍ଯ୍ୟନ୍ତ ରୁହନ୍ତି ଯେଉଁ ପର୍ଯ୍ୟନ୍ତ ଦର୍ଶକ ମାନେ ତାଙ୍କ ଅଭିନୟ ପସନ୍ଦ କରନ୍ତି ଓ ତାଙ୍କୁ ଦେଖିବାକୁ ଇଛା କରନ୍ତି । ଆପପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ କିଛି ଏମିତିକା ଅଭିନେତ୍ରୀ ବା ଅଭିନେତା ଅଛନ୍ତି ଯିଏ ଗୋଟେ ବା ଦୁଇଟା ଫିଲ୍ମ କରି ଅଭିନୟ ଦୁନିଆରୁ ବହୁତ ଦୂରେଇ ଯାଇଥାନ୍ତି ।
ତେବେ ଏହି ଭଳି ଅଭିନେତା ଅଭିନେତ୍ରୀ କେବଳ ଗୋଟେ ଫିଲ୍ମ ଦ୍ଵାରା ବହୁତ ନା ପାଇଥାନ୍ତି କିନ୍ତୁ ତା ପରେ ମଧ୍ୟ ଅଲଗା କିଛି ଚଳଚିତ୍ର କରନ୍ତି ନାହିଁ । ଏହି ଭଳି ଜେନ ଅଭିନେତ୍ରୀ ଅଛନ୍ତି ଯିଏ ରାମ ତେରି ଗଙ୍ଗା ମେଲି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିଥିଲେ କିନ୍ତୁ ଆଜି ସେ କଣ କରୁଛନ୍ତି କେହି ଜାଣି ନାହାନ୍ତି ।

ମନ୍ଦାକିନୀଙ୍କ ବିଷୟରେ ଆପଣ ମାନେ ଜାଣିଥିବେ ସେ ବହୁତ ଭଲ ଭଲ ଓ ବଡ ଚଳଚିତ୍ରରେ କାମ କରିଛନ୍ତି । ତେବେ ମନ୍ଦାକିନୀ ବହୁତ ଛୋଟ ସହର ମେରଠ ବାସୀ ଥିଲେ ଓ ଅଭିନୟ କରିବା ଇଛାରେ ମୁମ୍ବାଇ ଆସିଥିଲେ । ଯେମିତି ଗୋଟେ ଝିଅର ସ୍ଵପ୍ନ ହୋଇଥାଏ ମନ୍ଦାକିନୀ ମଧ୍ୟ ସମସ୍ତଙ୍କ ଭଳି ନିଜ ଇଛା ପୂର୍ଣ୍ଣ କରିବା ପାଇଁ ଅଡିସନ ଦବା ଆରମ୍ଭ କଲେ ଓ ବହୁତ ଶୀଘ୍ର ପାଇ ମଧ୍ୟ ଗଲେ ଓ ତାଙ୍କର ପ୍ରଥମ ଚଳଚିତ୍ର ଥିଲା ରାମ ତେରି ଗଙ୍ଗା ମେଲି ହୋ ଗଇ ।

ଏହି ଫିଲ୍ମରେ ମନ୍ଦାକିନୀ ବହୁତ ବୋଲ୍ଡ ସିନ ମଧ୍ୟ କରିଥିଲେ ଯାହା ପରେ ଦର୍ଶକ ମାନଙ୍କ ମନ କିଣିବାରେ ସେ ସଫଳ ମଧ୍ୟ ହୋଇଥିଲେ । ତେବେ ଏହି ଫିଲ୍ମ ପରେ ଡାଇରେକ୍ଟର ମାନେ ତାଙ୍କ ଘରେ ଲାଇନ ଲଗାଉଥିଲେ ଓ ସେ ଆଉ କିଛି ଫିଲ୍ମ ମଧ୍ୟ କରିଥିଲେ ଯାହା ସୁପର ଡୁପର ହିଟ ହୋଇଥିଲା କିନ୍ତୁ ଯେତେବେଳେ ତାଙ୍କ କେରିଆର ଚରମ ସୀମାରେ ଥିଲା ସେହି ସମୟରେ ମନ୍ଦାକିନୀ ବହୁତ ବଡ ଭୁଲ କରି ବସିଲେ ।

ମନ୍ଦାକିନୀ ସେହି ସମୟରେ ମୁମ୍ବାଇ ଡନ ଦାଉଦ ଇବ୍ରାହିମକୁ ଭଲ ପାଇ ବସିଲେ । ତେବେ ଦାଉଦ ସହ ମନ୍ଦାକିନୀଙ୍କ ସମ୍ପର୍କ ହେଲା ପରେ ତାଙ୍କୁ କେହି ନିଜ ଫିଲ୍ମରେ ରଖିଲେ ନାହିଁ ଯାହା ପରେ ତାଙ୍କ ଅଭିନୟ ଦୁନିଆ ସମାପ୍ତ ହବାକୁ ଲାଗିଲା ଏହା ପରେ ସେ ମୁମ୍ବାଇ ଛାଡି ଚାଲି ଗଲେ । ତେବେ ବର୍ତମାନ ସେ ନିଜ ପରିବାର ସହ ରହୁଛନ୍ତି ଓ ଦେଖିବାକୁ ଆଜିବି ବହୁତ ସୁନ୍ଦର ଅଟନ୍ତି ଓ ଆପଣଙ୍କୁ କହିବାକୁ ଚାହୁଞ୍ଚୁ ଯେ ତାଙ୍କର ଦୁଇଟି ଛୁଆ ଅଛନ୍ତି ଓ ମନ୍ଦାକିନୀ ଗୋଟେ ଔଷଧୀୟ ଦୋକାନ ଚଲଊଛନ୍ତି ।
ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।